Posted inଜାତୀୟ

ପ୍ଲାଷ୍ଟିକ ନେଉଛି ଶହ ଶହ ପ୍ରାଣୀଙ୍କ ଜୀବନ: ରିପୋର୍ଟ

ନୂଆଦିଲ୍ଲୀ,୧୧।୯: ପ୍ରତିବର୍ଷ ପ୍ଲାଷ୍ଟିକ ଖାଇବାରୁ ଦେଶରେ ହଜାର ହଜାର ସଂଖ୍ୟାରେ କଥା କହିପାରୁ ନ ଥିବା ପ୍ରାଣୀଙ୍କ ମୃତ୍ୟୁ ହେଉଛି। ପ୍ଲାଷ୍ଟିକ ଆବର୍ଜନା ସ୍ଥଳଚର ପ୍ରାଣୀଙ୍କ ସହ ଜଳଚର ପ୍ରାଣୀଙ୍କ ମୃତ୍ୟୁର ପ୍ରମୁଖ କାରଣ ପାଲଟିଛି। ୟୁନାଇଟେଡ ନେଶନ ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ୫ଶହ ବିଲିୟନ ପ୍ଲାଷ୍ଟିକ ବ୍ୟାଗ ବ୍ୟବାହାର କରାଯାଉଛି। ଏହି ପ୍ଲାଷ୍ଟିକ (ପଲିଥିନ) ଖାଇ ମରୁଥିବା ଗାଈଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏହି ତାଲିକାରେ ବହୁ ରାଜ୍ୟର ନଁା ରହିଛି। ହେଲେ ଏହି ରାଜ୍ୟ ଭିତରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନର ପରିସ୍ଥିତି ସବୁଠାରୁ ଅଧିକ ଖରାପ ରହିଛି। ୨୦୧୭ରେ ଉତ୍ତରପ୍ରଦେଶର ପ୍ରାଣୀ ଚିକିତ୍ସକ ବିଭାଗର ରିପୋର୍ଟ ଅନୁସାରେ କେବଳ ଲକ୍ଷ୍ନୌରେ ପଲିଥିନ ଖାଇ ପ୍ରାୟ ହଜାରେ ଗାଈଙ୍କ ମୃତ୍ୟୁ ହୋଇଛି। ସେହିପରି ରାଜସ୍ଥାନରେ ପ୍ରାଣୀମାନଙ୍କ ସ୍ଥିତି ଖରାପ ଥିବା ବେଳେ ଗତ ୪ବର୍ଷ ମଧ୍ୟରେ ଏଠାରେ ପ୍ଲାଷ୍ଟିକ ଯୋଗୁ ୧ ହଜାର ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ତେବେ ୨୦୫୦ ବେଳକୁ ସମୁଦ୍ରରେ ମାଛ ବଦଳରେ ପ୍ଲାଷ୍ଟିକ ଆବର୍ଜନା ଅଧିକ ଦେଖିବାକୁ ମିଳିବ ବୋଲି ୟୁନାଇଟେଡ ନେଶନ କହିଛି। ପ୍ଲାଷ୍ଟିକ ଆବର୍ଜନା ଯୋଗୁ ପ୍ରତିବର୍ଷ ସାମୁଦ୍ରିକ ଜୀବଙ୍କ ପ୍ରାୟ ୭ଶହ ପ୍ରଜାତି ପ୍ରଭାବିତ ହେଉଛନ୍ତି। ସାମୁଦ୍ରିକ ପ୍ରଜାତି ପ୍ଲାଷ୍ଟିକକୁ ଖାଦ୍ୟ ଭାବି ଗ୍ରହଣ କରିବାର କିଛି ସମୟ ମଧ୍ୟରେ ହିଁ ସେମାନଙ୍କର ମୃତ୍ୟୁ ହୋଇଥାଏ। ସେହିପରି ରାସ୍ତାରେ ବୁଲୁଥିବା ପ୍ରାଣୀ ପ୍ଲାଷ୍ଟିକକୁ ଖାଦ୍ୟ ଭାବି ଖାଇଥାନ୍ତି। କାରଣ ସେଥିରେ ଥିବା କେମିକାଲ ଖାଦ୍ୟ ଭଳି ବାସ୍ନା ହୋଇଥାଏ। ଫଳରେ ପ୍ରାଣୀମାନେ ଏହାକୁ ଖାଦ୍ୟ ଭାବି ନେଇଥାନ୍ତି। ପ୍ରାଣୀମାନଙ୍କୁ ଏହା ହଜମ କରିବା ଅସମ୍ଭବ ହୋଇଥିବା ବେଳେ ସଂକ୍ରମଣ ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥାଏ ବୋଲି ରିପୋର୍ଟରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

ଇରାନର ଚେତାବନୀ ମଧ୍ୟରେ ନେତାନ୍ୟାହୁଙ୍କ ବଡ଼ ଘୋଷଣା, ଆକ୍ସନରେ ଇସ୍ରାଏଲ

ତେହରାନ,୯।୪: ଇରାନ ସହିତ ଚାଲିଥିବା ଉତ୍ତେଜନା ଏବଂ ଯୁଦ୍ଧବିରତି ପାଇଁ ପ୍ରୟାସ ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ହିଜବୋଲା ବିରୁଦ୍ଧରେ ସାମରିକ…

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ନୂଆଦିଲ୍ଲୀ,୯।୪: ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri