ଫସଲ ବୀମା ପ୍ରଦାନ ଦାବି: ଉପ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚାଷୀ

ଧର୍ମଗଡ,୧୭।୭(ଡି.ଏନ.ଏ.): ଫସଲ ବୀମା ପ୍ରଦାନ ଦାବିରେ ଚାଷୀମାନେ ବୁଧବାର ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଗାମୀ ୭ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନ ହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି । କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଦଣ୍ଡପାଟ ଅଞ୍ଚଳରେ ଗତ ୨୦୧୮ରେ ବର୍ଷା ଅଭାବରୁ ଫସଲ ନଷ୍ଟ ହୋଇ ମରୁଡି ଦେଖାଦେଇଥିଲା । ଏଥିରେ ୭ଟି ଗ୍ରାମପଞ୍ଚାୟତ ଯଥା ବେହେରା, ଜୟନ୍ତପୁର, କଦଳୀମୁଣ୍ଡା, ତେଣ୍ଡାପାଲି, ଜୟନ୍ତପୁର, ଦହଗାଁ ଓ ଛଞ୍ଚାଣବାହିଲି ପଞ୍ଚାୟତ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିଲେ। ସେତେବେଳେ ସରକାରଙ୍କ ତରଫରୁ ଆକଳନ କରାଯାଇ ୮୦ ପ୍ରତିଶତ ମରୁଡି ଘୋଷଣା ହୋଇଥିଲା ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା। ଇତିମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବୀମା ଟଙ୍କା ଆଜି ଯାଏ ମିଳିନାହିଁ। ଏ ସମ୍ପର୍କରେ ଚାଷୀମାନେ ବାରମ୍ବାର ପ୍ରଶାସନ ପାଖକୁ ଦୌଡି ଥିଲେ ସୁଦ୍ଧା କୌଣସି ସୁଫଳ ପାଇନାହାନ୍ତି । ଏହାକୁ ନେଇ ବୁଧବାର ପୁଣି ଚାଷୀମାନେ ଧର୍ମଗଡ ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଅବସରରେ ଚାଷୀମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ଏକ ନକଲ କଳାହାଣ୍ଡି ଜିଲାପାଳ, କୃଷି ନିର୍ଦ୍ଦେଶକ, କୃଷୀମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରୋଡ୍‌ ଶୋ’ କରି ଭାଜପା ପ୍ରାର୍ଥୀଙ୍କ…

ଭୁବନେଶ୍ୱର,୨୭ା୪: ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରୋଡ୍‌ ଶୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ଏଥିସହିତ ବଗଡ଼ାରେ ରୋଡ୍‌ ଶୋ’…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ…

ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଚେତାବନୀ, କହିଲା ‘ପ୍ରମାଣ ଯୁକ୍ତି କରେ ନାହିଁ; ଏହା ନିଷ୍ପତ୍ତି ନିଏ – କେବଳ ୨୨ ମିନିଟରେ…”

ନୂଆଦିଲ୍ଲୀ,୨୭।୪: ଅପରେଶନ ସିନ୍ଦୂରର ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲା, ଯେଉଁଥିରେ ସେ ବର୍ଣ୍ଣନା କରିଥିଲା ଯେ କିପରି…

ରାଜ୍ୟସଭା ସଚିବାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଭାଜପାର ହେଲେ ରାଘବ ଚଢାଙ୍କ ସମେତ ସମସ୍ତ ୭ ବିଦ୍ରୋହୀ ଏଏପି ଏମପି

ନୂଆଦିଲ୍ଲୀ,୨୭।୪: ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି (AAP) କୁ ବଡ଼ ଝଟକା ଲାଗିଛି। ରାଜ୍ୟ ସଭା ସମସ୍ତ ବିଦ୍ରୋହୀ AAP ଏମପିଙ୍କୁ – ରାଘବ ଚଡ୍ଡାଙ୍କ…

ଆନ୍ଧ୍ର ବି.ଇଡି ନାମଲେଖା ନାଁରେ ଠକେଇ, ୨ ଗିରଫ

ଝାରସୁଗୁଡ଼ା,୨୭।୪ (ଆଶିଷ ରଞ୍ଜନ ଦାଶ): ଓଡ଼ିଶାର ଅନେକ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହ ଖେଳୁଥିବା ଏକ ଆନ୍ତଃରାଜ୍ୟ ଶିକ୍ଷା ଠକେଇ ର଼୍ୟାକେଟକୁ ଝାରସୁଗୁଡ଼ା ପୋଲିସ ଧରିଛି। ଆନ୍ଧ୍ରପ୍ରଦେଶର ବିଭିନ୍ନ…

ଆରମ୍ଭ ହେବ ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା, ରଙ୍ଗବେରଙ୍ଗ ଆଲୋକମାଳା ଝଲସୁଛି କୋରାପୁଟ ସହର

କୋରାପୁଟ,୨୭।୪(ଅମିତାଭ ବେହେରା ): ସୋମବାରଠୁ କୋରାପୁଟ ସହରରେ ଆରମ୍ଭ ହେବାକୁ ଯାଉଛି ମା’ ମୁତ୍ୟାଲୁମାଙ୍କ ନବଦିନ ଘଟଯାତ୍ରା । ତେଣୁ ମା’ଙ୍କ ପୁଚିଲାସାହିସ୍ଥିତ ଅସ୍ଥାୟୀ ମଣ୍ଡପ ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri