Posted inଖେଳ

ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକ ସ୍ଥିତିକୁ ଗୁରୁତ୍ୱ ଦେବି: ଗାଙ୍ଗୁଲି

ମୁମ୍ବାଇ, ୧୫।୧୦ (ପି.ଟି.)- ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିଶ୍ୱର ସବୁଠାରୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂତନ ସଭାପତି ଭାବେ ପଦ ମଣ୍ଡନ କରିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏଭଳି ମର୍ଯ୍ୟାଦାଜନକ ପଦ ଅଳଙ୍କରଣ କରିବାକୁ ଯାଉଥିବା ଗାଙ୍ଗୁଲି ପ୍ରଥମଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକସ୍ଥିତିରେ ସୁଧାର ଆଣିବା ଉପରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି। ଏଥିସହ ସେ ଭାରତୀୟ କ୍ରିକେଟ୍‌ ବୋର୍ଡର ଛବି ସୁଧାରିବାକୁ ଲକ୍ଷ୍ୟ ରଖିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ ସମିତି (ସିଓଏ) ଦ୍ୱାରା ୨୦୧୭ରେ ଅନୁରାଗ ଠାକୁର ପ୍ରତ୍ୟାହୃତ ହେବାର ଦୀର୍ଘ ୩୩ ମାସ ପରେ ବିସିସିଆଇର ପ୍ରଥମ ସଭାପତି ଭାବେ ଗାଙ୍ଗୁଲି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି। ମାତ୍ର ୯ ମାସ ପାଇଁ ବିସିସିଆଇର ସଭାପତି ପଦରେ ରହିବାକୁ ଯାଉଥିବା ଗାଙ୍ଗୁଲି ‘କିଛି ଭଲ’ କରିବା ପାଇଁ ଏହାକୁ ଏକ ସୁବର୍ଣ୍ଣ ସୁଯୋଗ ବୋଲି କହିଛନ୍ତି। ‘କୁଲିଂ ଅଫ୍‌ ପିରିୟଡ୍‌’ ପାଇଁ ଆସନ୍ତା ଜୁଲାଇରେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସମାପ୍ତ ହେବ। ଏକମାତ୍ର ବ୍ୟକ୍ତି ଭାବେ ସୌରଭ ବିସିସିଆଇ ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ସବୁଠାରୁ ମର୍ଯ୍ୟାଦାଜନକ ପଦ ଗ୍ରହଣ କରିବାକୁ ଯାଉଥିବା ଗାଙ୍ଗୁଲି କହିଛନ୍ତି,‘ ଏହା ଏକ ଚମତ୍କାର ଅନୁଭବ ଯେ ମୁଁ ଦେଶ ପାଇଁ ଖେଳିଲି ଏବଂ ଦେଶର ନେତୃତ୍ୱ ନେବାର ମଧ୍ୟ ସୁଯୋଗ ପାଇଲି। ଏଥିସହ ଏଭଳି ଏକ ସମୟରେ ବିସିସିଆଇର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛି ଯେଉଁ ସମୟରେ ଏହାର ଛବି ଗତ ୩ ବର୍ଷ ହେଲା ଖରାପ ରହିଛି। ଏହା ମୋ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଯେ, ମୋତେ କିଛି ଭଲ କରିବାକୁ ମିଳିଛି’। ଆଗାମୀ କିଛି ମାସ ମଧ୍ୟରେ ଆମେ ସବୁକିଛି ଠିକ୍‌ କରିପାରିବୁ ଏବଂ ଭାରତୀୟ କ୍ରିକେଟ୍‌କୁ ପୁଣିଥରେ ପୂର୍ବସ୍ଥିତିକୁ ଆଣିପାରିବୁ। ଆପେକ୍ସ କାଉନସିଲ୍‌ର ସଦସ୍ୟ ଥିବା ମୋର ୮ ଜଣିଆ ସାଥୀ ଏକାଠି ମିଶି କାମ କରିବା ସହ ବିସିସିଆଇର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ଚେଷ୍ଟା କରିବୁ’ ବୋଲି ଭାରତ ପକ୍ଷରୁ ୧୧୩ ଟେଷ୍ଟ ଓ ୩୧୧ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଥିବା ଗାଙ୍ଗୁଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସେହିଭଳି ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେବାକୁ ସମସ୍ତଙ୍କ ସହିତ ଆଲୋଚନା କରିବି। ଗତ ୩ ବର୍ଷ ହେଲା ସିଓଏକୁ ଏନେଇ ଅନୁରୋଧ କରିଆସିଛି। କିନ୍ତୁ ସେମାନେ ଏହା ଶୁଣି ନାହାନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟର୍‌ଙ୍କ ଆର୍ଥିକସ୍ଥିତିରେ ସୁଧାର ଆଣିବା ମୋର ପ୍ରଥମ ଲକ୍ଷ୍ୟ ହେବ’ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୮ ହଜାରରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଥିବା ଗାଙ୍ଗୁଲି ଏହି ଅବସରରେ ଉଲ୍ଲେଖ କରିଛନ୍ତି।
ଚ୍ୟାଲେଞ୍ଜ ରହିବ:
ନିର୍ଦ୍ୱନ୍ଦ୍ୱରେ ବିସିସିଆଇ ସଭାପତି ଭାବେ ନିର୍ବାଚିତ ଭାବେ ନିର୍ବାଚିତ ହେବାକୁ ଯାଉଥିବାରୁ ତାଙ୍କ ସମ୍ମୁଖରେ ବଡ଼ ଚ୍ୟାଲେଞ୍ଜ ରହିବ ବୋଲି ଗାଙ୍ଗୁଲି ସ୍ବୀକାର କରିଛନ୍ତି। ‘ତୁମେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୁଅ କିମ୍ବା ନ ହୁଅ ଯେହେତୁ ଏହା ବିଶ୍ୱର ସବୁଠାରୁ ଧନୀଶାଳୀ କ୍ରିକେଟ୍‌ ବୋର୍ଡ ତେଣୁ ଏକ ଦାୟିତ୍ୱ ରହିବ। ଆର୍ଥିକ ରୂପେ ଭାରତ କ୍ରିକେଟ୍‌ର ପାଓ୍ବାର ହାଉସ୍‌। ତେଣୁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ ରହିବ।
ପ୍ରଚାର କରିବେନି:
ଶନିବାର ଗାଙ୍ଗୁଲି ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଥିଲେ। ତେଣୁ ପଶ୍ଚିମବଙ୍ଗରେ ହେବାକୁ ଥିବା ଆଗାମୀ ନିର୍ବାଚନରେ ସେ ଭାଜପା ପାଇଁ ପ୍ରଚାର କରିବେ କି ବୋଲି ଖବରଦାତାମାନେ ପ୍ରଶ୍ନ କରିବାରୁ ଗାଙ୍ଗୁଲି ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ‘ମୋତେ ଏନେଇ କେହି କିଛି କହିନାହାନ୍ତି। କୌଣସି ରାଜନେତାଙ୍କ ସହ ମୋର ଯୋଗାଯୋଗ ନାହିଁ’ ବୋଲି ୪୭ ବର୍ଷୀୟ ଗାଙ୍ଗୁଲି କହିଛନ୍ତି।
ଡାଲମିଆ ମୋ ପିତୃତୁଲ୍ୟ:
ବିସିସିଆଇର ପୂର୍ବତନ ସଭାପତି ଜଗମୋହନ ଡାଲମିୟାଙ୍କୁ ସ୍ମରଣ କରି ଗାଙ୍ଗୁଲି ଭାବବିହ୍ବଳ ହୋଇଯାଇଥିଲେ। ‘କଦାପି ବିଶ୍ୱାସ କରିପାରୁନି କି ମୁଁ ଏହି ପଦରେ କାମ କରିବାର ସୁଯୋଗ ପାଇବି। ସେ ମୋର ପିତୃତୁଲ୍ୟ ଥିଲେ। ଏନ୍‌. ଶ୍ରୀନିବାସନ, ଅନୁରାଗ ଠାକୁରଙ୍କ ପରି ବିସିସିଆଇର କେତେଜଣ ଶ୍ରେଷ୍ଠ ସଭାପତି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri