ଫୋର୍ବ୍ସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଲା ଧନଶାଳୀଙ୍କ ତାଲିକା: ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୧।୧୦: ଫୋବର୍‌ସ ଇଣ୍ଡିଆ ୨୦୧୯ ପକ୍ଷରୁ ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଭାରତର ଟପ୍‌ ଶହେରେ ଥିବା ବ୍ୟକ୍ତିଙ୍କ ତାଲିକାରେ ପୁଣି ଥରେ ବାଜି ମାରିନେଇଛନ୍ତି ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ। ଲଗାତର ୧୨ ବର୍ଷରୁ ଧନଶାଳୀଙ୍କ ଏହି ତାଲିକାରେ ମୁକେଶ ଅମ୍ବାନୀ ପ୍ରଥମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ତାଙ୍କ ବ୍ୟବସାୟ ଆୟ ୨୮.୪(୪ ମିଲିୟନ ଡଲାର) କୋଟି ଟଙ୍କା ବୃଦ୍ଧି ପାଇଥିବା ବେଳେ ପ୍ରାୟ ୩.୬୪ଲକ୍ଷ କୋଟି ଟଙ୍କା(୫୧.୪ ବିଲିୟନ)ସମ୍ପତ୍ତିର ମାଲିକ ହେବା ସହ ସେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଏହି ତାଲିକାରେ ଗୌତମ ଆଦାନୀ ପ୍ରାୟ ୧.୧୧ ଲକ୍ଷ କୋଟି ଟଙ୍କା (୧୫୭୦ କୋଟି ଡଲାର) ଆୟ କରି ୮ମରୁ ଡେଇଁ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ହିନ୍ଦୁଜା ବ୍ରଦର୍ସ ପ୍ରାୟ ୧.୧୦ଲକ୍ଷ କୋଟି ଟଙ୍କା (୧୫୬୦ କୋଟି ଡଲାର) ଆୟ କରି ତୃତୀୟ ସ୍ଥାନରେ ରହିଥିବା ବେଳେ ପି. ମିସ୍ତ୍ରୀ ପ୍ରାୟ ୧.୦୬ଲକ୍ଷ କୋଟି ଟଙ୍କା(୧୫୦୦କୋଟି ଡଲାର) ଆୟ କରି ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଥର ପାଇଁ ୫ମ ସ୍ଥାନରେ ଉଦୟ କୋଟକ ନିଜର ସ୍ଥାନ ବନାଇପାରିଛନ୍ତି। ଷଷ୍ଠରେ ଶିବ ନାଡର ଥିବା ବେଳେ ସପ୍ତମରେ ରାଧାକୃଷ୍ଣ ଦମାନୀ ଓ ଅଷ୍ଟମରେ ଗୋଦରେଜ୍‌ ଫ୍ୟାମିଲି ରହିଛନ୍ତି। ଅନ୍ୟପଟେ ଷ୍ଟିଲ୍‌ ନିର୍ମାଣ କମ୍ପାନୀ ଆର୍ସେଲରର ମାଲିକ ଲକ୍ଷ୍ମୀ ମିତ୍ତଲ ଏହି ତାଲିକାରେ ତଳକୁ ଖସିଯାଇଛନ୍ତି। ଗତ ବର୍ଷ ଏହି ତାଲିକାରେ ସେ ତୃତୀୟ ସ୍ଥାନରେ ରହିଥିବା ବେଳେ ଚଳିତ ଥର ୯ମ ସ୍ଥାନରେ ରହିଛନ୍ତି। ଷ୍ଟିଲର ଦର ହ୍ରାସ ଓ ମାନ୍ଦାବସ୍ଥା ଯୋଗୁ ଏଭଳି ହୋଇଥିବା ଫୋବର୍‌ସ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସେହିପରି କୁମାରମଙ୍ଗଳମ୍‌ ବିର୍ଲା ପ୍ରାୟ ୬୮,୧୬୦ କୋଟି ଟଙ୍କା (୯୬୦କୋଟି ଡଲାର) ଆୟ କରି ସେ ଦଶମ ସ୍ଥାନରେ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri