ପ୍ରେମରେ ପଡ଼ିଲେ ବଢେ ଶରୀରର ଓଜନ

ଅଷ୍ଟ୍ରେଲିଆର ସେଣ୍ଟ୍ରାଲ୍‌ କୁଇନ୍ସ ଲ୍ୟାଣ୍ଡ ୟୁନିଭର୍ସିଟିରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ପ୍ରେମରେ ପଡିବା ପରେ ଉଭୟେ ଝିଅ ଓ ପୁଅଙ୍କ ଶରୀରର ଓଜନ ବୃଦ୍ଧି ପାଇଥାଏ। ଏଥିପାଇଁ ପ୍ରାୟ ୧୫ ହଜାର ଯୋଡିଙ୍କୁ ନେଇ ଗବେଷଣା କରାଯାଇଥିଲା। ଗବେଷକଙ୍କ ମତରେ ଓଜନ ବୃଦ୍ଧି ହେବାର ଅନେକ ଗୁଡିଏ କାରଣ ରହିଛି। ପ୍ରେମରେ ପଡିବା ପରେ ଝିଅ ପୁଅ ନିଜ ଖାଦ୍ୟ ପାନୀୟ ଓ ଚେହେରା ଉପରେ ଏତେଟା ଗୁରୁତ୍ୱ ଦିଅନ୍ତି ନାହିଁ। ଫଳରେ ଅସମୟରେ ପୁଣି କେବେ କେବେ ଅଧିକ ଖାଇଦେଲେ ଶରୀରର ଓଜନ ବଢିଯାଇଥାଏ। ପ୍ରେମ ହେବା ପରେ ଉଭୟେ ପରସ୍ପର ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି। ଯେଉଁମାନେ ଏକ୍ସରସାଇଜ୍‌ ବା ଓ୍ବାର୍କଆଉଟ୍‌ କରୁଥିବେ ଏ ସମୟରେ ସେସବୁ ପ୍ରତି ମଧ୍ୟ ସେମାନଙ୍କର ନଜର ହଟିଯାଇଥାଏ। ଫଳରେ ଶରୀରର ଓଜନ ବଢିଥାଏ। ପ୍ରେମିକା ପ୍ରେମିକ ଅଧିକାଂଶ ସମୟରେ ଷ୍ଟ୍ରିଟ୍‌ ଫୁଡ୍‌ ବା ରେଷ୍ଟୁରାଣ୍ଟ ଫୁଡ୍‌ର ମଜା ନେବାକୁ ଚାହାଁନ୍ତି। ଯାହା ଶରୀରର ଓଜନ ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଏହି ସମୟରେ ଉଭୟେ ବିଳମ୍ବିତ ରାତି ପର୍ଯ୍ୟନ୍ତ କଥା ହୋଇଥାଆନ୍ତି। ଏପଟେ ଦିନବେଳା ମଧ୍ୟ ଶୋଇବାକୁ ସମୟ ହୋଇ ନ ଥାଏ। ତେବେ ନିଦ କମ୍‌ ହେବା ମୋଟା ହେବାର ଅନ୍ୟତମ କାରଣ। ଭଲ ଜୀବନସାଥୀ ମିଳିଗଲେ ଶରୀରରେ ହାପି ହରମୋନ୍‌ କ୍ଷରଣ ହୋଇଥାଏ। ଏହି ସମୟରେ ଉଚ୍ଚ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବାକୁ ଆଗ୍ରହ ପ୍ରକାଶ ପାଇଥାଏ। ଏହା ମଧ୍ୟ ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

ଗଞ୍ଜେଇ ପରିବହନ କରିବା ପାଇଁ ବସ୍‌କୁ କରିଥିଲେ ଅପେକ୍ଷା: ମାଡିବସିଲା ପୋଲିସ, ଜଣେ ଯୁବତୀଙ୍କ ସମେତ…

ମୋହନା, ୨୬।୭( ମନ୍ମଥ ମିଶ୍ର ) : ରବିବାର ମୋହନା ଥାନା ପୋଲିସ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ରାଇସିଂ ଛକ ନିକଟରେ ଦୁଇଟି ବ୍ୟାଗରେ ବେଆଇନ…

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri