ଫିଲ୍ମ ଫେୟାର ପୁରସ୍କାର ଫେରାଇ ଦେଇଥିଲେ ବଲିଉଡ୍‌ର ଆଙ୍ଗ୍ରିମ୍ୟାନ୍‌

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୦ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ ୩ଥର ସହ ଅଭିନେତା ପୁରସ୍କାରରେ ସମ୍ମାନିତ ହୋଇସାରିଛନ୍ତି। କିନ୍ତୁ ୧୯୭୩ରେ ବେଇମାନ ଫିଲ୍ମ ପାଇଁ ସେ ପୁରସ୍କାର ନେବାକୁ ମନା କରିଦେଇଥିଲେ। ସେ ଦର୍ଶାଇଥିଲେ ଯେ କମଲ ଅମରୋହୀଙ୍କ ଫିଲ୍ମ ‘ପାକିଜା’କୁ କୌଣସି ପୁରସ୍କାର ଦିଆଯାଇ ନ ଥିଲା। ଫିଲ୍ମ ଫେୟାର ଚୟନ ସମିତି ଉପରକୁ ଖପ୍ପା ହୋଇ ସେ ପୁରସ୍କାର ଗ୍ରହଣ କରି ନ ଥିଲେ। ଫିଲ୍ମରେ ସେ ଜଣେ ପୋଲିସ କନଷ୍ଟେବଳ ଭୂମିକାରେ ନଜର ଆସିଥିଲେ।
ପ୍ରାନ୍‌ ଜଣେ ଦକ୍ଷ ଅଭିନେତା ଥିଲେ। ସେ ପାଖାପାଖି ୩୫୦ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ କେତୋଟି ଲୋକପ୍ରିୟ ଫିଲ୍ମ ହେଲା ‘ଖାନ୍ଦାନ’, ‘ପିପିଲି ସାହେବ’, ‘ହାଲାକୁ, ମଧୁମତୀ’, ‘ଜିସ ଦେଶମେଁ ଗଙ୍ଗା ବହତି ହେ’, ‘ଉପକାର’, ସହିଦ’, ପୂରବ ଔର୍‌ ପଶ୍ଚିମ’, ରାମ ଔର୍‌ ଶ୍ୟାମ’, ‘ଆଁସୁ ବନ ଗୟେ ଫୁଲ’, ଜନି ମେରା ନାମ’, ‘ଭିକ୍ଟୋରିଆ ନଂ ୨୦୩’, ‘ବେଇମାନ’, ‘ଜଞ୍ଜୀର’, ‘ଡନ’, ‘ଅମର ଆକବର ଆନ୍ଥୋନି’ ଓ ‘ଦୁନିୟା’। ଅଭିନେତା ଓ ନିର୍ଦ୍ଦେଶକ ମନୋଜ କୁମାର ହିଁ ‘ଉପକାର’ ସିନେମାରେ ପ୍ରଥମଥର ପାଇଁ ପ୍ରାନଙ୍କୁ ଭିନ୍ନ ଚରିତ୍ରରେ ସୁଯୋଗ ଦେଇଥିଲେ। ଏହାପରେ ପ୍ରାନ ଚରିତ୍ର ଅଭିନୟରେ ମନୋନିବେଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର 26...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

BSF କନଷ୍ଟେବଳ ନିଯୁକ୍ତିରେ ଅଗ୍ନିବୀରଙ୍କୁ ମିଳିବ ୫୦ ପ୍ରତିଶତ ସଂରକ୍ଷଣ, ଗୃହ ମନ୍ତ୍ରଣାଳୟ ଜାରି କଲା ନୋଟିଫିକେଶନ

ନୂଆଦିଲ୍ଲୀ,୨୧।୧୨: କେନ୍ଦ୍ର ସରକାର ସୀମା ସୁରକ୍ଷା ବାହିନୀର ନିଯୁକ୍ତି ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣି ସାଧାରଣ ଡ୍ୟୁଟି କ୍ୟାଡର ସହିତ ଜଡିତ ନିୟମଗୁଡ଼ିକୁ ସଂଶୋଧନ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri