ପ୍ରି-ବୋର୍ଡ ପରୀକ୍ଷା ପରେ ଶ୍ରେଣୀରେ ଜଣେ ଛାତ୍ର

ଦାରିଙ୍ଗବାଡ଼ି,୧୪।୧(ଡି.ଏନ.ଏ.)-ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମାହା ପଞ୍ଚାୟତର ଦୁର୍ଗମ ଗ୍ରାମରେ ଥିବା ସୁଜାମାଜୁ ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ରହି ପଢ଼ୁଥିବା ଦଶମ ଶ୍ରେଣୀ ଛାତ୍ରୀମାନଙ୍କୁ ପ୍ରି-ବୋର୍ଡ ପରୀକ୍ଷା ପରେ ଘରକୁ ପଠାଇ ଦିଆଯାଇଛି। ଦଶମ ଶ୍ରେଣୀରେ ମୋଟ ୯ ଛାତ୍ରୀଛାତ୍ର। ସେମାନଙ୍କ ମଧ୍ୟରୁ ୬ ଜଣ ଛାତ୍ରୀ ହଷ୍ଟେଲରେ ରହୁଥିଲେ। ଅନ୍ୟ ୩ ଜଣ ନିକଟସ୍ଥ ସୁଜାମାଜୁ ଗ୍ରାମରୁ ଏଠାକୁ ପଢ଼ିବାକୁ ଆସୁଥିଲେ। ତେବେ ପ୍ରି- ବୋର୍ଡ ପରୀକ୍ଷା ପରେ ହଷ୍ଟେଲରୁ ଛାତ୍ରୀମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ଅନ୍ୟ ୨ ଜଣ ବିଦ୍ୟାଳୟକୁ ଆସୁ ନ ଥିବା ବେଳେ ଜଣେମାତ୍ର ଛାତ୍ର ପାନୁଏଲ୍‌ ପ୍ରଧାନ ଆସି ପାଠ ପଢ଼ୁଛନ୍ତି। ପିଲାଙ୍କୁ ହଷ୍ଟେଲରୁ ଛାଡ଼ି ଦିଆଯାଇଥିବା ସମ୍ପର୍କରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନଙ୍କୁ କେତେଜଣ ଅଭିଭାବକ ଅଭିଯୋଗ କରିଥିଲେ। ଜନଜାତି ଛାତ୍ରୀଙ୍କ ପାଇଁ ଆସୁଥିବା ଭତ୍ତା ଟଙ୍କାକୁ ହଡ଼ପ କରିବା ନିମନ୍ତେ ହଷ୍ଟେଲରୁ ପିଲାଙ୍କୁ ଛାଡ଼ି ଦିଆଯାଇଛି। ତେଣୁ ପ୍ରଧାନ ଶିକ୍ଷକଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ବିଧାୟକ ନିର୍ଦ୍ଦେଶ ଦେଇଛନ୍ତି। ଶୀଘ୍ର ସମସ୍ୟା ସମାଧାନ କରିବା ନିମନ୍ତେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁରୁମାଝି ପଡ୍ରା ଏବଂ ଜିଲା ମଙ୍ଗଳ ଅଧିକାରୀଙ୍କୁ ବିଧାୟକ କହିଛନ୍ତି।
ଅନ୍ୟପକ୍ଷରେ ଅଭିଯୋଗକୁ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଉତ୍କଳ କେଶରୀ ବିବାର ଏବଂ ହଷ୍ଟେଲ ଦାୟିତ୍ୱରେ ଥିବା ମ୍ୟାଟ୍ରନ ରହିମା ପ୍ରଧାନ ଖଣ୍ଡନ କରିଛନ୍ତି। ସେମାନେ କହିଛନ୍ତି, ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବାକୁ ଶିକ୍ଷକ ଅଭାବ। ପ୍ରାଥମିକ ଶିକ୍ଷକ ଏବଂ ସିମନବାଡ଼ି ଉଚ୍ଚ ବିଦ୍ୟାଳୟରୁ ଜଣେ ଶିକ୍ଷକ ସପ୍ତାହକୁ ୨ ଦିନ ଏଠାକୁ ଆସି ପିଲାଙ୍କୁ ପଢ଼ାଇଲେ। ହେଲେ ପରୀକ୍ଷାରେ ଭଲ ରେଜଲ୍ଟ ପାଇଁ ପିଲାଙ୍କୁ ବାହାରେ ଟିଉଶନ କରାଇବେ ବୋଲି ଛାତ୍ରୀଙ୍କ ଅଭିଭାବକମାନେ ବିଦ୍ୟାଳୟରେ ଲିଖିତ ଭାବେ ଜଣାଇ ନିଜ ନିଜ ପିଲାଙ୍କୁ ନେଇଛନ୍ତି। ସେ କଣସି ଜାତି କିମ୍ବା ଧର୍ମ ବିରୋଧୀ କାର୍ଯ୍ୟ କରୁନାହାନ୍ତି ବୋଲି ପ୍ରଧାନ ଶିକ୍ଷକ ବିବାର କହିଛନ୍ତି। ଯଦି ଅଭିଯୋଗ ହେଉଛି, ତେବେ ପୁଣି ଅଭିଭାବକଙ୍କୁ ଡକାଇ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ସୁଜାମାଜୁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଶୀ ପର୍ଯ୍ୟନ୍ତ ମୋଟ ୧୯୩ ଜଣ ଛାତ୍ରୀଛାତ୍ର ପଢ଼ୁଛନ୍ତି। ସେମାନଙ୍କ ମଧ୍ୟରୁ ତୃତୀୟରୁ ଦଶମ ପର୍ଯ୍ୟନ୍ତ ୧୦୦ ଛାତ୍ରୀ ହଷ୍ଟେଲରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri