ପ୍ରଶାସନ ଟାଣିଲା ଲକ୍ଷ୍ମଣ ରେଖା

ଅନୁଗୋଳ ଅଫିସ, ୨୫।୩- ଲକ୍‌ଡାଉନ ଘୋଷଣା ପରଠାରୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଅନୁଗୋଳ ସହରର ବିଭିନ୍ନ ଦୋକାନରେ ଭିଡ଼ ବଢ଼ୁଛି। ବୁଧବାର ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସହର ପରିଦର୍ଶନ କରି ଏପରି ଭିଡ଼ ନ ଲଗାଇବାକୁ କହିଥିଲେ। ସେହିପରି ଜିଲାପାଳ ମନୋଜ କୁମାର ମହାନ୍ତି ଓ ଏସ୍‌ପି ଜଗମୋହନ ମୀନା ମଧ୍ୟ ଭିଡ଼ ହ୍ରାସ ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ। ଏଥିସହ ସମସ୍ତ ପାଇକାରୀ ଓ ଖୁଚୁରା ରାଶନ, ପରିବା ଦୋକାନ ସମ୍ମୁଖରେ ୧ରୁ ୨ ମିଟର ଦୂରତାର ଧଳା ଗୋଲେଇ ଚିହ୍ନ ଲଗାଇ ତା ମଧ୍ୟରେ ଧାଡ଼ିରେ ଠିଆ ହୋଇ ସାମଗ୍ରୀ କିଣିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ। ଲକ୍ଷ୍ମଣ ରେଖା ବୋଲି କୁହାଯାଉଥିବା ଏହି ଚିହ୍ନ ବାହାରେ ଜମା ହୋଇଥିବା ଗ୍ରାହକମାନଙ୍କୁ ସାମଗ୍ରୀ ନ ଦେବାକୁ ବ୍ୟବସାୟୀଙ୍କୁ କହିଥିଲେ। ଏଥିସହ ଦୋକାନ ସମ୍ମୁଖରେ ରୁଣ୍ଡ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚେତାଇ ଦେଇଥିଲେ। ମାଲ ପରିବହନ ଉପରେ କୌଣସି କଟକଣା ନ ଥିବାରୁ ନିୟମିତ ଭାବେ ଜିଲାକୁ ଆବଶ୍ୟକ ରାଶନ ସାମଗ୍ରୀ ଓ ପନିପରିବା ଆସି ପହଞ୍ଚତ୍ପାରୁଛି। ସେଥିପାଇଁ ସମସ୍ତେ ଘରେ ରୁହନ୍ତୁ। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ କ୍ରୟ କରିବା ସହ ଭିଡ଼ ନ କରିବାକୁ ଜିଲାପାଳ ଓ ଏସ୍‌ପି ଗ୍ରାହକମାନଙ୍କୁ ନିବେଦନ କରିଥିଲେ। ସେହିପରି ବନ୍ତଳା ପୋଲିସ ପକ୍ଷରୁ ମଧ୍ୟ ବିଭିନ୍ନ ଦୋକାନ ସମ୍ମୁଖରେ ଧଳା ରଙ୍ଗର ଛକି ଚିହ୍ନ ଦିଆଯାଇଛି। ଥାନା ଦାୟିତ୍ୱରେ ଥିବା ସୌରବ ଓତା, ଆଇଆଇସି ଗୀତା ସାହୁ, ଏସ୍‌ଆଇ ନିରଞ୍ଜନ ନାୟକ ପ୍ରମୁଖ ବନ୍ତଳା, ବଡ଼କେରା, ପୁରୁଣାଗଡ଼, ବେଡାଶାସନ, କରତପଟା, ପୋକତୁଙ୍ଗା, ଖିଣ୍ଡା, ଗଡ଼ତରାସ ଆଦି ଅଞ୍ଚଳର ଦୋକାନ ସମ୍ମୁଖରେ ଛକି ଚିହ୍ନ ପକାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦପୁର ପରେ ପାଡୁଆ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ: ଶନିବାର ରାତିରେ ୧ ବୋଲେରୋ ୨ଟି ବାଇକ ଚୋରି

ନନ୍ଦପୁର/ପାଡୁଆ, ୨୨।୩ (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଥାନା ଅଞ୍ଚଳରେ ଦିନକୁ ଦିନ ଗାଡ଼ି ଚୋରି ସଂଖ୍ୟା ବଢିବାରେ ଲାଗିଛି।…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

ମୁନିଗୁଡାରେ ୩ ଘର ଉପରକୁ ମାଡ଼ିଗଲା ଟ୍ୟାଙ୍କର: ପରେ…

ମୁନିଗୁଡା,୨୨।୩(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଥାନା ଅନ୍ତର୍ଗତ ମୁନିଖୋଲ କନକ ପରମେଶ୍ୱରୀ ମନ୍ଦିର ନିକଟରେ ରବିବାର ଭୋର ସମୟରେ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବକ୍ସାଇଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri