ଫାଇଲ ତଳେ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପ ଭାଗ୍ୟ: ନାହିଁ ଆନ୍ତରିକତା, ଆଗଉନି କାମ

ତାଳଚେର, ୬ା୯ (ନି.ପ୍ର.) – ଫାଇଲ ତଳେ ତାଳଚେର ସମଲ ବ୍ୟାରେଜଠାରେ ପ୍ରସ୍ତାବିତ କହ୍ନେଇଜେନା ଇକୋ ଟୁରିଜିମ ପ୍ରକଳ୍ପର ଭାଗ୍ୟ। କାଗଜକଲମରେ ସରିଛି ବ୍ୟୟ ଅଟକଳ, ଆବଶ୍ୟକ ଜମି ଚିହ୍ନଟ। ହେଲେ ବାସ୍ତବରେ ଏହାର କାର୍ଯ୍ୟକାରିତାକୁ ନେଇ ପରିବେଶବିତ୍‌ଙ୍କ ସମେତ ଅଞ୍ଚଳବାସୀ ଅନିଶ୍ଚିତତାରେ ରହିଛନ୍ତି। ଫାଇଲରେ ସବୁ କାମ ସରିଥିଲେ ହେଁ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତା ଓ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପର ଭବିଷ୍ୟତ ସନ୍ଦିହାନ ହୋଇପଡିଥିବା ଅଭିଯୋଗ ହୋଇଛି।
ବ୍ୟାରେଜ ନିକଟରେ ଏକ ଇକୋ ଟୁରିଜମ ସେଣ୍ଟର କରାଯିବାକୁ ନେଇ ତାଳଚେର ଓ ପାଲଲହଡ଼ାବାସୀଙ୍କ ଦୀର୍ଘଦିନର ଦାବି ପୂରଣ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ଏଥିନିମନ୍ତେ ଆବଶ୍ୟକ ୨ ଏକର ଜମି କଣିହାଁ ତହସିଲ ପକ୍ଷରୁ ଚିହ୍ନଟ କରାଯାଇ ଉପଜିଲାପାଳଙ୍କୁ ପ୍ଲାନ ଓ ଲ୍ୟାଣ୍ଡ ସିଡ୍ୟୁଲ ୨୦୧୫ରେ ପ୍ରଦାନ କରାଯାଇଛି। ସେହିବର୍ଷ ପୂର୍ତ୍ତବିଭାଗ ପକ୍ଷରୁ ୮କୋଟି ୭୨ ଲକ୍ଷ ୨୬ ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳ ବି ସରିଛି। ଏହା ସତ୍ତ୍ୱେ ପ୍ରକଳ୍ପର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ଝୁଲି ରହିଛି। ଜିଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ବହୁବାର ସ୍ଥାନ ପରିଦର୍ଶନ କରିବା ସହ ଅନେକ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ହେଲେ ଏହା ସବୁ କେବଳ ଲୋକ ଦେଖାଣିଆ ସାବ୍ୟସ୍ତ ହୋଇଛି। ବୋଟିଂ, ଚିଲଡ୍ରେନପାର୍କ, ଗେଷ୍ଟହାଉସ ଏହି ପ୍ରକଳ୍ପ ନିମନ୍ତେ ଆବଶ୍ୟକ ରାସ୍ତା, ପାଚେରି, ପାନୀୟଜଳ ବ୍ୟବସ୍ଥା ନିମନ୍ତେ ପୂର୍ତ୍ତବିଭାଗ ପକ୍ଷରୁ ପ୍ରାରମ୍ଭିକ ଅଟକଳ ପରେ କୌଣସି କାମର ଅଗ୍ରଗତି ହେଉନାହିଁ।
କହ୍ନେଇ ଜେନାର ଫଳଫୁଲ ଭରା ସୁନ୍ଦର ଜଙ୍ଗଲ, ନିକଟରେ ବହି ଯାଉଥିବା ବ୍ରାହ୍ମଣୀ ନଦୀ ସହ ସମଲ ବ୍ୟାରେଜର ବିସ୍ତୃତ ଜଳଭଣ୍ଡାର ଦର୍ଶକଙ୍କୁ ମନଲୋଭା ପରିବେଶର ଅନୁଭୂତି ଦେବାରେ ବେଶ ସକ୍ଷମ। ଜଳଭଣ୍ଡାରକୁ ଇଣ୍ଡିଆନ କରୋମେଣ୍ଟ, ଲିଟିଲ କରୋମେଣ୍ଟ, ପରପଲ ହେରନ, ଗ୍ରୀଟ ଇଗ୍ରେଟ, ଲିଟିଲ ହିରନ, ଲିଟିଲ ଇଗ୍ରେଟ, ପିନଟେଲ ଡକ, କମନଟିଲ, ମାଲାଡ, ଗଡୱାଲ, ଗାର୍ଗାନିଗ, ରେଡ କ୍ରେଷ୍ଟେଡ ପୋଚାଡ, ହ୍ବାଇଟ ବ୍ରେଷ୍ଟ ୱାଟରମ୍ୟାନ, କୋଟ ସମେତ ୨୦/୩୦ହଜାର ଅତିଥି ପକ୍ଷୀ ପ୍ରତିବର୍ଷ ଡିସେମ୍ବରରେ ଏଠାରେ ଆସି ପହଞ୍ଚିଥାନ୍ତି, ଯାହା ପରିବେଶକୁ ଅଧିକ ମନୋରମ କରିଥାଏ। ରେଙ୍ଗାଳି ନଦୀବନ୍ଧ, ଏନ୍‌ଟିପିସି ବିଦ୍ୟୁତ ପ୍ରକଳ୍ପ, ଅନନ୍ତ ଶୟନରେ ବିଷ୍ଣୁମୂର୍ତ୍ତି ଚକ୍ରଶୀଳା ଶିବମନ୍ଦିର ଆଦି ଏଠାରେ ପର୍ଯ୍ୟଟକମାନେ ଦେଖିବାକୁ ପାଇବେ। ଏଥିସହ ପର୍ଯ୍ୟଟକଙ୍କ ପାଇଁ ସବୁ ପ୍ରକାର ସୁବିଧା ଥିବା ସତ୍ତ୍ୱେ ପ୍ରକଳ୍ପ ନିର୍ମାଣ କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେଉ ନ ଥିବାରୁ ବୁଦ୍ଧିଜୀବୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଆଇନଜୀବୀ ତଥା ପରିବେଶ ବିତ ବାଉରୀବନ୍ଧୁ ବେଜ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗତ ୨୬ ତାରିଖରେ ଅଭିଯୋଗ ପତ୍ର ମାଧ୍ୟମରେ ଦାବି କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ପରେଶ ଚନ୍ଦ୍ର ନାୟକ କୁହନ୍ତି, ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ପ୍ରଶାସନ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ସ୍ଥାନୀୟ ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri