Posted inରାଜ୍ୟ

ଫନୀକୁ ମାସେ ବିତିଲା: ଖୋଲା ଆକାଶ ତଳେ ବିତୁଛି ବିପନ୍ନଙ୍କ ଜୀବନ

କୃଷ୍ଣପ୍ରସାଦ,୮ା୬(ଡି.ଏନ୍‌.ଏ.): ଫନୀ ବାତ୍ୟାକୁ ଦୀର୍ଘ ୧ ମାସ ବିତିଯାଇଛି। ତଥାପି ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାର ଅନ୍ତଃ ଘଟୁ ନାହିଁ। ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକସ୍ଥିତ ଚିଲିକା ଘେରି ମଧ୍ୟରେ ଥିବା ଦୀପାଞ୍ଚଳ ବ୍ରହ୍ମପୁରରେ । ଏଠାରେ ବାସ କରୁଥିବା ପ୍ରାୟ ୨୫ଶହରୁ ଊର୍ଦ୍ଧ୍ୱ ଜନସାଧାରଣଙ୍କ ୮୦ ପ୍ରତିଶତ ଘରର ଚାଳ ଓ ଛାତ ଛପର ଉଡ଼ିଯିବା ସହ ଅନେକ ଘର ଭାଙ୍ଗିଯାଇଛି। ଏଥିଯୋଗୁ ଶହ ଶହ ଲୋକ ଦୁଃଖ, କଷ୍ଟରେ ଖୋଲା ଆକାଶ ତଳେ ପଡ଼ି ରହିଛନ୍ତି ା ବର୍ତ୍ତମାନ ଏମାନଙ୍କ ପାଇଁ ଘର, ଖାଦ୍ୟ ଓ ପାନୀୟ ଜଳ ନାହିଁ। ହରାଇ ସାରିଛନ୍ତି ନିଜର କୌଳିକ ବୃତ୍ତି । ସରକାରୀ ସହାୟତା ଏହି ବିପନ୍ନ ପରିବାର ପାଇଁ ସ୍ବପ୍ନ ପାଲଟିଛି। ଚିଲିକା ଉପରେ ନିର୍ଭର କରି ଚଳୁଥିବା ଏହି ମତ୍ସ୍ୟଜୀବୀ ପରିବାରର ଜାଲ, ଡଙ୍ଗାଗୁଡ଼ିକ ବାତ୍ୟାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କିଛିଦିନ ତଳେ ସରକାରଙ୍କ ପକ୍ଷରୁ ରିଲିଫ୍‌ ବାବଦରେ କେବଳ ମିଳିଥିଲା ୩ ହଜାର ଟଙ୍କା, ୫୦ କେଜି ଚାଉଳ, ଅଢ଼େଇ ଲିଟର କିରୋସିନ୍‌ ଓ ଗୋଟିଏ ପଲିଥିନ ା ଚାଉଳ ସରିଯିବା ପରେ କ’ଣ ଖାଇବେ ସେ ନେଇ ଚିନ୍ତା ଘାରିଛି ବିପନ୍ନଙ୍କୁ। ରାଜସ୍ବ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଓ କେନ୍ଦ୍ରୀୟ ଦଳର ଗସ୍ତ ପରେ ଆଶା ରହିଛି ଯେ ସରକାରୀ ସହାୟତା କେବେ ମିଳିବ? ବ୍ଲକ ଅଞ୍ଚଳର ପ୍ରକାଶ ଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ଜେନା, ନୀଳକଣ୍ଠ ରାୟଗୁରୁ, ସୁଶାନ୍ତ କୁମାର ଜେନା, ଧବଳେଶ୍ୱର ଜେନା କହନ୍ତି, ଆମକୁ ମିଳିଥିବା ମାତ୍ର ଅଢ଼େଇ ଲିଟର କିରୋସିନ ୧୫ ଦିନ ହେଲାଣି ସରିଗଲାଣି। ଏ ଯାଏ ବିଦ୍ୟୁତ୍‌ ନାହିଁ, ଆମେ ଚଳିବୁ କେମିତି? ପିଲାଙ୍କ ପାଠପଢ଼ାରେ ଘୋର ବ୍ୟାଘାତ ହେଉଛି। ଲକ୍ଷ୍ମୀପ୍ରିୟା ଜେନା କହିଛନ୍ତି, ୧୧ ଜଣ ସଦସ୍ୟ ବିଶିଷ୍ଟ ଆମର ପରିବାର ଭଙ୍ଗା କୁଡ଼ିଆରେ ଦିନ ବିତାଉଛନ୍ତିି । ଏଥିପ୍ରତି କୌଣସି ସରକାରୀ ପଦକ୍ଷେପ ନାହିଁ। ସ୍ଥାନୀୟ ଲୋକେ କହିଛନ୍ତି, କିଛି ବର୍ଷ ମଧ୍ୟରେ ୩ଟି ବଡ଼ ବଡ଼ ବାତ୍ୟା ପରେ ଛାତ ଘର ଯୋଗାଇ ଦେବାର ପ୍ରତିଶ୍ରୁତି ହିଁ କେବଳ ଆମକୁ ମିଳୁଛି। ତେଣୁ ଆବାସ ଯୋଜନାରେ ବାସହରାଙ୍କୁ ତୁରନ୍ତ ଥଇଥାନ କରିବା ସହ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ବିପନ୍ନମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri