ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି ଖବରଦାତା ଖାଶୋଗି ହତ୍ୟା ପାଇଁ ସେ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଏହି ହତ୍ୟା ତାଙ୍କ ତତ୍ତ୍ୱାବଧାନରେ ହୋଇଥିବାରୁ ଏଥିପାଇଁ ସେ ନିଜେ ଦାୟୀ ବୋଲି ଗୁରୁବାର କ୍ରାଉନ୍‌ ପ୍ରିନ୍ସ ସ୍ବୀକାର କରିଛନ୍ତି।
ସାଧାରଣ ପ୍ରସାରଣ ସେବା (ପିବିଏସ୍‌)କୁ କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଖାଶୋଗିଙ୍କ ହତ୍ୟାକାଣ୍ଡ ତାଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏଥିଲାଗି ସେ ନିଜକୁ ଉତ୍ତରଦାୟୀ କରୁଛନ୍ତି। ତେବେ ତାଙ୍କ ଅଜାଣତରେ ଏହି ହତ୍ୟାକାଣ୍ଡ ଘଟିଥିବା ଏମ୍‌ବିଏସ୍‌ ଦୋହରାଇଛନ୍ତି। ତାଙ୍କ ଅଜାଣତରେ କିପରି ଏହି ହତ୍ୟାକାଣ୍ଡ ଘଟିଲା ବୋଲି ପିବିଏସ୍‌ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମର ଜନସଂଖ୍ୟା ୩୨୦ ନିୟୁତ ହୋଇଥିବାବେଳେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୩ ନିୟୁତ। ତେବେ ସେମାନେ ଆପଣଙ୍କ ଯୋଜନାକୁ କାର୍ଯ୍ୟକାରୀ କରାଇଥିବେ ବୋଲି ପ୍ରତିନିଧି ପ୍ରଶ୍ନ କରିଥିଲେ। ଏମ୍‌ବିଏସ୍‌ କହିଥିଲେ, ମୋ ନିର୍ଦ୍ଦେଶ ପାଳନ କରିବା ପାଇଁ ଅଧିକାରୀ ଓ ମନ୍ତ୍ରୀମାନେ ଅଛନ୍ତି, ଯେଉଁମାନେ ଉତ୍ତରଦାୟୀ। ସେହି କାର୍ଯ୍ୟ କରିବା ପାଇଁ ସେମାନେ କ୍ଷମତାପ୍ରାପ୍ତ। ‘ଦି କ୍ରାଉନ୍‌ ପ୍ରିନ୍ସ ଅଫ୍‌ ସୌଦି ଆରବ’ ଶୀର୍ଷକ ପ୍ରାମାଣିକ ଚିତ୍ର ଖାଶୋଗିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀର ଦିନକ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧ରେ ପ୍ରସାରିତ ହେବ। ଏଥିରେ ଏହି ସୌଦି ନେତାଙ୍କ ଉତ୍‌ଥାନ, ଶାସନ ଓ ଖାଶୋଗି ହତ୍ୟାକାଣ୍ଡ ସହ ତାଙ୍କର ସମ୍ପର୍କ ନେଇ ବିସ୍ତୃତ ଭାବେ ଦର୍ଶାଯାଇଛି।
ପ୍ରକାଶ ଯେ, ଓ୍ବାଶିଂଟନ ପୋଷ୍ଟ୍‌ର ଜଣେ ସ୍ତମ୍ଭକାର ଭାବେ କାର୍ଯ୍ୟରତ ସୌଦି ଖବରଦାତା ଖାଶୋଗି ପୂର୍ବରୁ କ୍ରାଉନ୍‌ ପ୍ରିନ୍ସଙ୍କ ସମର୍ଥକ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କର ସମାଲୋଚକ ପାଲଟିଯାଇଥିଲେ। ୨୦୧୮ ଅକ୍ଟୋବର ୨ରେ ରିୟାଦରୁ ପଠାଯାଇଥିବା ଏକ ୧୫ ଜଣିଆ ଟିମ୍‌ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଖାଶୋଗିଙ୍କୁ ହତ୍ୟା କରିଥିଲେ। ଖାଶୋଗିଙ୍କ ମୃତଦେହ ଅଦ୍ୟାବଧି ମିଳିନାହିଁ। ତେବେ ଏହି ଡକ୍ୟୁମେଣ୍ଟାରି ପ୍ରସାରିତ ହେଲେ ଖାଶୋଗି ହତ୍ୟାର ଗୁମର ଫିଟିବ ବୋଲି କୁହାଯାଉଛି।

ହତ୍ୟାକାଣ୍ଡକୁ ବର୍ଷେ

ଓ୍ବାଶିଂଟନ ପୋଷ୍ଟ ଖବରଦାତା ତଥା ଅଲ୍‌-ଆରବ ନ୍ୟୁଜ୍‌ ଚ୍ୟାନେଲର ପୂର୍ବତନ ମହାପ୍ରବନ୍ଧକ ଓ ମୁଖ୍ୟ ସମ୍ପାଦକ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଛି। ୨୦୧୮ ଅକ୍ଟୋବର ୨ରେ ତୁର୍କୀ ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସରେ ତାଙ୍କୁ ହତ୍ୟା କରାଯାଇଥିଲା। ସୌଦି ଆରବ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କୁହାଯାଉଥିଲା। ମୃତଦେହକୁ ଗାଏବ କରିଦିଆଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ଅଧିକାଂଶ ରାଷ୍ଟ୍ର ବିଶ୍ୱାସ କରୁଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତୁର୍କୀ କହିଥିବାବେଳେ ଏହା ପଛରେ ସୌଦି ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ଏହାର କେତେଜଣ ଅଧିକାରୀ ସ୍ବୀକାର କରିଥିଲେ।
ବିବାହ ପାଇଁ କେତେକ ଦସ୍ତାବିଜ ସଂଗ୍ରହ ନିମନ୍ତେ ଖାଶୋଗି ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିଲେ। ତେବେ ସେ ସେଠାରୁ ବାହାରିଥିବାର କୌଣସି ଚିତ୍ର ସିସିଟିଭି କ୍ୟାମେରାରେ ନ ଥିଲା। ସେ ନିଖୋଜ ହୋଇଯାଇଥିବା ଘୋଷଣା କରାଯାଇଥିଲେ ହେଁ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦିଆଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ସେ ଦୂତାବାସରୁ ବାହାରିଯାଇଥିବା ସୌଦି ଆରବ ପକ୍ଷରୁ କୁହାଯାଇଥିଲା। ଶେଷରେ ଖାଶୋଗି ହତ୍ୟା ପାଇଁ ସୌଦି କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ସତ୍ୟ ପ୍ରକାଶ କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ସୌଦି ଉପରେ ଅର୍ଥନୈତିକ ଓ ରାଜନୈତିକ ଚାପ ପକାଯାଇଥିଲା।
ଅକ୍ଟୋବର ୧୫ରେ ସୌଦି ଓ ତୁର୍କୀ ପୋଲିସ ଉକ୍ତ ବାଣିଜି୍ୟକ ଦୂତାବାସ ଖାନତଲାସ କରିଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ୟମ ହୋଇଥିବା ଖାନତଲାସ ବେଳେ ଜଣାପଡିଥିଲା। ୧୮ ଦିନ ପରେ ସୌଦି ସରକାର ମତ ବଦଳାଇ ଦୂତାବାସ ଭିତରେ ଶ୍ୱାସରୁଦ୍ଧ ହୋଇ ଖାଶୋଗିଙ୍କ ମୃତ୍ୟୁ ହୋଇଥିବା ମାନିଥିଲେ। ଏହି ଘଟଣାରେ ୧୮ ଜଣ ସୌଦି ନାଗରିକଙ୍କୁ ଗିରଫ କରାଯାଇଥିଲା। ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ନିର୍ଦ୍ଦେଶରେ ଖାଶୋଗିଙ୍କୁ ହତ୍ୟା କରାଯାଇଥିବା ତୁର୍କୀ କର୍ତ୍ତୃପକ୍ଷଙ୍କ ତରଫରୁ ଛଡାଯାଇଥିବା ଏକ ଅଡିଓରେ ଅଭିଯୋଗ କରାଯାଇଥିଲା। ଗତ ନଭେମ୍ବର ୨୦ରେ ଖାଶୋଗି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସିଆଇଏକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri