Posted inଖେଳ

ପ୍ରୋ ଲିଗ୍‌ ପାଇଁ ଜର୍ମାନୀ, ଇଂଲଣ୍ଡ ଟୁର୍‌: ଭାରତୀୟ ହକି କ୍ୟାମ୍ପରେ ୪ ଓଡ଼ିଆ

ନୂଆଦିଲ୍ଲୀ, ୩।୩-
ବେଙ୍ଗାଲୁରୁସ୍ଥିତ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ (ସାଇ) ପରିସରରେ ଭାରତୀୟ ପୁରୁଷ ହକି ଦଳର କୋଚିଂ କ୍ୟାମ୍ପ ସୋମବାରଠାରୁ ଆରମ୍ଭ ହୋଇଛି। ଏହି କ୍ୟାମ୍ପରେ ଭାରତୀୟ କୋର୍‌ ଦଳର ୩୨ ସଦସ୍ୟ ଯୋଗ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ଦୀପସାନ ତିର୍କୀ ଓ ନୀଲମ ସଞ୍ଜୀପ ଖେସ୍‌ ସାମିଲ ଅଛନ୍ତି। ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ସପ୍ତାହ ଜାତୀୟ କ୍ୟାମ୍ପ ଚାଲିବାପରେ ଭାରତୀୟ ଦଳ ଜର୍ମାନୀ ଓ ଇଂଲଣ୍ଡ ଯାଇ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ମ୍ୟାଚ ଖେଳିବ। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଏହି କ୍ୟାମ୍ପ ଖେଳାଳିଙ୍କ ପାଇଁ ବହୁ ଉପାଦେୟ ହେବ। ଭାରତୀୟ ଦଳର ଯେଉଁ ବିଭାଗରେ ଦୋଷ ଦୁର୍ବଳତା ଅଛି ତାହାକୁ ଏହି କ୍ୟାମ୍ପରେ ସୁଧାରିବାକୁ ଚେଷ୍ଟା କରାଯିବ ବୋଲି ରିଡ୍‌ କହିଛନ୍ତି। ଭାରତୀୟ ଦଳ ଚଳିତ ପ୍ରୋ ଲିଗ୍‌ରେ ଏପର୍ଯ୍ୟନ୍ତ ୩ଟି ଦଳକୁ ଭେଟି ସାରିଛି। ନେଦରଲାଣ୍ଡ୍ସ ବିପକ୍ଷରେ ଦଳ ୨ଟି ଯାକ ମ୍ୟାଚ ଜିତିଥିବାବେଳେ ବେଲଜିୟମ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚ ହାରିଛି ଓ ଜିତିଛି।
”ଆମେ ବିଶ୍ୱର ଶ୍ରେଷ୍ଠ ଦଳ ଗୁଡ଼ିକ ବିପକ୍ଷରେ ଭଲ ଫଳାଫଳ ପାଇବାରେ ଦକ୍ଷତା ରଖିଛୁ ବୋଲି ଚଳିତ ପ୍ରୋ ଲିଗ୍‌ରେ ପ୍ରମାଣିତ କରିଛୁ। ଏହା ଦଳର ଖେଳାଳିଙ୍କ ମଧ୍ୟରେ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି। କେଉଁ ବିଭାଗରେ ଆମକୁ କାମ କରିବାକୁ ହେବ ତାହା ମଧ୍ୟ ଜଣାପଡ଼ିଛି। ଆମକୁ କେବଳ ମ୍ୟାଚ ଉପରେ ନୁହେଁ ସମସ୍ତ ୪ଟି ଯାକ କ୍ୱାର୍ଟରରେ ଫୋକସ ରଖିବା ଆବଶ୍ୟକ“ ବୋଲି ରିଡ୍‌ କହିଛନ୍ତି। ୪ ସପ୍ତାହ ବିଶିଷ୍ଟ କ୍ୟାମ୍ପରେ ଆମେ ସ୍କିଲ୍‌, ଟ୍ୟାକ୍‌ଲିଂ, ଗୋଲ ଶୁଟିଂ, ଟ୍ରାପିଂ ଉପରେ ବିଶେଷ ଧ୍ୟାନ ଦେବୁ। ଆମର ଆକ୍ରମଣାତ୍ମକ ସାମର୍ଥ୍ୟ ଉପରେ ମଧ୍ୟ କାମ କରିବାର ଅଛି। କ୍ୟାମ୍ପ ପରେ ଆମେ ଜର୍ମାନୀ ଓ ଇଂଲଣ୍ଡ ଯାଇ ସେଠାରେ ଖେଳିବୁ। ଏହାପରେ ୨୦୨୦ ଅଲିମ୍ପିକ୍ସ ପାଇଁ ଆମେ କେତେ ପ୍ରସ୍ତୁତ ତାହା ଜଣାପଡ଼ିବ ବୋଲି ରିଡ୍‌ ପ୍ରକାଶ କରିଛନ୍ତି।
କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି
ପି.ଆର. ଶ୍ରୀଜେଶ, କ୍ରିଷ୍ଣନ ବାହାଦୂର ପାଠକ, ସୂରଜ କରକେରା, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୂପିନ୍ଦରପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ ସିଂ ଖାଡାଙ୍ଗବାମ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନିଳକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ ସିଂ, ଆକାଶଦୀପ ସିଂ, ରମଣଦୀପ ସିଂ, ଏସ.ଭି. ସୁନୀଲ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମସେର ସିଂ, ବରୁଣ କୁମାର, ଜରମନପ୍ରୀତ ସିଂ, ଦୀପସାନ ତିର୍କୀ, ନୀଲମ ସଞ୍ଜୀବ ଖେସ୍‌, ଜସକରନ ସିଂ, ରାଜକୁମାର ପାଲ, ଗୁରଜନ୍ତ ସିଂ, ସୁମିତ, ଚିଙ୍ଗଲେନସାନା ସିଂ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

ପର୍ପଲ-ଅରେଞ୍ଜ୍‌ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି: IPL ୨୦୨୬ର ୧୫ ମ୍ୟାଚ୍‌ ପରେ…

ନୂଆଦିଲ୍ଲୀ,୧୦।୪: କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ (KKR) ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ମଧ୍ୟରେ IPL ୨୦୨୬ର ୧୫ତମ ମ୍ୟାଚ ଖେଳାଯାଇଥିଲା। ଏହି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri