ବାରିପଦା ଅଫିସ, ୧୩ା୩- ବାରିପଦାରେ ଥିବା ଏକ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର କେତେକ ଛାତ୍ର ପ୍ରାର୍ଥନା କ୍ଲାସରେ ଆଣ୍ଠେଇଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଭାଇରାଲ ହୋଇଥିବା ଫଟୋରେ ପ୍ରାର୍ଥନା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଆଗରେ ଛିଡ଼ା ହୋଇଥିବା ବେଳେ ତାଙ୍କ ସମ୍ମୁଖରେ ଦୁଇ ଜଣ ଛାତ୍ର ଆଣ୍ଠେଇଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ସରକାରୀ ବିଦ୍ୟାଳୟ ଦଣ୍ଡମୁକ୍ତ ଅଞ୍ଚଳ ହୋଇଥିବା ବେଳେ ଛାତ୍ରମାନଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଣ୍ଠେଇବା ଭଳି ଦଣ୍ଡ ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ନବମ ଶ୍ରେଣୀରେ ପଢ଼ୁଥିବା କେତେକ ଛାତ୍ର ଦୁଷ୍ଟ ହେବା ସହିତ ବିଦ୍ୟାଳୟରେ ବିଶୃଙ୍ଖଳା ପରିସ୍ଥିତ ସୃଷ୍ଟି କରୁଥିଲେ। କଡ଼ା ତାଗିଦ୍ ପରେ ନ ମାନିବାରୁ ସେମାନଙ୍କୁ ଗୁରୁବାର ପ୍ରାର୍ଥନା କ୍ଲାସ ସମୟରେ ଆଣ୍ଠେଇ ଦିଆଯାଇଥିଲା। ଏହା ପରେ ସେମାନଙ୍କୁ କ୍ଲାସରେ ମଧ୍ୟ କାଉନଂସେଲି କରାଯାଇଥିଲା। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ସେ କୁହନ୍ତି ଯେ, ପିଲାମାନଙ୍କୁ ଦଣ୍ଡ ଦିଆଯାଇ ନ ଥିଲା ସେମାନଙ୍କୁ ଭଲ ବାଟକୁ ଆଣିବା ପାଇଁ ଅନୁଶାସନ କରାଯାଇଥିଲା। ଆକ୍ରୋଶ ମନୋଭାବ ରଖି କେହି ମୋତେ ଓ ବିଦ୍ୟାଳୟର ନାମକୁ ବଦ୍ନାମ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ପ୍ରକାଶ କରିଛନ୍ତି। ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ଜଣେ ସଦସ୍ୟା ବିଦ୍ୟାଳୟକୁ ବଦନାମ କରିବା ପାଇଁ ଏଭଳି ଫଟୋ ଉଠାଇ ଭାଇରାଲ୍ କରାଯାଇଥିବା କହିଛନ୍ତି।
ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍ ଛାଡ଼ି…
ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…
ଲଭ୍-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍ ଥାନାର SI ଅଟକ
ବାରିପଦା,୨୨।୮: ବାରିପଦା ଟାଉନ୍ ଥାନାର ଜଣେ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…
Archives

