ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ସଚେତନତା

ବ୍ରହ୍ମପୁର ଅଫିସ୍‌,୨୭ । ୧୦-ଦୀପାବଳି ଉତ୍ସବ ଅବସରରେ ବାଣି ଫୁଟାଉଥିବା ଯୋଗୁ ପ୍ରଦୁଷଣ ହୋଇଥାଏ। ଏହା କେବଳ ମଣିଷ ନୁହଁ, ପଶୁ ପକ୍ଷୀଙ୍କୁ ମଧ୍ୟ ପ୍ରଭାବିତ କରିଥାଏ। ଏଣୁ ପ୍ରଦୂଷଣମୁକ୍ତ ଦୀପାବଳି ପାଇଁ ଶନିବାର ବ୍ରହ୍ମପୁରରେ ବିଭିନ୍ନ ସଂଗଠନ ପକ୍ଷରୁ ସଚେତନତା ପଦଯାତ୍ରା ଆୟୋଜିତ ହୋଇଥିଲା। ସ୍ବେଚ୍ଛାସେବୀ ସଂଗଠନ ଆଞ୍ଚଳିକ ବିକାଶ ପରିଷଦ ଆହ୍ବାନରେ ବିଭିନ୍ନ ସଂଗଠନ କର୍ମକର୍ତ୍ତାମାନେ ଏଥିରେ ଭାଗ ନେଇଥିଲେ। ବ୍ରହ୍ମପୁର ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଆରମ୍ଭ ହୋଇ ସହରରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲା। ପ୍ରତିବର୍ଷ ଦୀପାବଳିରେ ବିଭିନ୍ନ ଉଚ୍ଚଶବ୍ଦକାରୀ ଏବଂ ପ୍ରଦୁଷଣକାରୀ ବାଣ ଫୁଟାଇବା ଦ୍ୱାରା ଅକାଳରେ ପଶୁ ପକ୍ଷୀଙ୍କ ଜୀବନ ଚାଲିଯାଉଛି। ମଣିଷମାନେ ମଧ୍ୟ ଶ୍ୱାସ ଜନିତ ରୋଗରେ ପୀଡ଼ିତ ହେଉଛନ୍ତି। ଏଣୁ ବାଣ ନ ଫୁଟାଇବା ପାଇଁ ଆହ୍ବାନ ଦିଆଯାଇଥିଲା। ସହର ପରିକ୍ରମା କରିବା ଅବସରରେ ବିଭିନ୍ନ ସ୍ଲୋଗାନ୍‌ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ପରିଷଦ ସଭାପତି ସାଗର କୁମାର ପାତ୍ର, ସମ୍ପାଦକ ବିଜେନ୍ଦ୍ର ମାଝି, ଆର୍ଯ୍ୟଭଟ୍ଟ ଫାଉଣ୍ଡେଶନ ମୁଖ୍ୟ ସୁଧୀର ରାଉତ, ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀ, ସମ୍ପାଦକ ଏମ୍‌.ଦଲୀପ କୁମାର, ମହାତ୍ମା ହେଲ୍‌ପିଂ କ୍ଲବର ଏମ୍‌.ଭେଙ୍କଟ ରାମାଣା, ସମାଜିକକର୍ମୀ ସବିତା ସାହୁକାର, ସଞ୍ଜୟ ପାତ୍ର, ଧର୍ମରାଜ ପାତ୍ର ଓ ବନମାଳୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଅଘଟଣ: ଦ୍ରୁତଗତିରେ ଆସି ମହିଳାଙ୍କୁ ଧକ୍କା ଦେଲା କାର୍‌, ୧୦ ମିଟର ଦୂରରେ ଯାଇ…

ଲାଞ୍ଜିଗଡ଼,୧ା୧(ରମେଶ ଚନ୍ଦ୍ର ନାୟକ): ବର୍ଷ ଆରମ୍ଭରୁ ଏକ ଦୁଃଖଦ ଘଟଣା ଘଟିଛି। କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଆଶ୍ରମପଡ଼ା ନିକଟରେ ଏକ ଅଜଣା ଗାଡ଼ି...

ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଲେ ଯୁବ ସମିତି ସଭ୍ୟ, ନିଜ ଦରମାରୁ ଦେଇଦେଲେ ଟଙ୍କା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ବୋରିଗାଁ ଗ୍ରାମର ଗାଣ୍ଡୁ ଗୌଡ଼ ଦୀର୍ଘ ଦିନ ହେବ ଅଜଣା ରୋଗରେ ପୀଡିତ ଅଛନ୍ତି...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମିଡିୟୁବାନ୍ଦା ଜଳପ୍ରପାତ: VIDEO ଦେଖିଲେ ଲାଖି ଯିବ ଲାଖି

ଦାରିଙ୍ଗବାଡି,୧।୧(ଅରୁଣ ସାହୁ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅନେକ ଜଳ ପ୍ରପାତ ରହିଛି। ସେଥିମଧ୍ୟରେ ଅନ୍ୟତମ ଜଳପ୍ରପାତ ହେଉଛି ମିଡିୟୁାନ୍ଦା ଜଳପ୍ରପାତ, ଯାହାକି ପର୍ଯ୍ୟଟକଙ୍କ ପାଇଁ ମୁଖ୍ୟ...

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧(କୈଳାଶ ଚନ୍ଦ୍ର ପଟନାୟକ ): ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ଫଳରେ ମଝି ଚିଲିକାରେ ୫୦ ଯାତ୍ରୀ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri