Posted inଖେଳ

ଫିଫା ର଼୍ୟାଙ୍କିଙ୍ଗ୍‌: ବେଲଜିୟମ ଶୀର୍ଷରେ, ୧୦୮ତମ ସ୍ଥାନରେ ଭାରତ ସ୍ଥିର

ଜୁରିକ,୧୨।୬(ପି.ଟି.): ଜୁନ୍‌ରେ ପ୍ରକାଶିତ ଫିଫା ର଼୍ୟାଙ୍କିଙ୍ଗ୍‌ରେ ସେଭଳି କୌଣସି ବଡ଼ ଧରଣର ପରିବର୍ତ୍ତନ ହୋଇନାହିଁ। ଭାରତୀୟ ପୁରୁଷ ଫୁଟବଲ ଦଳ ପୂର୍ବ ପରି ୧୦୮ତମ ସ୍ଥାନରେ ଅପରିବର୍ତ୍ତିତ ରହିଛି। ୨୦୧୯ ନଭେମ୍ବରରେ ଭାରତ ଶେଷଥର ପାଇଁ ଫିଫା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଓମାନକୁ ଭେଟିଥିଲା। ୧, ୧୮୭ ପଏଣ୍ଟ ପାଇଁ ଭାରତ ସ୍ଥିର ରହିଛି।
କୋଭିଡ-୧୯ ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସଠାରୁ କୌଣସି ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ୍‌ କିମ୍ବା ଟୁର୍ନାମେଣ୍ଟ ଖେଳାଯାଇନାହିଁ। ତେଣୁ ର଼୍ୟାଙ୍କିଙ୍ଗ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ତରଫରୁ କୁହାଯାଇଛି। ୧,୭୬୫ ପଏଣ୍ଟ ସହ ବେଲଜିୟମ ପୂର୍ବପରି ଶୀର୍ଷ ସ୍ଥାନରେ ରହିଛି। ସେହିପରି ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ୧,୭୩୩ ପଏଣ୍ଟ ସହ ଦ୍ୱିତୀୟ ଓ ଲାଟିନ୍‌ ଆମେରିକା ପାଓ୍ବାର ହାଉସ୍‌ ବ୍ରାଜିଲ ୧,୭୧୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଇଂଲଣ୍ଡ ଓ ଉରୁଗୁଏ ଯଥାକ୍ରମେ ୧, ୬୬୧ ଓ ୧, ୬୪୫ ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛି। ସେହିପରି କ୍ରୋଏସିଆ, ପର୍ତ୍ତୁଗାଲ, ସ୍ପେନ୍‌, ଆର୍ଜେଣ୍ଟିନା ଓ କଲମ୍ବିଆ ଯଥାକ୍ରମେ ଷଷ୍ଠ, ସପ୍ତମ, ଅଷ୍ଟମ, ନବମ ଓ ଦଶମ ସ୍ଥାନରେ ରହିଛି। ଟପ୍‌ ୧୦ ବହାରେ ଥିବା ୨୦୦ଟି ଦଳ ଏବେ ଫୁଟବଲ ପଡିଆକୁ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି।
ଭାରତ ଏବେ ଅକ୍ଟୋବରରେ ତା’ର ପରବର୍ତ୍ତୀ ୨୦୨୨ ଫିଫା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଏସିଆନ ଚାମ୍ପିୟନ କାତାରକୁ ଅକ୍ଟୋବର ୮ରେ ଭେଟିବ। ଏହାପରେ ଭାରତ ବାଂଲାଦେଶ ଓ ଆଫ୍‌ଗାନିସ୍ତାନକୁ ଯଥାକ୍ରମେ ନଭେମ୍ବର ୧୨ ଓ ୧୭ ତାରଖରେ ଭେଟିବ। ଉଲ୍ଲେଖଥାଉ କି, ଇରାନଠାରୁ ହାରିବା ପରେ ଭାରତ ବିଶ୍ୱକପ୍‌ ଯୋଗ୍ୟାତ ପର୍ଯ୍ୟାୟ ଦୌଡ଼ରୁ ବାଦ୍‌ ପଡିଛି। ଗ୍ରୁପ୍‌ ଇ’ରେ ଭାରତ ୫ଟି ମ୍ୟାଚ୍‌ ଖେଳି ମାତ୍ର ୩ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଭାରତ ତଳକୁ ବାଂଲାଦେଶ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri