ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ କମନୀୟ ରୂପକୁ ଦେଖିବାକୁ ବିଶ୍ୱବାସୀ ବ୍ୟାକୁଳ ହେଉଥିବାବେଳେ ମହାପ୍ରଭୁଙ୍କ ଏହି ସୂକ୍ଷ୍ମକାର୍ଯ୍ୟକୁ ନିଷ୍ଠାର ସହ କରିବାର ସୌଭାଗ୍ୟ ଜୁଟିଥାଏ ମାତ୍ର କେତେଜଣଙ୍କୁ। ବିଶ୍ୱନିୟନ୍ତାଙ୍କୁ ରଙ୍ଗତୂଳୀରେ ସଜାଉଥିବା ଏଭଳି ଜଣେ ରୂପକାର ସେବକ ହେଉଛନ୍ତି ଢେଙ୍କାନାଳ ଜିଲାର ବିଜୟ ମହାପାତ୍ର। ଅନବସର ସମୟରେ ଠାକୁରଙ୍କ ଗୁପ୍ତନୀତି ହେଉ ଅବା ଶ୍ରୀମୁଖ ଶୃଙ୍ଗାର ସବୁକାମକୁ ସେ କରିଆସୁଛନ୍ତି ନିଷ୍ଠାପର ଭାବରେ। ଦୀର୍ଘ ୫୦ ବର୍ଷ ଧରି ଏହି କାମରେ ନିଜକୁ ସମର୍ପି ଦେଇଛନ୍ତି ସେ। ପାଉଣା ନୁହେଁ, ଠାକୁରଙ୍କ ପ୍ରସାଦ ଟିକିଏ ମିଳିଗଲେ ସେତିକି ଯଥେଷ୍ଟ ବୋଲି କହିଛନ୍ତି ବିଜୟ।
ଓଡ଼ାପଡ଼ା ବ୍ଲକ ପଞ୍ଚୁପଟି ଗ୍ରାମରେ ସପରିବାର ରୁହନ୍ତି ବିଜୟ। ବୟସ ୬୦ ଟପିଲାଣି। ତଥାପି ସେ ବେଶ୍‌ ଚଳଚଞ୍ଚଳ। ତାଙ୍କ ହାତର ରଙ୍ଗତୂଳୀ କଥାକୁହେ। ଦୀର୍ଘ ୫୦ ବର୍ଷ ହେଲା ସେ ଏବଂ ତାଙ୍କ ବଂଶଜ ମହାପ୍ରଭୁ ବଳରାମଙ୍କ ସେବାରେ ନିଜକୁ ସମର୍ପଣ କରିଦେଇଛନ୍ତି। ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପନ୍ନ କରିବା ବେଳେ ତାଙ୍କ କାନ୍ଧରେ ଥାଏ ଗୁରୁଦାୟିତ୍ୱ। ରାଜରାଜୁଡ଼ା ଅମଳରୁ ପିଢ଼ି ପରେ ପିଢ଼ି ଧରି ବିଜୟଙ୍କ ପରିବାର ଏହି କାମ କରି ଆସୁଛନ୍ତି। ସେହିପରି ମନ୍ଦିର ବାହାରେ ଝୁଲଣ ଘରେ ଅଞ୍ଚଳବାସୀଙ୍କ ଘରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ସେ ନୂଆରଙ୍ଗରେ ସଜାଇଥାନ୍ତି। ଏହି କାର୍ଯ୍ୟ ଲାଗି ସେ ପ୍ରାପ୍ୟ ନେଇଥାନ୍ତି। ଏ ସମ୍ପର୍କରେ ବିଜୟ କୁହନ୍ତି, ୧୦ବର୍ଷର ହୋଇଥିବାବେଳେ ବାପାଙ୍କ ସହ ଆସି ଏହି କାର୍ଯ୍ୟ କରୁଥିଲେ। ଭାଇ, ପୁତୁରାମାନେ ମଧ୍ୟ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଦେବୋତ୍ତର ବିଭାଗ ତରଫରୁ ତାଙ୍କ ପରିବାରକୁ ଦାୟିତ୍ୱ ମିଳିଛି। ଅନବସର ନୀତି ଆରମ୍ଭ ହେଲେ ସେ ଏବଂ ତାଙ୍କ ସହଯୋଗୀମାନେ ମନ୍ଦିରକୁ ଆସିଥାନ୍ତି। ନୀତି ଶେଷ ନ ହେବା ଯାଏ କେହି ବାହାରକୁ ଆସନ୍ତି ନାହିଁ। ମନ୍ଦିର ଭିତରେ ରହି ପ୍ରସାଦ ସେବନ କରିଥାନ୍ତି। ଚଳିତ ବର୍ଷ କରୋନା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଶ୍ରୀଜୀଉଙ୍କ ନୀତି ଚାଲିଛି। ବର୍ଷକୁ ଥରେ ବଡ଼ ଠାକୁରଙ୍କ ସେବା କରିବା ସୌଭାଗ୍ୟର ବିଷୟ। ବୁଧବାର ଖଳିଲାଗି ଏକାଦଶୀ ନୀତି ଯଥାବିଧି ଶେଷ ହୋଇଛି। ୨୧ରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଏହାର ଦିନକ ପୂର୍ବରୁ ୨୦ ତାରିଖରେ ନେତ୍ରୋତ୍ସବ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଭାବରେ ହୋଇଛି ବନ୍ଧା: ବିଜୟ
୪ବର୍ଷ ତଳର କଥା। ଅଣସର ଘରେ ମହାପ୍ରଭୁ ଶ୍ରୀବଳରାମଙ୍କ ଡାହାଣ ହାତରେ ବଜ୍ରଲେପନ ଦେଉଥିବା ବେଳେ ଅସହ୍ୟ ଗରମ ହେଉଥିଲା। ଏହି ସମୟରେ ଠାକୁରଙ୍କୁ ଦୁଃଖ ଜଣାଇ ହାତ ଟେକିଦେଲୁ। ଏହାର କିଛି ସମୟ ମଧ୍ୟରେ ହଠାତ୍‌ ମୁଷଳ ଧାରାରେ ବର୍ଷା ଆରମ୍ଭ ହେଲା। ପରିବେଶ ଥଣ୍ଡା ହୋଇଗଲା। ଏହି ଅନୁଭୂତି ଭାବିଲା ବେଳେ ଆଖିରେ ଲୁହ ଜକେଇ ଆସେ। ମହାପ୍ରଭୁଙ୍କ ଭାବରେ ବନ୍ଧା ହୋଇଛି। ଜୀବନ ଥିବା ଯାଏ ତାଙ୍କରି ସେବା କରୁଥିବି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri