ପ୍ରହସନ ପାଲଟିଛି ଲୋକଙ୍କୁ ମାସ୍କ ବଣ୍ଟନ

ଲଖନପୁର,୧୯।୪(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ସମନ୍ବିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ୍‌) ତରଫରୁ ଲଖନପୁର ବ୍ଲକ୍‌ରେ ମାସ୍କ ବଣ୍ଟନ କରାଯାଉଛି। ଅଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନେ ଘର ଘର ବୁଲି ମାସ୍କ ବଣ୍ଟନ କରୁଛନ୍ତି। ହେଲେ ପ୍ରତି ପରିବାରକୁ ମାତ୍ର ଗୋଟିଏ ଲେଖାଏ ବଣ୍ଟନ କରାଯାଉଛି। ପରେ ଆଉ ଦିଆଯିବ ବୋଲି କୁହାଯାଉଛି। ଏଣୁ ଏହି ଗୋଟିଏ ମାସ୍କ ପରିବାରରେ କିଏ ପିନ୍ଧିବ କହି ଲୋକେ ଏହାକୁ ଗ୍ରହଣ କରୁ ନାହାନ୍ତି ବରଂ ଫେରାଇ ଦେଉଛନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି। ଆଙ୍ଗନଓ୍ବାଡି କର୍ମୀ ଓ ଆଶାକର୍ମୀମାନେ ଲୋକଙ୍କ ଅସନ୍ତୋଷର ଶିକାର ହେଉଛନ୍ତି। ସରଣ୍ଡାମାଲ ପଞ୍ଚାୟତ ଫଠା ଗ୍ରାମରେ ଶନିବାର ଅଙ୍ଗନବାଡି କର୍ମୀ ସାଇବାଣି ପାଢୀ ଓ ଆଶାକର୍ମୀ ବିଳାସିନୀ ରାଉଡିଆ ମାସ୍କ ବଣ୍ଟନ କରୁଥିବାବେଳେ ଏଭଳି ଦେଖିବାକୁ ମିଳିଥିଲା। ଲୋକେ ଏହାକୁ ବିରୋଧ କରିଥିଲେ। ଅଙ୍ଗନଓ୍ବାଡି କର୍ମୀ କହିଛନ୍ତି ଯେ ଫଠା ଅଙ୍ଗନବାଡି ୧ନଂ କେନ୍ଦ୍ର ଅଞ୍ଚଳରେ ଲୋକସଂଖ୍ୟା ହେଉଛି ୬୫୮। ଏହି ହିସାବରେ ମାସ୍କ ଦିଆଯିବା କଥା । ହେଲେ ମାତ୍ର ୨ଶହ ମାସ୍କ ଦିଆଯାଇଛି। ତେବେ ଏ ନେଇ ସୁପରଭାଇଜର୍‌ ଭାଲେରିଆ ତିର୍କୀ କହିଛନ୍ତି ଯେ, ବନ୍ଧବାହାଲ ସେକ୍ଟରରେ ତେଲେନପାଲି, ସରଣ୍ଡାମାଲ ଓ ବନ୍ଧବାହାଲ ପଞ୍ଚାୟତ ରହିଛି ା ଏହି ସେକ୍ଟର ଅଧୀନରେ ୧୪ ଅଙ୍ଗନଓ୍ବାଡି ସେଣ୍ଟର ରହିଛି। ଏହି ଅଞ୍ଚଳରେ ୧୯ ହଜାର ଲୋକ ବସବାସ କରୁଛନ୍ତି। ହେଲେ ଆଇସିଡିଏସ୍‌ ତରଫରୁ ମାତ୍ର ୩ ହଜାର ୮ଶହ ମାସ୍କ ଦିଆଯାଇଛି। ଏ ନେଇ ସିଡିପିଓ ଆରତୀ ଯୋଶୀ କହିଛନ୍ତି ଯେ, ଓପିଜିସି, ଏମ୍‌ସିଏଲ୍‌ ଓ ଟିଆର୍‌ଏଲ୍‌ କମ୍ପାନୀ ସହାୟତା ମାସ୍କ ପ୍ରଦାନ କରାଯାଉଛି। ଆଇସିଡିଏସ୍‌କୁ ଓପିଜିସି ୧ଲକ୍ଷ ୨୯ହଜାର ୪୫୨, ଏମ୍‌ସିଏଲ୍‌ ୧ଲକ୍ଷ ୭ହଜାର ୬୮୦ ଏବଂ ଟିଆର୍‌ଏଲ୍‌ ୧୨ହଜାର ମାସ୍କ ଯୋଗାଇଦେବା କଥା । ହେଲେ ଏହିସବୁ କମ୍ପାନୀ ୪୬ହଜାର ୮ଶହ ମାସ୍କ ଯୋଗାଇ ଦେଇଛନ୍ତି। ଏଣୁ ସମସ୍ତ ଲୋକଙ୍କୁ ମାସ୍କ ଯୋଗାଇଦେବା ସମ୍ଭବପର ହେଉନାହିଁ। ଏ ନେଇ ଜିଲାପାଳ ସରୋଜ ସାମଲ କହିଛନ୍ତି ଯେ, ଜଣଙ୍କୁ ୨ଟି ଲେଖାଏ ମାସ୍କ ବଣ୍ଟନ କରାଯିବା ପାଇଁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ପ୍ରତି ପରିବାରକୁ ଗୋଟିଏ ଲେଖା ମାସ୍କ ବଣ୍ଟନ କରାଯାଉଛି ସେ ସମ୍ପର୍କରେ ସେ ନିଜେ ଅନୁଧ୍ୟାନ କରିବେ। ଜଣେ ବ୍ୟକ୍ତି ଯେଭଳି ୨ଟି ମାସ୍କ ପାଇପାରିବେ ସେ ନେଇ ସେ ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

ସରକାରଙ୍କୁ ଅଭିଜିତ ଦୀପକେଙ୍କ ବଡ଼ ଚ୍ୟାଲେଞ୍ଜ, କହିଲେ ‘ଯଦି ସରକାର… ତେବେ ଆମେ ଏହାର ମୁକାବିଲା କରିବାକୁ ପ୍ରସ୍ତୁତ’

ନୂଆଦିଲ୍ଲୀ,୫।୧୦: ‘କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ସେମାନଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରା ନ…

ସୋହେଲା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟିହେଲା ତୀର୍ଥଯାତ୍ରୀଙ୍କ କାର୍, ୬….

ବରଗଡ଼,୫।୧୦(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲା ସୋହେଲା ମଧୁପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ତୀର୍ଥଯାତ୍ରାରେ ଯାଉଥିବା ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ…

ସୁନ୍ଦରଗଡ଼ ପିଏନବି ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ, ଧୂଆଁରେ ଆଚ୍ଛାଦିତ ହେଲା…

ସୁନ୍ଦରଗଡ,୫ା୧୦(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି।ଖବର ପାଇ ଦୁଇଟି ଦମକଳ ଗାଡ଼ି ସହ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?