ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଦୁର୍ବଳତା ଧରିଲେ ଜିଲାପାଳ

ବ୍ରହ୍ମପୁର ଅଫିସ୍‌,୩ା୭-ଗଞ୍ଜାମ ଜିଲାର ସରକାରୀ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥାକୁ ଯେତିକି ସୁଦୃଢ଼ କରିବାକୁ ପଦକ୍ଷେପ ନିଆଯାଉଛି, ତୃଣମୂଳସ୍ତରରେ ସେତିକି ଦୁର୍ବଳ ହେବାରେ ଲାଗିଛି। ଯୋଜନା ନ ଥାଇ ପିଲାମାନଙ୍କୁ ପାଠପଢ଼ା ଯାଉଛି। ଫଳରେ ପରୀକ୍ଷା ଫଳ ଖରାପ ହେଉଛି। ପ୍ରାଥମିକ ଶିକ୍ଷାଦାନ ବ୍ୟବସ୍ଥାରେ ଏହି ଦୁର୍ବଳତାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଧରିଛନ୍ତି। ବିନା ଖସଡ଼ାରେ ଚାଲିଥିବା ଅସଜଡ଼ା ପାଠପଢ଼ାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଜାଡ଼ିବାକୁ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି।
ଗତ ୨୯ତାରିଖରେ ଜିଲାପାଳ କୁଲାଙ୍ଗେ ହଞ୍ଜିଳିକାଟୁ ବ୍ଲକ ନନ୍ଦିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତରେ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଯାହା ଦେଖିଲେ, ଆଶ୍ଚର୍ଯ୍ୟ ହୋଇଗଲେ। ଶିକ୍ଷକମାନେ ବିନା ଯୋଜନାରେ ଅତ୍ୟନ୍ତ ଖାମଖିଆଲ ଭାବେ ପିଲାମାନଙ୍କୁ ପଢ଼ାଉଛନ୍ତି। ଲେସନ୍‌ ନୋଟ୍‌ କିମ୍ବା ଶିକ୍ଷାଦାନ ପ୍ରଣାଳୀ ସାମଗ୍ରୀ ମଧ୍ୟ ଶିକ୍ଷକଙ୍କ ପାଖେ ନ ଥିଲା। ଏପରିକି ବିନା କଳାପଟାରେ ଲେଖି, ଶିକ୍ଷକମାନେ ପିଲାମାନଙ୍କୁ ମୌଖିକ ଭାବରେ କହି ପଢ଼ାଉଥିଲେ। ଶ୍ରେଣୀଗୁଡ଼ିକର ଟାଇମ୍‌ଟେବୁଲ୍‌ ନାହିଁ । ବାର୍ଷିକ ଯୋଜନା ନାହିଁ। ପିଲାମାନଙ୍କ ପାଟିରୁ କଥା ବାହାରୁ ନ ଥିଲା। କେବଳ ଶିକ୍ଷକ କହି କହି ଚାଲୁଥିଲେ। ଶ୍ରେଣୀଗୁଡ଼ିକ ସଫା ସୁତରା ନ ଥିଲା। ସ୍ବଚ୍ଛ ବିଦ୍ୟାଳୟ ଯୋଜନା ସଂପୂର୍ଣ୍ଣ ବିଫଳ ଦେଖାଯାଉଥିଲା। ପିଲାମାନଙ୍କୁ ଟେବୁଲ୍‌ ଚୌକି ଦିଆଯାଇ ନ ଥିବା ଯୋଗୁ ସେମାନେ ଚଟାଣରେ ବସିଥିଲେ। ‘ତଳେ ବସିବାକୁ ନା’ ଯୋଜନା କାର୍ଯ୍ୟକାରୀ ହୋଇ ନ ଥିଲା। ଶ୍ରେଣୀ ଗୃହରେ ବକ୍ସ ଲାଇବ୍ରେରୀ ନ ଥିଲା, ଏପରିକି ପିଲାମାନେ ଏ ସମ୍ପର୍କରେ ଜାଣି ନ ଥିଲେ। ଆଇନା, ପାନିଆ କିମ୍ବା ନଖକଟା ନ ଥିଲା। ରଙ୍ଗିନ୍‌ ଚକ୍‌ ବଦଳରେ ଧଳା ଚକ୍‌ ବ୍ୟବହାର ହେଉଥିଲା। ଶ୍ରେଣୀ ଗୃହରେ ଆଲୋକ ବ୍ୟବସ୍ଥା ନ ଥିବା ଯୋଗୁ ଅନ୍ଧାର


Enter your email to get our daily news in your inbox.

All Right Reserved By Dharitri.Com

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ପୋଖରୀରେ ବୁଡ଼ି ଚାଲିଗଲା ୨ ସାଙ୍ଗଙ୍କ ଜୀବନ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ ପତାଣ୍ଡ ଗ୍ରାମରେ ଅଘଟଣ । ପୋଖରୀରେ ବୁଡ଼ିଯାଇ ୨ ନାବାଳିକା ଛାତ୍ରୀଙ୍କର ମୃତ୍ୟୁ ହୋଇଛି…

ସ୍ବର୍ଗତ ତବଲା ବାଦକ ଲକ୍ଷ୍ମଣଙ୍କ ପରିବାରକୁ ଭେଟିଲେ ବିଧାୟକ

ଗଞ୍ଜାମ,୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ବିଶିଷ୍ଟ ତବଲା ବାଦକ ସ୍ବର୍ଗତ ଲକ୍ଷଣ କୁମାର ତରାଇଙ୍କ ପରିବାରଙ୍କୁ ଭେଟିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri