ପ୍ରଶାସନ ଶୁଣିଲାନି: ପୋଲ ନିର୍ମାଣ କଲେ ଗ୍ରାମବାସୀ

ବାଲିଗୁଡା,୭ା୬.(ଡି.ଏନ.ଏ.)- ନାଳର ଆରପଟେ ରହିଛି ସ୍କୁଲ, ଅଙ୍ଗନଓ୍ବାଡି, ପଞ୍ଚାୟତ ଗୃହ। ନାଳ ଏପଟେ ରହିଯାଇଛନ୍ତି ଲୋକେ। ଯାତାୟାତ ପାଇଁ ନାଳ ଉପରେ ପୋଲଟିଏ ନାହିଁ। ଖରାଦିନେ ଅଳ୍ପ ପାଣି ଥିବାରୁ ନାଳରେ ପଶି ପାରି ହୋଇଯାଆନ୍ତି ଲୋକେ। ମାତ୍ର ବର୍ଷାଦିନ ଆସିଲେ ଦୁର୍ଦ୍ଦଶା ବଢିଯାଏ। ପୋଲଟିଏ ପାଇଁ ବାରମ୍ବାର ପ୍ରଶାସନଙ୍କୁ ଜଣାଇଲେ ମଧ୍ୟ କେହି ଶୁଣିଲେ ନାହିଁ। ତେଣୁ ଅଞ୍ଚଳବାସୀ ଶ୍ରମଦାନ କରି ନିଜେ ତିଆରି କରିଛନ୍ତି କାଠପୋଲ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ.ନୂଆଗଁା ବ୍ଲକ ଲାଞ୍ଜିରମାହା ୱାର୍ଡରେ। ଲେତିଙ୍ଗିଆ ପଞ୍ଚାୟତ ଲାଞ୍ଜିରମାହା ୱାର୍ଡରେ ବାସ କରନ୍ତି ୩୦ରୁ ଉର୍ଦ୍ଧ୍ୱ ଆଦିବାସୀ ପରିବାର। ଯୁଗାମୁଣ୍ଡା ନାଳ ପାରି ହୋଇ ସ୍କୁଲ, ପଞ୍ଚାୟତ, ତହସିଲ ଓ ମେଡିକାଲ ଆଦିକୁ ଯାଇଥାନ୍ତି ଗ୍ରାମବାସୀ। ନାଳ ଉପରେ ପୋଲଟିଏ ପାଇଁ ପ୍ରଶାସନକୁ ଅନୁରୋଧ କରି ମଧ୍ୟ କେହି ଶୁଣିଲେ ନାହିଁ। ଆଗକୁ ବର୍ଷାଦିନ ଆସୁଥିବାରୁ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଜଙ୍ଗଲରୁ କାଠ ସଂଗ୍ରହ କରି ନାଳ ଉପରେ କାଠପୋଲ ନିର୍ମାଣ କରିଛନ୍ତି। ଗଁାର ପିଲାଠୁ ବଡ଼ ସମସ୍ତେ ଲାଗି ପୋଲ ତିଆରି କରିଛନ୍ତି। ଏନେଇ ବାଲିଗୁଡା ଉପଜିଲାପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ଯୋଗାଯୋଗ କରିବାର ଖୁବ୍‌ଶୀଘ୍ର ଏନେଇ ସ୍ଥାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତେବାସୀଙ୍କୁ ଘର କାମରେ ଲଗାଇବା ପଡ଼ିଲା ମହଙ୍ଗା

ଚକାପାଦ,୧୮ା୫(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ର ବପଲମେଣ୍ଡି ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମେଟ୍ରୋନ ସୁଜାତା ସାହୁଙ୍କୁ ଜିଲାପାଳ ବେଦଭୂଷଣ ତୁମୁଡ଼ିବନ୍ଧ ରାଙ୍ଗାପାରୁ ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

ପାହାଡ଼ ପାଦଦେଶରେ ବେଆଇନ ଗୃହ ନିର୍ମାଣ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ତହସିଲଦାର

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତରେ ରହିଥିବା ଐତିହ୍ୟ ତୀର୍ଥକ୍ଷେତ୍ର ଋଷିମାଳରେ ସଂରକ୍ଷିତ ଜଙ୍ଗଲକୁ ସାଧାରଣ ଲୋକଙ୍କ ପକ୍ଷରୁ ଜବରଦଖଲ କରାଯାଉଥିବା ନେଇ…

ସିଆଇଆଇର ଆଦର୍ଶ ମହିଳା ସମ୍ମାନରେ ସମ୍ମାନିତ ହେଲେ ଦାରିଙ୍ଗବାଡ଼ିର ସୁନାଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି,୧୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଦେଶ ସ୍ତରରେ ସିଆଇଆଇ ଆଦର୍ଶ ମହିଳା ସମ୍ମାନ ମିଳିବା ବ୍ରାହ୍ମଣୀଗାଁ ଅଞ୍ଚଳ…

ନିଜସ୍ବ ଗୃହକୁ ପ୍ରବେଶ କଲା ବଣିକ ସଙ୍ଘ: ସିମନବାଡ଼ିରେ ଗୃହ ପ୍ରତିଷ୍ଠା, ଉତ୍ସବ ସମ୍ପନ୍ନ

ଦାରିଙ୍ଗବାଡ଼ି,୧୫।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ମା’ ପାଟ୍ଟଖଣ୍ଡା ବଣିକ ସଙ୍ଘ ଶୁକ୍ରବାର ନିଜସ୍ବ ନୂତନ କୋଠାରେ ପ୍ରବେଶ କରିଛି। ଏହି ଅବସରରେ…

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ନିଶା ସେବନକୁ ବିରୋଧ କଲେ ପୁଅ, କୀଟନାଶକ ପିଇଦେଲେ ବାପା: ଆଉ ତା’ପରେ…

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri