ବ୍ରହ୍ମପୁର ଅଫିସ, ୨୦ା୨ – ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସ୍ଷ୍ଟାଣ୍ଡ ନିକଟରେ ଥିବା ଗୁରୁଦେବ ହସ୍ପିଟାଲରେ ସୋମବାର ରାତିରେ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ସେ ହେଲେ ଐଶ୍ୱର୍ଯ୍ୟା ସିଂଦେଓ। ଯାହାକୁ ନେଇ ହସ୍ପିଟାଲରେ ରୋଗୀ ସମ୍ପର୍କୀୟ ଓ ଡ଼ାକ୍ତରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏପରିକି ମହିଳାଙ୍କ ଅସ୍ତ୍ରୋପଚାର କରିଥିବା ଡ଼ା. ପ୍ରଭାତ ପାଣିଗ୍ରାହୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିଥିଲା। ଏହି ଘଟଣା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନର ମିଳିତ ଟିମ୍ ବୁଧବାର ରାତିରେ ଉକ୍ତ ହସ୍ପିଟାଲରେ ଚଢ଼ାଉ କରିଥିଲା। ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ସହକାରୀ ଜିଲାପାଳ ବିନୋଦ କୁମାର ବେହେରାଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଚଢ଼ାଉ କରିଥିଲା। ଗୁରୁଦେବ ହସ୍ପିଟାଲ କ୍ଲିିନିକାଲ ଏଷ୍ଟାବ୍ଲି୍ଳିସ୍ମେଣ୍ଟ ସମ୍ପର୍କିତ ସମସ୍ତ କାଗଜପତ୍ର ଯାଞ୍ଚ ହୋଇଥିଲା ବୋଲି ସହକାରୀ ଜିଲାପାଳ କହିଛନ୍ତି। ହସ୍ପିଟାଲ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ହସ୍ପିଟାଲରେ କେତେ ଜଣ ଡ଼ାକ୍ତର ଅଛନ୍ତି, ନର୍ସ ଓ କର୍ମଚାରୀ କାମ କରୁଛନ୍ତି ତା’ର ତାଲିକା ରହିଛି କି ନାହିଁ ସେ ନେଇ ମଧ୍ୟ ହସ୍ପିଟାଲ ମାଲିକ କଳ୍ପନା ବରାଳଙ୍କୁ ଟିମ୍ ପଚରାଉଚରା କରିଥିଲା। ସେ ସମ୍ପର୍କିତ ସମସ୍ତ କାଗଜପତ୍ର ମଗାଯାଇଥିଲା ବୋଲି ସେ କହିଛନ୍ତି। ସେହିପରି ହସ୍ପିଟାଲ ଚଳାଇବା ପାଇଁ ଯେଉଁ ସବୁ ନିୟମ୍ କାନୁନ୍ , କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ୍ସ ବ୍ୟବସ୍ଥା ଅଛି କି ନାହିଁ ସେ ନେଇ ମଧ୍ୟ ଯାଞ୍ଚ କରାଯାଇଥିଲା। ହସ୍ପିଟାଲ ପରିଚାଳନା ପାଇଁ ଯେଉଁ ଆବଶ୍ୟକ କାଗଜପତ୍ର ରହିଛି ତା’ର ଜେରକ୍ସ କପି ଏହି ଟିମ୍ ହସପିଟାଲ ମାଲିକଙ୍କଠାରୁ ସଂଗ୍ରହ କରିଛି। ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ବ୍ରହ୍ମପୁର ଉପଜିଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କୁ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ପରେ ତାହା ଜିଲାପାଳଙ୍କ ନିକଟକୁ ପଠାଯିବ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ସ୍ବାସ୍ଥ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ସାହୁ, ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର, ଡ଼ିଏମ୍ଆରସିଏଚ ଶକ୍ତି କୁମାର ଦିଗାଲ, ଡ୍ରଗ୍ସ ଇନ୍ସପେକ୍ଟର ଦେବାଶିଷ କାଲୋ, ବ୍ରହ୍ମପୁର ଏସ୍ଡ଼ିପିଓ ବିଷ୍ଣୁପ୍ରସାଦ ପତି ଓ ବୈଦ୍ୟନାଥପୁର ଥାନା ଅଧିକାରୀ ଶାରଦା ପ୍ରସନ୍ନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।
ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…
ଛତ୍ରପୁର,୮।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…
ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…
ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….
ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…
ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର
ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…
ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…
ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…
ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ନିଆରା ଜନ୍ମଦିନ ପାଳନ କଲେ ସମାଜସେବୀ ସୁନିଲ
ଗଞ୍ଜାମ,୭।୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଲବଣ ସତ୍ୟାଗ୍ରହର ଅନ୍ୟତମ ପୀଠ ହୁମ୍ମାଠାରେ ଜନ କଲ୍ୟାଣ ସ୍ବେଛାସେବୀ ସଂସ୍ଥା ଓ ବଜରଙ୍ଗୀ ଦଳର ମିଳିତ ଆନୁକୁଲ୍ୟରେ…
Archives

