ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି ଖବରଦାତା ଖାଶୋଗି ହତ୍ୟା ପାଇଁ ସେ ନିଜ ମୁଣ୍ଡକୁ ଦୋଷ ନେଇଛନ୍ତି। ଏହି ହତ୍ୟା ତାଙ୍କ ତତ୍ତ୍ୱାବଧାନରେ ହୋଇଥିବାରୁ ଏଥିପାଇଁ ସେ ନିଜେ ଦାୟୀ ବୋଲି ଗୁରୁବାର କ୍ରାଉନ୍‌ ପ୍ରିନ୍ସ ସ୍ବୀକାର କରିଛନ୍ତି।
ସାଧାରଣ ପ୍ରସାରଣ ସେବା (ପିବିଏସ୍‌)କୁ କ୍ରାଉନ୍‌ ପ୍ରିନ୍ସ ଏମ୍‌ବିଏସ୍‌ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଖାଶୋଗିଙ୍କ ହତ୍ୟାକାଣ୍ଡ ତାଙ୍କ ତତ୍ତ୍ୱାବଧାନରେ ହୋଇଥିଲା। ଏଥିଲାଗି ସେ ନିଜକୁ ଉତ୍ତରଦାୟୀ କରୁଛନ୍ତି। ତେବେ ତାଙ୍କ ଅଜାଣତରେ ଏହି ହତ୍ୟାକାଣ୍ଡ ଘଟିଥିବା ଏମ୍‌ବିଏସ୍‌ ଦୋହରାଇଛନ୍ତି। ତାଙ୍କ ଅଜାଣତରେ କିପରି ଏହି ହତ୍ୟାକାଣ୍ଡ ଘଟିଲା ବୋଲି ପିବିଏସ୍‌ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଆମର ଜନସଂଖ୍ୟା ୩୨୦ ନିୟୁତ ହୋଇଥିବାବେଳେ ସରକାରୀ କର୍ମଚାରୀଙ୍କ ସଂଖ୍ୟା ୩ ନିୟୁତ। ତେବେ ସେମାନେ ଆପଣଙ୍କ ଯୋଜନାକୁ କାର୍ଯ୍ୟକାରୀ କରାଇଥିବେ ବୋଲି ପ୍ରତିନିଧି ପ୍ରଶ୍ନ କରିଥିଲେ। ଏମ୍‌ବିଏସ୍‌ କହିଥିଲେ, ମୋ ନିର୍ଦ୍ଦେଶ ପାଳନ କରିବା ପାଇଁ ଅଧିକାରୀ ଓ ମନ୍ତ୍ରୀମାନେ ଅଛନ୍ତି, ଯେଉଁମାନେ ଉତ୍ତରଦାୟୀ। ସେହି କାର୍ଯ୍ୟ କରିବା ପାଇଁ ସେମାନେ କ୍ଷମତାପ୍ରାପ୍ତ। ‘ଦି କ୍ରାଉନ୍‌ ପ୍ରିନ୍ସ ଅଫ୍‌ ସୌଦି ଆରବ’ ଶୀର୍ଷକ ପ୍ରାମାଣିକ ଚିତ୍ର ଖାଶୋଗିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀର ଦିନକ ପୂର୍ବରୁ ଅର୍ଥାତ୍‌ ଅକ୍ଟୋବର ୧ରେ ପ୍ରସାରିତ ହେବ। ଏଥିରେ ଏହି ସୌଦି ନେତାଙ୍କ ଉତ୍‌ଥାନ, ଶାସନ ଓ ଖାଶୋଗି ହତ୍ୟାକାଣ୍ଡ ସହ ତାଙ୍କର ସମ୍ପର୍କ ନେଇ ବିସ୍ତୃତ ଭାବେ ଦର୍ଶାଯାଇଛି।
ପ୍ରକାଶ ଯେ, ଓ୍ବାଶିଂଟନ ପୋଷ୍ଟ୍‌ର ଜଣେ ସ୍ତମ୍ଭକାର ଭାବେ କାର୍ଯ୍ୟରତ ସୌଦି ଖବରଦାତା ଖାଶୋଗି ପୂର୍ବରୁ କ୍ରାଉନ୍‌ ପ୍ରିନ୍ସଙ୍କ ସମର୍ଥକ ଥିଲେ। ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କର ସମାଲୋଚକ ପାଲଟିଯାଇଥିଲେ। ୨୦୧୮ ଅକ୍ଟୋବର ୨ରେ ରିୟାଦରୁ ପଠାଯାଇଥିବା ଏକ ୧୫ ଜଣିଆ ଟିମ୍‌ ତୁର୍କୀ ରାଜଧାନୀ ଇସ୍ତାନବୁଲରେ ଖାଶୋଗିଙ୍କୁ ହତ୍ୟା କରିଥିଲେ। ଖାଶୋଗିଙ୍କ ମୃତଦେହ ଅଦ୍ୟାବଧି ମିଳିନାହିଁ। ତେବେ ଏହି ଡକ୍ୟୁମେଣ୍ଟାରି ପ୍ରସାରିତ ହେଲେ ଖାଶୋଗି ହତ୍ୟାର ଗୁମର ଫିଟିବ ବୋଲି କୁହାଯାଉଛି।

ହତ୍ୟାକାଣ୍ଡକୁ ବର୍ଷେ

ଓ୍ବାଶିଂଟନ ପୋଷ୍ଟ ଖବରଦାତା ତଥା ଅଲ୍‌-ଆରବ ନ୍ୟୁଜ୍‌ ଚ୍ୟାନେଲର ପୂର୍ବତନ ମହାପ୍ରବନ୍ଧକ ଓ ମୁଖ୍ୟ ସମ୍ପାଦକ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଛି। ୨୦୧୮ ଅକ୍ଟୋବର ୨ରେ ତୁର୍କୀ ରାଜଧାନୀ ଇସ୍ତାନବୁଲସ୍ଥିତ ସୌଦି ବାଣିଜି୍ୟକ ଦୂତାବାସରେ ତାଙ୍କୁ ହତ୍ୟା କରାଯାଇଥିଲା। ସୌଦି ଆରବ ସରକାରଙ୍କ ଏଜେଣ୍ଟ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା କୁହାଯାଉଥିଲା। ମୃତଦେହକୁ ଗାଏବ କରିଦିଆଯାଇଥିବାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇଥିବା ଅଧିକାଂଶ ରାଷ୍ଟ୍ର ବିଶ୍ୱାସ କରୁଥିଲେ। ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ତୁର୍କୀ କହିଥିବାବେଳେ ଏହା ପଛରେ ସୌଦି ସରକାରଙ୍କ ଏଜେଣ୍ଟ ସମ୍ପୃକ୍ତ ଥିବା ଏହାର କେତେଜଣ ଅଧିକାରୀ ସ୍ବୀକାର କରିଥିଲେ।
ବିବାହ ପାଇଁ କେତେକ ଦସ୍ତାବିଜ ସଂଗ୍ରହ ନିମନ୍ତେ ଖାଶୋଗି ସୌଦି ବାଣିଜି୍ୟକ ଦୂତାବାସକୁ ଯାଇଥିଲେ। ତେବେ ସେ ସେଠାରୁ ବାହାରିଥିବାର କୌଣସି ଚିତ୍ର ସିସିଟିଭି କ୍ୟାମେରାରେ ନ ଥିଲା। ସେ ନିଖୋଜ ହୋଇଯାଇଥିବା ଘୋଷଣା କରାଯାଇଥିଲେ ହେଁ ତାଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କରିଦିଆଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ସେ ଦୂତାବାସରୁ ବାହାରିଯାଇଥିବା ସୌଦି ଆରବ ପକ୍ଷରୁ କୁହାଯାଇଥିଲା। ଶେଷରେ ଖାଶୋଗି ହତ୍ୟା ପାଇଁ ସୌଦି କର୍ତ୍ତୃପକ୍ଷଙ୍କ ଉପରକୁ ଅଙ୍ଗୁଳି ଉଠିଥିଲା। ସତ୍ୟ ପ୍ରକାଶ କରିବା ଲାଗି ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ସୌଦି ଉପରେ ଅର୍ଥନୈତିକ ଓ ରାଜନୈତିକ ଚାପ ପକାଯାଇଥିଲା।
ଅକ୍ଟୋବର ୧୫ରେ ସୌଦି ଓ ତୁର୍କୀ ପୋଲିସ ଉକ୍ତ ବାଣିଜି୍ୟକ ଦୂତାବାସ ଖାନତଲାସ କରିଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ୟମ ହୋଇଥିବା ଖାନତଲାସ ବେଳେ ଜଣାପଡିଥିଲା। ୧୮ ଦିନ ପରେ ସୌଦି ସରକାର ମତ ବଦଳାଇ ଦୂତାବାସ ଭିତରେ ଶ୍ୱାସରୁଦ୍ଧ ହୋଇ ଖାଶୋଗିଙ୍କ ମୃତ୍ୟୁ ହୋଇଥିବା ମାନିଥିଲେ। ଏହି ଘଟଣାରେ ୧୮ ଜଣ ସୌଦି ନାଗରିକଙ୍କୁ ଗିରଫ କରାଯାଇଥିଲା। ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନଙ୍କ ନିର୍ଦ୍ଦେଶରେ ଖାଶୋଗିଙ୍କୁ ହତ୍ୟା କରାଯାଇଥିବା ତୁର୍କୀ କର୍ତ୍ତୃପକ୍ଷଙ୍କ ତରଫରୁ ଛଡାଯାଇଥିବା ଏକ ଅଡିଓରେ ଅଭିଯୋଗ କରାଯାଇଥିଲା। ଗତ ନଭେମ୍ବର ୨୦ରେ ଖାଶୋଗି ହତ୍ୟାକାଣ୍ଡର ତଦନ୍ତ ଜାରି ରଖିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସିଆଇଏକୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri