ଫୁଲଚାଷ କରି ସ୍ବାବଲମ୍ବୀ ହେଉଛନ୍ତି ଗଞ୍ଜାମ ମହିଳା

ସନ୍ତୋଷ ପାଢୀ ଛତ୍ରପୁର,୨୦ା୩(ଡି.ଏନ୍‌.ଏ.) – ମହିଳା ସବୁ କ୍ଷେତ୍ରରେ ଆଗକୁ ଯାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ଲାଗିଛନ୍ତି।  ଏପରିକି ପୁରୁଷଙ୍କୁ ମଧ୍ୟ କେତେକ କ୍ଷେତ୍ରରେ ପଛରେ ପକାଇ ଚର୍ଚ୍ଚାକୁ ଆସୁଛନ୍ତି। ଗଁ।ରେ ଥିବା ମହିଳାମାନେ ସଂଘ କରି ଏବେ ବିଭିନ୍ନ କ୍ଷେତ୍ରରେ ଜୀବିକା ଅର୍ଜନ କରୁଛନ୍ତିି। ରାଜ୍ୟରେ ଗଞ୍ଜାମ ଜିଲାର ମହିଳା ସଂଘ ଏକ ସ୍ବତନ୍ତ୍ର ପରିଚୟ ଦେଇ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ରାଜ୍ୟଠାରୁ ଆରମ୍ଭ କରି ଜାତୀୟସ୍ତରରେ ଜିଲାର ମହିଳା ସଂଘ ଗୁଡିକ ପୁରସ୍କୃତ ଓ ସମ୍ମାନିତ ହେବାରେ ଲାଗିଛନ୍ତି। ଜାତୀୟ ଜୀବିକା ମିଶନ ଓ ଓଡିଶା ଜୀବିକା ମିଶନ ଏମାନଙ୍କୁ ଶକ୍ତିଶାଳୀ କରିବାରେ ସହାୟତା ଦେଇ ଆସୁଛନ୍ତି। ଏବେ ଜିଲା ହେଡ୍‌କ୍ୱାର୍ଟର ଛତ୍ରପୁରରୁ କିଛି ଦୂରରେ ଥିବା ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀ, ଜଗତପଲ୍ଲୀ ଓ କେଉଟପଲ୍ଲୀର ମହିଳା ସଂଘଗୁଡିକ ଏବେ କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବାହାର ଦେଶରେ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି। ଉକ୍ତ ଗଁାର ମହିଳା ସଂଘଗୁଡିକ ଫୁଲ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତିି। ଗୋଲାପ ଫୁଲଠାରୁ ଆରମ୍ଭ କରି ଜାରବେରା ଓ ଅର୍କିଡ୍‌ ଭଳି ଦାମୀ ଫୁଲ ଚାଷ କରୁଛନ୍ତି। ଏହି ଫୁଲ ଚାଷକୁ ଦେଖିବା ପାଇଁ ରାଜ୍ୟ ତଥା ବାହାରର ପ୍ରତିନିଧି ଦଳ, କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ଓ ବିଶ୍ୱସ୍ତରୀୟ ପ୍ରତିନିଧି ଦଳ ଏଠାକୁ ଆସି ଏହାର ପରିଦର୍ଶନ କରିଛନ୍ତି। ଗଲାବେଳେ ଉକ୍ତ ମହିଳା ସଂଘର ଏହି କାର୍ଯ୍ୟକୁ ନେଇ ପ୍ରଶଂସା କରିବାକୁ କେହି ଭୁଲିନାହାନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ଟୁଇଟ୍‌ କରି ଏହାକୁ ପ୍ରଶଂସା କରିଛନ୍ତି। ଓଡିଶା ଜୀବୀକା ମିଶନ ପକ୍ଷରୁ ଉକ୍ତ ମହିଳା ସଂଘକୁ ଫୁଲ ଚାଷ କରିବାକୁ ପ୍ରୋତ୍ସାହନ ଦେବା ସହ ବ୍ୟାଙ୍କ ଋଣ ଓ ସବ୍‌ସିଡି ଯୋଗାଇବାରେ ସହାୟତା କରାଯାଇଥିବା ବିପିଏମ୍‌ ମାନିନୀ ଜେନା କହିଛନ୍ତି। ଭିକାରିପଲ୍ଲୀ ପଞ୍ଚାୟତ ନୂଆପଲ୍ଲୀର ମା’ ଗ୍ରାମଦେବତୀ ମହିଳା ସଂଘରେ ୧୦ ସଦସ୍ୟା ଅଛନ୍ତି। ୪୦୦ ବର୍ଗମିଟରରେ ଗୋଲାପ ଚାଷ କରିଛନ୍ତି। ୪ ଲକ୍ଷ ୪ ହଜାର ୨୬୦ ଟଙ୍କା ଏହି ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି। ସେଥିରୁ ୨ ଲକ୍ଷ ୯ ହଜାର ୨୮୦ ଟଙ୍କା ସବ୍‌ସିଡି ମିଳିଛି। ଆନ୍ଧ୍ର ବ୍ୟାଙ୍କରୁ ଏହି ଗୋଲାପ ଫୁଲ ଚାଷ ପାଇଁ ୧ ଲକ୍ଷ ଟଙ୍କା ଋଣ ମିଳିଥିବା ସୂଚନା ମିଳିଛି। ସେହିପରି ନୂଆପଲ୍ଲୀର ମା’ ବାଳକୁମାରୀ ମହିଳା ସଂଘ ଓ ମା’ ଭୌରବୀ ମହିଳା ସଂଘ ମଧ୍ୟ ପୃଥକ୍‌ ଭାବେ ଜାରବେରା ଫୁଲ ଚାଷ କରିଛନ୍ତିି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୩୮ ହଜାର ୯୮୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୦ ବର୍ଗ ମିଟର ଅଞ୍ଚଳରେ ଏହା କରାଯାଇଛି। ପ୍ରତି ପ୍ରକଳ୍ପ ପାଇଁ ୧ ଲକ୍ଷ ୩୦ ଜହାର ୪୦୦ ଟଙ୍କା ସବ୍‌ସିଡି ମିଳିଥିବା ବେଳେ ୨ ଟି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ମିଳିଛି। ପ୍ରତି ସଂଘରେ ୧୦ ଜଣ ସଦସ୍ୟା ରହିଛନ୍ତି। ଏହି ପଞ୍ଚାୟତ ଅଧିନ ଜଗତପଲୀର ମା’ ସିଂହାସନୀ ମହିଳା ସଂଘରେ ୧୦ ସଦସ୍ୟା ଓ କେଉଟପଲ୍ଲୀର ଓମ୍‌ ସାଇବାବା ମହିଳା ସଂଘରେ ୭ ଜଣ ସଦସ୍ୟା ରହିଛନ୍ତି। ଉଭୟ ସଂଘ ପୃଥକ ଭାବେ ୨୦୦ ବର୍ଗ ମିଟର ଅଞ୍ଚଳରେ ଅର୍କିଡ୍‌ ଫୁଲ ଚାଷ କରୁଛନ୍ତି। ପ୍ରତି ପ୍ରକଳ୍ପ ପାଇଁ ୨ ଲକ୍ଷ ୭୯ ହଜାର ୫୦୦ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପ୍ରତି ସଂଘକୁ ୧ ଲକ୍ଷ ଟଙ୍କା ଲେଖାଏ ବ୍ୟାଙ୍କ ଋଣ ଓ ୧ ଲକ୍ଷ ୩୪ ହଜାର ଟଙ୍କା ସବ୍‌ସିଡି ମିଳିଛି। ଏମାନଙ୍କୁ ବିକ୍ରିବଟାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଫୁଲକୁ ସ୍ଥାନୀୟ ଓ ବାହାର ଅଞ୍ଚଳକୁ ପଠାଇ ମହିଳା ସଂଘଗୁଡିକ ଭଲ ରୋଜଗାର କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri