ଫାଇଲେରିଆର ପ୍ରାଦୁର୍ଭାବ

”ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ।“

ଫାଇଲେରିଆ ଗୋଟିଏ ମଶା ବାହକ ରୋଗ। ଅସ୍ବାସ୍ଥ୍ୟକର ପରିବେଶ ଓ ଢାଙ୍କୁଣି ନ ଥିବା ନର୍ଦ୍ଦମା ପାଣିରେ ମଶାମାନେ ଅଣ୍ଡା ଦେଇ ବଂଶ ବିସ୍ତାର କରନ୍ତି। ଏହି ରୋଗରେ ମୃତ୍ୟୁହାର ନଗଣ୍ୟ ହୋଇଥିବାରୁ ପ୍ରଶାସନ ଉଦାସୀନ। ରୋଗୀ ସାରା ଜୀବନ ଜ୍ୱର ଓ ଯନ୍ତ୍ରଣା ଭୋଗ କରେ। ଗୋଦର ଗୋଡ଼ରୁ ଜୀବିକା ହରାଏ। ଆର୍ଥିକ ଅନଟନ, ପାରିବାରିକ ଅବହେଳା ଓ ସାମାଜିକ ବାସନ୍ଦ ଜୀବନକୁ ଦୁର୍ବିଷହ କରିପକାଏ। ଏହି ରୋଗ ଭାରତରୁ ୨୦୨୫ ସୁଦ୍ଧା ନିରାକରଣ କରିବା ପାଇଁ ସରକାର ଓ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ଯୋଜନା ସ୍ଥିର କରିଛନ୍ତି। ଏହାର ସଫଳତା ସମୟ ହିଁ କହିବ। ସ୍ଥାୟୀ ଭାବରେ ଅସୁସ୍ଥ ରୋଗୀମାନଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେମାନଙ୍କର ଚିକିତ୍ସା, ଥଇଥାନ, ଆର୍ଥିକ ସହାୟତା ଓ ସମାଜରେ ସାଧାରଣ ନାଗରିକ ଭାବରେ ବଞ୍ଚତ୍ବାର ଅଧିକାର ପାଇଁ ପ୍ରଶାସନ ଚିନ୍ତା କରୁନାହାନ୍ତି। ଆମ ଦେଶରେ ଏହିପରି ୧୫ ନିୟୁତ ରୋଗୀ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି। ସେମାନେ ଅବହେଳିତ ଓ ନିଷ୍ପେଷିତ ଜୀବନଯାପନ କରୁଛନ୍ତି। ପାଦରେ ଘା’ ହୋଇ ସବୁବେଳେ ପୂଜ ଓ ପାଣି ବାହାରୁଛି। ପୋକ ବାହାରୁଛନ୍ତି। ଘା’ ଶୁଖୁ ନାହିଁ। ଚାଲିବାରେ କଷ୍ଟ ହେଉଛି। ଡାକ୍ତରଖାନାରେ ରହି ଚିକିତ୍ସା ପାଇଁ ବ୍ୟବସ୍ଥା ନାହିଁ। ମନ୍ଦିର ପାଖରେ ଓ ରାସ୍ତା କଡ଼ରେ ଭିକ ମାଗି ଜୀବନ ନିର୍ବାହ କରୁଛନ୍ତି।
ଗୋଡ଼-ହାତ ଫୁଲା କେବଳ ଫାଇଲେରିଆ ରୋଗର ଲକ୍ଷଣ ନୁହେଁ। ଧଳା ଓ ରକ୍ତ ପରିସ୍ରା, ଶୁକ୍ରରେ ରକ୍ତ ପଡ଼ିବା, ଶୁଖିଲା କାଶ ସହିତ ଛାତିରେ ଯନ୍ତ୍ରଣା ହେବା, ଅଣ୍ଟା ଓ ପିଠିର ତଳ ଭାଗରେ କଷ୍ଟ ହେବା, ଗଣ୍ଠି ଦରଜ ହୋଇ ବିନ୍ଧିବା ଇତ୍ୟାଦି ଏହି ରୋଗର ନିଦାନ। ଫୁସ୍‌ଫୁସ୍‌ରେ ଏହି ରୋଗର ପରଜୀବୀ ରହି ପ୍ରଦାହ କରେ ଓ ଆଲର୍ଜି ହୋଇ ସବୁବେଳେ ଶୁଖିଲା କାଶ ଲାଗିରହେ। ଆଣ୍ଟିବାୟୋଟିକ୍‌ ଚିକିତ୍ସା ଦ୍ୱାରା ରୋଗୀ ସୁସ୍ଥ ହୁଏ ନାହିଁ। ଏମାନେ ଶରୀରରେ ୧୦ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ ରହନ୍ତି। ତେଣୁ ଚିକିତ୍ସା ଦୀର୍ଘଦିନ କରିବା ଆବଶ୍ୟକ।
ପୁରୁଷମାନଙ୍କର ଅଣ୍ଡକୋଷ, ଶୁକ୍ରବାହୀ ନଳୀ ଏବଂ ମହିଳାମାନଙ୍କର ସ୍ତନରେ ପ୍ରଦାହ ବହୁଦିନ ଲାଗି ରହିବା ଫଳରେ ଆକାର ଧୀରେ ଧୀରେ ବୃଦ୍ଧିହୁଏ। ଶୁକ୍ରବାହୀ ନଳୀ ସଙ୍କୁଚିତ ହୋଇ ଏହାର ଭିତର ରନ୍ଧ୍ର ବନ୍ଦ ହୋଇଯାଏ। ଫଳରେ ଶୁକ୍ର ନିର୍ଗତ ହୋଇପାରେ ନାହିଁ। ଏହା ପୁରୁଷ ବନ୍ଧ୍ୟାର କାରଣ। ଗୋଦର ଗୋଡ଼କୁ ଅପରେଶନ କରିବା ଅନୁଚିତ। ଏହା କଲେ ସବୁଦିନ ପାଇଁ ହସିକା ନଳୀ ଓ ଗ୍ରନ୍ଥିଗୁଡ଼ିକ ନଷ୍ଟ ହୋଇଯାଏ। ଇସିକା ପ୍ରଦାହ ବନ୍ଦ ହୋଇଯିବାରୁ ଗୋଡ଼ର ଫୁଲା କ୍ରମାନ୍ବୟେ ବୃଦ୍ଧି ହୋଇ ହାତୀଗୋଡ଼ ଆକାର ହୋଇଯାଏ। ତେଣୁ ଏହାକୁ ‘ଏଲିଫାଣ୍ଟଏଡ଼’ ଗୋଡ଼ କୁହାଯାଏ। ଘା’ ନ ଶୁଖି ସବୁବେଳେ ପାଣି ଓ ପୂଜ ବାହାରି ଦୁର୍ଗନ୍ଧ ହୁଏ। ତେଣୁ ଏହି ରୋଗୀମାନେ ସମାଜରେ ବାସନ୍ଦ ହୋଇଯାଆନ୍ତି।
ପ୍ରଶାସନକୁ ଅନୁରୋଧ, ପୁରାତନ ଫାଇଲେରିଆ ରୋଗୀମାନଙ୍କ ପାଇଁ ସୁଚିକିତ୍ସା ଓ ଥଇଥାନର ବ୍ୟବସ୍ଥା କରନ୍ତୁ। ରୋଗ ନିରାକରଣ ସହିତ ଦୀର୍ଘସ୍ଥାୟୀ ମୁମୂର୍ଷୁ ରୋଗୀମାନଙ୍କର ସ୍ଥାୟୀ ସେବା ଓ ଫଳପ୍ରଦ ଚିକିତ୍ସା ହେଉ।

ଡା. ଦ୍ୱିଜେଶ କୁମାର ପଣ୍ଡା
-ଫାଇଲେରିଆ ଓ ନିଦାନ ବିଶେଷଜ୍ଞ, ବରିଷ୍ଠ ବୈଜ୍ଞାନିକ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଫୋନ: (୦୬୭୪) ୨୫୪୨୯୩୪


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପ୍ରକ୍ରିୟାରେ ବିଳମ୍ବ, ତେଜୁଛି ଅସନ୍ତୋଷ

ଗଞ୍ଜାମ,୯ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ହୁମ୍ମାଠାରେ ରହିଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଗତ ୧ ବର୍ଷ ତଳେ ଦାବି ଜୋର…

ଶିକ୍ଷା ବିଭାଗରେ ଚହଳ! ଘରେ ପଶି ଶିକ୍ଷୟିତ୍ରୀଙ୍କୁ ବଳାତ୍କାର, ବିରୋଧ କରିବାରୁ….

ଲକ୍ଷ୍ନୌ,୯ା୮: ଉତ୍ତରପ୍ରଦେଶର ହରଦୋଇ ଜିଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି…

ମମତା ବାନାର୍ଜୀଙ୍କ କାର ଉପରକୁ ପଥରମାଡ଼: ଚୋର-ଚୋର ନାରା ଦେଲେ….

କୋଲକାତା,୯ା୮: ପଶ୍ଚିମବଙ୍ଗର ହାଲିସହରରେ ତୃଣମୂଳ କଂଗ୍ରେସର ଜଣେ ମୃତ କର୍ମୀଙ୍କ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ବିରୋଧର ସାମ୍ନା କରିବାକୁ ପଡ଼ିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri