ପ୍ରସାଦ ହିଁ ପାଉଣା

ଢେଙ୍କାନାଳ ଅଫିସ, ୧୮।୬ (ରତନ ନାୟାର):  ଭାବର ଠାକୁର ସେ। ଭକ୍ତର ଭଗବାନ ବି। ଭାଗ୍ୟରେ ଥିଲେ ମିଳେ ବିଶ୍ୱନିୟନ୍ତାଙ୍କ ସେବା କରିବାର ସୁଯୋଗ। ରସିକରାଜଙ୍କ କମନୀୟ ରୂପକୁ ଦେଖିବାକୁ ବିଶ୍ୱବାସୀ ବ୍ୟାକୁଳ ହେଉଥିବାବେଳେ ମହାପ୍ରଭୁଙ୍କ ଏହି ସୂକ୍ଷ୍ମକାର୍ଯ୍ୟକୁ ନିଷ୍ଠାର ସହ କରିବାର ସୌଭାଗ୍ୟ ଜୁଟିଥାଏ ମାତ୍ର କେତେଜଣଙ୍କୁ। ବିଶ୍ୱନିୟନ୍ତାଙ୍କୁ ରଙ୍ଗତୂଳୀରେ ସଜାଉଥିବା ଏଭଳି ଜଣେ ରୂପକାର ସେବକ ହେଉଛନ୍ତି ଢେଙ୍କାନାଳ ଜିଲାର ବିଜୟ ମହାପାତ୍ର। ଅନବସର ସମୟରେ ଠାକୁରଙ୍କ ଗୁପ୍ତନୀତି ହେଉ ଅବା ଶ୍ରୀମୁଖ ଶୃଙ୍ଗାର ସବୁକାମକୁ ସେ କରିଆସୁଛନ୍ତି ନିଷ୍ଠାପର ଭାବରେ। ଦୀର୍ଘ ୫୦ ବର୍ଷ ଧରି ଏହି କାମରେ ନିଜକୁ ସମର୍ପି ଦେଇଛନ୍ତି ସେ। ପାଉଣା ନୁହେଁ, ଠାକୁରଙ୍କ ପ୍ରସାଦ ଟିକିଏ ମିଳିଗଲେ ସେତିକି ଯଥେଷ୍ଟ ବୋଲି କହିଛନ୍ତି ବିଜୟ।
ଓଡ଼ାପଡ଼ା ବ୍ଲକ ପଞ୍ଚୁପଟି ଗ୍ରାମରେ ସପରିବାର ରୁହନ୍ତି ବିଜୟ। ବୟସ ୬୦ ଟପିଲାଣି। ତଥାପି ସେ ବେଶ୍‌ ଚଳଚଞ୍ଚଳ। ତାଙ୍କ ହାତର ରଙ୍ଗତୂଳୀ କଥାକୁହେ। ଦୀର୍ଘ ୫୦ ବର୍ଷ ହେଲା ସେ ଏବଂ ତାଙ୍କ ବଂଶଜ ମହାପ୍ରଭୁ ବଳରାମଙ୍କ ସେବାରେ ନିଜକୁ ସମର୍ପଣ କରିଦେଇଛନ୍ତି। ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପନ୍ନ କରିବା ବେଳେ ତାଙ୍କ କାନ୍ଧରେ ଥାଏ ଗୁରୁଦାୟିତ୍ୱ। ରାଜରାଜୁଡ଼ା ଅମଳରୁ ପିଢ଼ି ପରେ ପିଢ଼ି ଧରି ବିଜୟଙ୍କ ପରିବାର ଏହି କାମ କରି ଆସୁଛନ୍ତି। ସେହିପରି ମନ୍ଦିର ବାହାରେ ଝୁଲଣ ଘରେ ଅଞ୍ଚଳବାସୀଙ୍କ ଘରେ ପୂଜା ପାଉଥିବା ଚତୁର୍ଦ୍ଧା ବିଗ୍ରହଙ୍କୁ ସେ ନୂଆରଙ୍ଗରେ ସଜାଇଥାନ୍ତି। ଏହି କାର୍ଯ୍ୟ ଲାଗି ସେ ପ୍ରାପ୍ୟ ନେଇଥାନ୍ତି। ଏ ସମ୍ପର୍କରେ ବିଜୟ କୁହନ୍ତି, ୧୦ବର୍ଷର ହୋଇଥିବାବେଳେ ବାପାଙ୍କ ସହ ଆସି ଏହି କାର୍ଯ୍ୟ କରୁଥିଲେ। ଭାଇ, ପୁତୁରାମାନେ ମଧ୍ୟ ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି। ଦେବୋତ୍ତର ବିଭାଗ ତରଫରୁ ତାଙ୍କ ପରିବାରକୁ ଦାୟିତ୍ୱ ମିଳିଛି। ଅନବସର ନୀତି ଆରମ୍ଭ ହେଲେ ସେ ଏବଂ ତାଙ୍କ ସହଯୋଗୀମାନେ ମନ୍ଦିରକୁ ଆସିଥାନ୍ତି। ନୀତି ଶେଷ ନ ହେବା ଯାଏ କେହି ବାହାରକୁ ଆସନ୍ତି ନାହିଁ। ମନ୍ଦିର ଭିତରେ ରହି ପ୍ରସାଦ ସେବନ କରିଥାନ୍ତି। ଚଳିତ ବର୍ଷ କରୋନା ପାଇଁ ସରକାରଙ୍କ ନିୟମ ଅନୁଯାୟୀ ମାସ୍କ ପିନ୍ଧି ଶ୍ରୀଜୀଉଙ୍କ ନୀତି ଚାଲିଛି। ବର୍ଷକୁ ଥରେ ବଡ଼ ଠାକୁରଙ୍କ ସେବା କରିବା ସୌଭାଗ୍ୟର ବିଷୟ। ବୁଧବାର ଖଳିଲାଗି ଏକାଦଶୀ ନୀତି ଯଥାବିଧି ଶେଷ ହୋଇଛି। ୨୧ରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଏହାର ଦିନକ ପୂର୍ବରୁ ୨୦ ତାରିଖରେ ନେତ୍ରୋତ୍ସବ ଅନୁଷ୍ଠିତ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଭାବରେ ହୋଇଛି ବନ୍ଧା: ବିଜୟ
୪ବର୍ଷ ତଳର କଥା। ଅଣସର ଘରେ ମହାପ୍ରଭୁ ଶ୍ରୀବଳରାମଙ୍କ ଡାହାଣ ହାତରେ ବଜ୍ରଲେପନ ଦେଉଥିବା ବେଳେ ଅସହ୍ୟ ଗରମ ହେଉଥିଲା। ଏହି ସମୟରେ ଠାକୁରଙ୍କୁ ଦୁଃଖ ଜଣାଇ ହାତ ଟେକିଦେଲୁ। ଏହାର କିଛି ସମୟ ମଧ୍ୟରେ ହଠାତ୍‌ ମୁଷଳ ଧାରାରେ ବର୍ଷା ଆରମ୍ଭ ହେଲା। ପରିବେଶ ଥଣ୍ଡା ହୋଇଗଲା। ଏହି ଅନୁଭୂତି ଭାବିଲା ବେଳେ ଆଖିରେ ଲୁହ ଜକେଇ ଆସେ। ମହାପ୍ରଭୁଙ୍କ ଭାବରେ ବନ୍ଧା ହୋଇଛି। ଜୀବନ ଥିବା ଯାଏ ତାଙ୍କରି ସେବା କରୁଥିବି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

କୁର୍ମି କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ବିରାଟ ମହିଳା ସମ୍ମିଳନୀ: ନାରୀ ଶିକ୍ଷା, ରୋଜଗାର ଉପରେ…

ଭଞ୍ଜନଗର,୨୭।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଚାଲିଥିବା ନିଖିଳ ଉତ୍କଳ କୁର୍ମି କ୍ଷତ୍ରୀୟ ପ୍ରଦେଶ ମହାସଭା ଶନିବାର ତୃତୀୟ ଦିବସରେ ପହଞ୍ଚିଛି। ରବିବାର ମହାସଭା...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri