ଫର୍ଜନା ଏବେ ସ୍ବପ୍ନାରାଣୀ

ତିହିଡ଼ି, ୧୬।୭ (ଡି.ଏନ.ଏ.) – ଭଲପାଇବା ମାନେନି ଜାତିଭେଦ କି ସାମାଜିକ ବନ୍ଧନ। ପ୍ରଶାନ୍ତ ଓ ଫର୍ଜନା ଏହା ବିରୋଧରେ ସାହସର ସହ ଲଢ଼ି ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇପାରିଛନ୍ତି। ଏକ ସଂଖ୍ୟାଲଘୁ ସମ୍ପ୍ରଦାୟର ଝିଅ ଫର୍ଜନା ସାଜିଛନ୍ତି ‘ସ୍ବପ୍ନାରାଣୀ’, ଏକ ଓଡ଼ିଆ ଘରର ବୋହୂ। ସୋମବାର ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ାସ୍ଥିତ ତାରିଣୀଙ୍କ ମନ୍ଦିରରେ ସେମାନଙ୍କ ବିବାହ ଉତ୍ସବ ଆୟୋଜିତ ହୋଇଥିଲା। ନା ଫୁଟିଥିଲା ବାଣ ନା ଆସିଥିଲା ବର ଶୋଭାଯାତ୍ରା। ମନ୍ଦିର ରୀତିନୀତି ଅନୁଯାୟୀ ନାମ ପଞ୍ଜୀକରଣ ପରେ ବରକନ୍ୟା ବେଦିରେ ବସିଥିଲେ। ପ୍ରଥମେ ପ୍ରେମୀଯୁଗଳଙ୍କୁ ସଂସ୍କାର କରାଯାଇ ହିନ୍ଦୁଧର୍ମକୁ ଅଣାଯାଇଥିଲା। ପରେ ବୈଦିକ ରୀତିରେ ବିବାହ ଅନୁଷ୍ଠିତ ହୋଇଥିଲା। ଆର୍‌ଏସ୍‌ଏସ୍‌ର କିଶୋର ନାୟକ କନ୍ୟାପିତା ଏବଂ ବର ପ୍ରଶାନ୍ତଙ୍କ ମା’ କନକଲତା ମହାଳିକ ବିବାହ ଦାୟିତ୍ୱ ତୁଲାଇଥିଲେ। ବିଶ୍ୱହିନ୍ଦୁ ପରିଷଦର ଭୁବନାନନ୍ଦ ମିଶ୍ର, ଯଯାତି ଦାସ, ରଘୁନାରାୟଣ ନାୟକ, ଜଗନ୍ନାଥ ବେହେରା, ରତିକାନ୍ତ ଦାସ, ବୈଦ୍ୟନାଥ ସେନାପତି ଓ ବଜରଙ୍ଗ ଦଳର ଜୟପ୍ରକାଶ ପତି ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ପ୍ରଶାନ୍ତଙ୍କ ଘର ତିହିଡ଼ି ଥାନା ଅଧୀନ ବାରୋ ଗ୍ରାମରେ। ସେ କେନ୍ଦ୍ରାପଡ଼ା ଜିଲାର ମନକରପୁର ଗ୍ରାମଠାରୁ କିଛି ଦୂରରେ ଏକ ସ୍କୁଲ ଖୋଲି ପିଲାଙ୍କୁ ଶିକ୍ଷା ଦେଉଥିଲେ। ସେହି ସ୍କୁଲରେ ମନକରପୁର ଅଞ୍ଚଳର ଫର୍ଜନା ଆଜମୀ କର୍ମଚାରୀ ଭାବେ କାମ କରୁଥିଲେ। ୩ ବର୍ଷ ପୂର୍ବେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଏ ବିଷୟରେ ପରିବାର ଲୋକେ ଜାଣିବା ପରେ ସେମାନଙ୍କୁ କଡ଼ା ବିରୋଧ କରିଥିଲେ। ଏଥିଲାଗି ଫର୍ଜନାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ସହିବାକୁ ପଡ଼ିଥିଲା। ଶେଷରେ ପ୍ରେମୀଯୁଗଳ କେନ୍ଦ୍ରାପଡ଼ା ଛାଡ଼ି ଟାଟା ଚାଲି ଯାଇଥିଲେ। ସେଠାରେ ୧୫ ଦିନ ରହିବା ପରେ ଭଦ୍ରକ ଫେରିଆସି ଏକ ଭଡ଼ାଘର ନେଇ ରହୁଥିଲେ। ପରେ ଫର୍ଜନା ଏକ ପୁତ୍ରସନ୍ତାନର ଜନନୀ ହୋଇଥିଲେ। ପ୍ରଶାନ୍ତଙ୍କୁ ପରିବାର ଲୋକେ ବିରୋଧ କରୁଥିବାରୁ ଘରକୁ ଯିବା ଲାଗି ଛାଡ଼ି ନ ଥିଲେ। ଏଭଳି ସ୍ଥିତିରେ ପ୍ରଶାନ୍ତ ୧୫ ଦିନ ତଳେ ତିହିଡ଼ିର ବିଶ୍ୱହିନ୍ଦୁ ପରିଷଦ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସହଯୋଗ କରିବାକୁ ନିବେଦନ କରିଥିଲେ। ପରିଶେଷରେ ପରିଷଦର କର୍ମକର୍ତ୍ତା ତିହିଡ଼ି ଥାନା ଭାଟପଡ଼ାସ୍ଥିତ ତାରିଣୀ ମନ୍ଦିରରେ ସ୍ବପ୍ନାରାଣୀ ଓ ପ୍ରଶାନ୍ତଙ୍କ ବିବାହ କରାଇବାକୁ ସ୍ଥିର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଥୁଆମୂଳ ରାମପୁର: DMF ପାଣ୍ଠି ପାଇଁ ବିଡିଓଙ୍କୁ ସ୍ମାରକପତ୍ର

ଥୁଆମୂଳ ରାମପୁର,୧୭।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକକୁ ସମ୍ପୂର୍ଣ୍ଣ ଭାବେ ଜିଲା ଖଣିଜ ପ୍ରତିଷ୍ଠାନ (DMF) ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ସହ ସରପଞ୍ଚମାନଙ୍କୁ କ୍ଷମତା…

ପୂର୍ବତନ ବିଧାୟକଙ୍କ ବିବାଦୀୟ ଫାର୍ମ ହାଉସରେ ମାପଚୁପ ଆରମ୍ଭ, ଜବରଦଖଲ ଅଭିଯୋଗରେ ହୋଇଥିଲା ନୋଟିସ

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ଗ୍ରାମପଞ୍ଚାୟତସ୍ଥିତ ପନ୍ତୁରୀ ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମହାଉସରେ ଆରମ୍ଭ ହୋଇଛି…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri