ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌: ସାମିଲ ହେଲେ ୭ ଦେଶର ପ୍ରତିନିଧି

କୋଣାର୍କ,୧୨।୨(ଡି.ଏନ୍‌.ଏ.)- ବୁଧବାର ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ସୁନାମି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହିତ ବିଶ୍ୱ ଐତିହ୍ୟକୁ ସୁରକ୍ଷା ଦିଆଯାଇପାରିବ ସେନେଇ ଦ୍ୱିତୀୟଥର ପାଇଁ କୋଣାର୍କ ରାମଚଣ୍ଡୀ ମୁହାଣରେ ଏନ୍‌ଡିଆର୍‌ଏଫ୍‌ ତରଫରୁ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ରାମଚଣ୍ଡୀ ନଦୀ ପାର୍ଶ୍ୱରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରତିଛବି ସହିତ କୋଣାର୍କର ବିଭିନ୍ନ ହୋଟେଲ, ଶିକ୍ଷାନୁଷ୍ଠାନ ଓ ଗ୍ରାମର ଛବିକୁ ସ୍ଥାନ ଦିଆଯାଇଥିଲା। ଯଦି ପ୍ରାକୃତିକ ବିପର୍ଯ୍ୟୟ ତଥା ସୁନାମି କିମ୍ବା ବାତ୍ୟା ଆସେ ତାହାଲେ ଏହାକୁ କିପରି ସାମ୍ନା କରିବା ସହ ଲୋକମାନଙ୍କୁ ଉଦ୍ଧାର କରାଯିବ ତାହା ଏନ୍‌ଡିଆର୍‌ଏଫ୍‌ ତରଫରୁ ତାଲିମ ଦିଆଯାଇଥିଲା। ବିଶେଷକରି ଏହି ମକ୍‌ଡ୍ରିଲରେ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ବାଂଲାଦେଶ, ନେପାଳ, ଥାଇଲାଣ୍ଡ, ମ୍ୟାନ୍‌ମାର ଆଦି ୭ ଦେଶର ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଏଥିରେ ସାମିଲ କରିଥିଲା` ଯେଉଁଥିରେ ସୁନାମି ଦ୍ୱାରା ଲୋକମାନେ କିପରି ପ୍ଲାଷ୍ଟିକ୍‌ ଡ୍ରମ୍‌, କଦଳୀଭାରା ଏବଂ ବିଭିନ୍ନ ହାଲୁକା ଜିନିଷ ଧରି ପହଁରିବା ସମୟରେ ହେଲିକପ୍ଟର ଦ୍ୱାରା ଆସି କିପରି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି, ତାହା ପ୍ରଶିକ୍ଷଣ ମାଧ୍ୟମରେ ଦର୍ଶାଇଥିଲେ। ମହାସାଗରୀୟ ଗବେଷଣା କେନ୍ଦ୍ର ସୂଚନା ଅନୁସାରେ ଓଡ଼ିଶାର ବାଲେଶ୍ୱରଠାରୁ କୃଷ୍ଣପ୍ରସାଦ ଖାସ୍‌ କରି ପୁରୀ ଜିଲାର ଅସ୍ତରଙ୍ଗଠାରୁ କୃଷ୍ଣପ୍ରସାଦ ପ୍ରାୟ ୮୮ଟି ଅଞ୍ଚଳ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ସୁନାମି, ବାତ୍ୟା ପରିସର ଭିତରେ ଆସୁଛି। ଏଣୁ କୋଣାର୍କରେ ଏହି ମକ୍‌ଡ୍ରିଲ ହେବା ଦ୍ୱାରା ଲୋକମାନେ ସଚେତନ ହୋଇ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସାହାଯ୍ୟ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri