ପ୍ରଧାନମନ୍ତ୍ରୀଙ୍କୁ ଖୋଲାଚିଠି ଲେଖି: ଫସିଲେ ୫୦ ସେଲିବ୍ରିଟି

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଭିଡ଼ହିଂସା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସେଲିବ୍ରିଟିମାନଙ୍କୁ ମହଙ୍ଗା ପଡ଼ିଛି। ବିହାରର ମୁଜାଫରପୁର ଜିଲାରେ ଏକ ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୦ ସେଲିବ୍ରିଟିଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯିବା ପରେ ବିବାଦ ମୁଣ୍ଡ ଟେକିଛି। ସେଲିବ୍ରିଟିମାନେ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବଲିଉଡ୍‌ ଅଭିନେତ୍ରୀ କୋଙ୍କଣ ସେନ, ଅପର୍ଣ୍ଣା ସେନ ଶର୍ମା, ପ୍ରଯୋଜକ ମଣିରନତ୍ମ, ନିର୍ଦ୍ଦେଶକ ଶ୍ୟାମ୍‌ ବେନେଗାଲ, ଅନୁରାଗ କଶ୍ୟପ ଓ ଐତିହାସିକ ରାମଚନ୍ଦ୍ର ଗୁହା ଏବଂ ଅନ୍ୟ ୪୫ ସେଲିବ୍ରିଟି ଗତ ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ଖୋଲାଚିଠି ଲେଖିଥିଲେ। ମୁସ୍‌ଲିମ, ଦଳିତ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ଭିଡ଼ହିଂସା ତୁରନ୍ତ ବନ୍ଦ କରାଯିବା ଜରୁରୀ ବୋଲି ଏଥିରେ ସେମାନେ ଦର୍ଶାଇଥିଲେ। ‘ଜୟ ଶ୍ରୀରାମ’ସ୍ଲୋଗାନ କିପରି ଏକ ‘ଉତ୍ତେଜକ ଯୁଦ୍ଧ ଘୋଷଣା’ରେ ସୀମିତ ହୋଇଯାଇଛି ତାହା ଉଲ୍ଲେଖ କରିବା ସହ ଦେଶରେ ଗଣତନ୍ତ୍ର ଭୁଶୁଡ଼ିପଡ଼ିଥିବା ସେମାନଙ୍କ ଅସନ୍ତୋଷରୁ ସ୍ପଷ୍ଟ ହେଉଛି ବୋଲି ଲେଖିଥିଲେ। ଏହାକୁ ନେଇ ଦୁଇମାସ ତଳେ ସୁଧୀର କୁମାର ଓଝା ନାମକ ଜଣେ ଆଇନଜୀବୀ ବିଚାରବିଭାଗୀୟ ମୁଖ୍ୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ଏଥିରେ ସେ ପ୍ରାୟ ୫୦ ସ୍ବାକ୍ଷରକାରୀଙ୍କୁ ଅଭିଯୁକ୍ତ ଦର୍ଶାଇ ଉଲ୍ଲେଖ କରିଥିଲେ, ସେମାନେ ଦେଶର ଛବିକୁ ମଳିନ କରିଛନ୍ତି। ଏହାସହ ପୃଥକୀକରଣ ପ୍ରବୃତ୍ତିକୁ ସମର୍ଥନ ଦେବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀଙ୍କ ପ୍ରଭାବଶାଳୀ ପ୍ରଦର୍ଶନକୁ ନୂ୍ୟନ କରିଦେଇଛନ୍ତି। ସିଜେଆଇ ସୂର୍ଯ୍ୟକାନ୍ତ ତିଓ୍ବାରି ଉକ୍ତ ଆବେଦନର ଶୁଣାଣି କରି ସେଲିବ୍ରିଟିମାନଙ୍କ ବିରୋଧରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ଥାନୀୟ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ସଦର ଥାନାରେ ଗୁରୁବାର ମାମଲା ରୁଜୁ ହୋଇଥିବା ମୁଜାଫରପୁର ଜିଲା ପୋଲିସର ଅଧିକାରୀମାନେ କହିଛନ୍ତି। ସେଲିବ୍ରିଟିମାନେ ଏହାକୁ ନେଇ ଶୁକ୍ରବାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅପର୍ଣ୍ଣା ସେନ କହିଛନ୍ତି, ଦେଶଦ୍ରୋହ ମାମଲା ରୁଜୁ କରିବା ହାସ୍ୟାସ୍ପଦ ଓ ସମ୍ପୂର୍ଣ୍ଣ ଭାବେ ହଇରାଣ କରିବା ପାଇଁ ଉଦ୍ଦିଷ୍ଟ। ଆମ ଗଣତାନ୍ତ୍ରିକ ଅଧିକାରଗୁଡ଼ିକୁ ଏଭଳି ଭାବେ କ୍ରମଶଃ ଛଡ଼ାଇ ନିଆଯାଉଛି। ସେଲିବ୍ରିଟିଙ୍କ ବିରୋଧରେ ମାମଲା କରିବା ଓକିଲ ସୁଧୀର ଓଝାଙ୍କ ପୁରୁଣା ଅଭ୍ୟାସ। ପୂର୍ବରୁ ସେ ମୁଜାଫରପୁର ଜିଲା କୋର୍ଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ସଚିନ ତେନ୍ଦୁଲକର(୨୦୧୩ରେ ଭାରତ ରନତ୍ ପାଇବାବେଳେ), ଶାହରୁଖ୍‌ ଖାନ, ସଲମାନ ଖାନ, କଟ୍ରିନା କୈଫ୍‌, ଅରବିନ୍ଦ କେଜ୍‌ରିଓ୍ବାଲ ଓ ଆନ୍ନା ହାଜାରେଙ୍କ ବିରୋଧରେ ମଧ୍ୟ ଏପରି ପିଟିଶନ ଦାଏର କରିଥିଲେ। ଏହି ମାମଲା ପାଟନା ହାଇକୋର୍ଟକୁ ଯିବା ପରେ ଖାରଜ ହୋଇଯିବ। ଶ୍ୟାମ ବେନେଗାଲ କହିଛନ୍ତି, ଭିଡ଼ହିଂସା ଏକ ଗଣତାନ୍ତ୍ରିକ ସମାଜରେ ଗ୍ରହଣୀୟ ନୁହେଁ। ଏହା ବିରୋଧରେ ସ୍ବର ଉଠାଇବା ଯଦି ଦେଶଦ୍ରୋହ ତେବେ ସଂଜ୍ଞାଗୁଡ଼ିକ ବଦଳିବାରେ ଲାଗିଛି ବୋଲି ଧରିବାକୁ ହେବ। ସେହିପରି ଖୋଲାଚିଠିରେ ସ୍ବାକ୍ଷର କରିଥିବା ମାଲୟାଲମ ଫିଲ୍ମ ପ୍ରଯୋଜକ ଅଦୂର ଗୋପାଳକ୍ରିଷ୍ଣନ୍‌ କହିଛନ୍ତି, ଦେଶରେ ବିଚିତ୍ର ଘଟଣାମାନ ଘଟୁଛି। ଆମ ଦେଶରେ ଜଣେ ମହିଳା ନାଥୁରାମ ଗଡସେଙ୍କୁ ସ୍ମରଣ କରିବାକୁ ଯାଇ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିକୁ ଗୁଳି କରିଥିବାବେଳେ ତାଙ୍କ ବିରୋଧରେ କୌଣସି କୋର୍ଟରେ ମାମଲା ରୁଜୁ ହୋଇନାହିଁ। ସେହି ମହିଳା ଏବେ ପାର୍ଲାମେଣ୍ଟ ସଦସ୍ୟ। ଆମ ବିରୋଧରେ ମାମଲା ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଆଇନ ବ୍ୟବସ୍ଥାକୁ ନେଇ ସନ୍ଦେହ ସୃଷ୍ଟି କରୁଛି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜ ସଂସଦୀୟ ଆସନ ଓ୍ବାୟନାଡରେ କହିଛନ୍ତି, ପ୍ରଧାନମନ୍ତ୍ରୀ କିମ୍ବା ସରକାରଙ୍କ ବିରୋଧରେ ଯିଏ କିଛି କହୁଛନ୍ତି ତାଙ୍କୁ ଜେଲରେ ପୂରାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri