ପ୍ରସାରଣରେ ‘ଧରିତ୍ରୀ’ ଏକ ନମ୍ବର

ଭୁବନେଶ୍ୱର,୨୨-୧୧(ବ୍ୟୁରୋ):ଧରିତ୍ରୀ ରାଜ୍ୟର ସର୍ବାଧିକ ପ୍ରସାରିତ ଖବରକାଗଜ। ୨୦୧୮-୧୯ ଆର୍ଥିକବର୍ଷର ହିସାବ ଅନୁଯାୟୀ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦେଇଥିବା ତଥ୍ୟରେ ଏହା ଦର୍ଶାଯାଇଛି। ୨୦୧୮-୧୯ ଆର୍ଥିକବର୍ଷରେ ‘ଧରିତ୍ରୀ’ର ପ୍ରସାରଣ ୪ଲକ୍ଷ ୭୬ହଜାର ୫୦୦ ଥିବାବେଳେ ଏହା ତଳକୁ ଅନ୍ୟ ଖବରକାଗଜ ରହିଛନ୍ତି। ବିଜେଡି ସଦସ୍ୟ ପ୍ରଶାନ୍ତ ବେହେରା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ‘ଧରିତ୍ରୀ’ ତଳକୁ ଯେଉଁ ଖବରକାଗଜ ଦୁଇ ନମ୍ବରରେ ରହିଛନ୍ତି ସେମାନେ ଧରିତ୍ରୀଠାରୁ ପ୍ରାୟ ୫୦ ହଜାରରୁ ଅଧିକ ପ୍ରସାରଣ କମ୍‌ରେ ଅଛନ୍ତି। ‘ପ୍ରମେୟ’ ଦୁଇ ନମ୍ବର ସ୍ଥାନରେ ଥିବାବେଳେ ଏହାର ପ୍ରସାରଣ ୪ଲକ୍ଷ ୨୨ହଜାର ୩୬୦ ରହିଛି। ସେହିପରି ତୃତୀୟ ସ୍ଥାନରେ ‘ସମ୍ବାଦ’ ଏବଂ ଚତୁର୍ଥ ସ୍ଥାନରେ ‘ସମାଜ’ ରହିଛି। ‘ସମ୍ବାଦ’ର ପ୍ରସାରଣ ୩ଲକ୍ଷ ୬୫ହଜାର ୭୬୭ ଥିବାବେଳେ ‘ସମାଜ’ର ୩ଲକ୍ଷ ୩୪ହଜାର ୫୨୧ ରହିଛି। ଅନ୍ୟପଟେ ବୈଦ୍ୟୁତିକ ଗଣମାଧ୍ୟମ ଦର୍ଶକ ସଂଖ୍ୟା ନେଇ କୌଣସି ତଥ୍ୟ ସରକାରଙ୍କ ହସ୍ତଗତ ହୋଇ ନ ଥିବା ମନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟେଲିଫୋନ ଏକ୍ସଚେଞ୍ଜରୁ ବ୍ୟାଟେରୀ ଚୋରି: ବିଜୁଳି ଚାଲିଗଲେ ଉପଭୋକ୍ତା ସେବାରୁ ବଞ୍ଚିତ

ଭଞ୍ଜନଗର, ୧।୬(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଟେଲିଫୋନ ଏକ୍ସଚେଞ୍ଜରୁ ଗତ ଶୁକ୍ରବାର ମୂଲ୍ୟବାନ ସବୁ ବ୍ୟାଟେରୀ ଚୋରି ହୋଇଯାଇଛି । ଏହାପୂର୍ବରୁ…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

RCB ଜିତିବା ପରେ ରୋମାଣ୍ଟିକ ହେଲେ ଅନୁଷ୍କା: ଶେୟାର କଲେ ଏମିତି ଫଟୋ

ନୂଆଦିଲ୍ଲୀ,୧।୬: ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟୀ ହୋଇଛି। ବିରାଟ କୋହଲିଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

OMC ଗେଟ୍‌ରେ ତାଲା ପକାଇଲେ ସୁରକ୍ଷାକର୍ମୀ

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ଖରା, ବର୍ଷା ଶୀତ କାକରକୁ ଖାତିର ନ କରି ଖଣିକୁ ସୁରକ୍ଷା ଦେଲେ। ଅପ୍ରୀତିକର ପରିସ୍ଥିତିର ମୁକାବିଲା କରି ନିଜ ଜୀବନକୁ ବାଜି ଲଗାଇ…

ଡହଡହ ଖରାରେ କାମ କରୁଥିଲେ ସୋମନାଥ, ଅଂଶୁଘାତରେ ଚାଲିଗଲା ଜୀବନ; ପରିବାରକୁ ସହାୟତା ଯୋଗାଇ ଦେବାକୁ…

ବଲାଙ୍ଗୀର, ୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମ୍ୟୁନିସିପାଲିଟି ଓ୍ବାର୍ଡ ନମ୍ବର ୧୮ ଅନ୍ତର୍ଗତ ତୁଲସୀନଗର ପଡାର ଦୁର୍ଗାମଣ୍ଡପ ପଛପଟେ ରହୁଥିବା ସୋମନାଥ ବନଗୁଲା (୬୫)ଙ୍କ ଶୁକ୍ରବାର ଅଂଶୁଘାତରେ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri