ପ୍ରଥମଖଣ୍ଡ ସମବାୟ ସମିତିରେ ଧାନମଣ୍ଡି ଖୋଲିଲା: ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ

ରସୁଲପୁର,୪ା୧(ଡିଏନଏ): ରସୁଲପୁର ବ୍ଲକ ଅଧୀନ ୧୧ଟି ପ୍ରାଥମିକ କୃଷି ସେବା ସମିତି(ପାକ୍ସ) ରହିଛି। ସେଥିରୁ ପ୍ରଥମଖଣ୍ଡ ସେବା ସମିତି ଧାନ ମଣ୍ଡି ଖୋଲିବାରେ ଆଗୁଆ ରହିଛି। ଏହି ସମିତି ଜରିଆରେ ୨୫ଶହ କୁଇଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ କରାଯାଇଛି। ଏଥିପାଇଁ ଦୁଇଟି ମିଲରଙ୍କୁ ନିଯୁକ୍ତ କରାଯାଇଛି। ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ଆଇ ସ୍କାନର ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି। ମଣ୍ଡିକୁ ଧାନ ଆଣିବାବେଳେ ଚାଷୀମାନେ ଝୋଟରେ ତିଆରି ବସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। କୌଣସି କାରଣରୁ ପଞ୍ଜୀକୃତ ଚାଷୀ ମଣ୍ଡିକୁ ଧାନ ଆଣିବାକୁ ଅକ୍ଷମତା ପ୍ରକାଶ କଲେ ଏବଂ ଏନେଇ ସମତିକୁ ଜଣାଇଲେ ସମିତି ସମ୍ପାଦକ, ଡାଟା ଏଣ୍ଟ୍ରି ଅପରେଟରମାନେ ଚାଷୀ ଘରେ ପହଞ୍ଚି ଧାନ କିଣିବାକୁ ପରାମର୍ଶ ଦିଆଯାଇଛି।
ପାକ୍ସ ସଭାପତି ମୁକୁନ୍ଦଦେବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମଣ୍ଡି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରସୁଲପୁର ବିଡିଓ ଉମାକାନ୍ତ ପରିଡା, ସମ୍ମାନିତ ଅତିଥି ଭାବରେ ସମବାୟ ସଂପ୍ରସାରଣ ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସରପଞ୍ଚ ଚିନ୍ତାମଣୀ ସୁର, ପ୍ରଫୁଲ କୁମାର ସାହୁ, କଟକ କୋ-ଅପରେଟିଭ ବ୍ୟାଙ୍କ ଶାଖା ପରିଚାଳକ ବିକାଶ ମିଶ୍ର, ଧାନକ୍ରୟ କମିଟି ପକ୍ଷରୁ ଅମୁଲ୍ୟ ମହାନ୍ତି, ପଞ୍ଚାନନ ରାଉତ, ପ୍ରଶାନ୍ତ କୁମାର ସାହାଣୀ, ମାଳତୀ ଦଳେଇ, ନରେଶ ମହାନ୍ତି, ଚକ୍ରଧର ଦାସ, ଶ୍ରୀଧର ପ୍ରଧାନ, ଅଭିମନ୍ୟୁ ସେଠୀ, ଶୁକଦେବ ନାୟକ, କୈଳାସ ଚନ୍ଦ୍ର ପ୍ରଧାନ, ପୂର୍ବତନ ସରପଞ୍ଚ ଶଶିଭୂଷଣ ଦାସ, ବଟକୃଷ୍ଣ ସାହୁ, ଗଜେନ୍ଦ୍ର ସୁର, ନରେନ୍ଦ୍ର ବାହାଲିଆ, ପ୍ରହ୍ଲାଦ ପଲେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମିତି ଅଧିନରେ ୧୬୫ଜଣ ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଦଫାରେ ସମିତି ପକ୍ଷରୁ ପ୍ରଥମଥର ପାଇଁ ୮ଜଣଙ୍କ ନାମ ସୁପାରିଶ କରାଯାଇଛି। ସେମାନଙ୍କ ପାଇଁ ଟୋକନ ଆସିବା ପରେ ଚାଷୀଙ୍କଠାରୁ ଧାନ କିଣିବା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri