Posted inଫୁରସତ

ପ୍ରଥମ ରୋଜଗାର: ରୋଜଗାର ଟଙ୍କା ବ୍ୟବସାୟରେ ଲଗାଉଥିଲି

ଲେଖକ, ସଂସ୍କୃତିପ୍ରେମୀ ତଥା ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଜଟାଧାରୀ ମିଶ୍ର ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ପୁରୀ ଜିଲା ବୀରହରେକୃଷ୍ଣପୁର ଶାସନ ଗାଁରେ ମୋର ଜନ୍ମ। ଆମେ ୪ ଭାଇଭଉଣୀ (୩ ଝିଅ ଓ ୧ ପୁଅ) ମଧ୍ୟରେ ମୁଁ ଥିଲି ବଡ଼। ଆମ ନନା ସାକ୍ଷୀଗୋପାଳରେ ନଡ଼ିଆ ବ୍ୟବସାୟ କରୁଥିଲେ। ମୋତେ ମାତ୍ର ୧୩/୧୪ ବର୍ଷ ହୋଇଥିଲାବେଳେ ନନାଙ୍କର ଅକାଳ ବିୟୋଗ ହେଲା। ଘରର ସବୁ ଦାୟିତ୍ୱ ମୋ ଉପରେ ପଡ଼ିଲା। ତେଣୁ ପାଠପଢ଼ା ସହ ନନାଙ୍କର ନଡ଼ିଆ ବ୍ୟବସାୟ କଥା ବି ବୁଝିଲି। ଏଥିରୁ ଯାହା ରୋଜଗାର ହୁଏ, ଘର ଖର୍ଚ୍ଚ ଓ ଆମ ଭାଇଭଉଣୀମାନଙ୍କ ପଢାଖର୍ଚ୍ଚ ପରେ ଆଉ ଯେତିକି ବଳେ, ତାକୁ ସେହି ବ୍ୟବସାୟରେ ହିଁ ଲଗେଇ ଦେଉଥିଲି। ଏମିତିରେ ବୀରହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟରୁ ୧୯୬୮ ମସିହାରେ ମାଟ୍ରିକ୍‌ ପାସ୍‌ କରି ଏସ୍‌ସିଏସ୍‌ କଲେଜରେ ପଢ଼ିଲି। ସେଠାରୁ ବିଏ ପାସ୍‌ କରି ବାଣୀବିହାରରେ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ୍‌ରେ ପିଜି କଲି। ତା’ପରେ ପୁରୀ ଗଙ୍ଗାଧର ମହାପାତ୍ର ଲ’କଲେଜରେ ଏଲ୍‌ଏଲ୍‌ବି ପଢିଲି। ପଢ଼ା ସରିବା ପରେ ବ୍ୟବସାୟରେ ସମ୍ପୂର୍ଣ୍ଣ ମନଯୋଗ ଦେଲି। କିଛିଦିନ ପରେ ଏକ ଓଡ଼ିଆ ଚଳଚ୍ଚିତ୍ର କରିବାକୁ ଆଗ୍ରହ କରି ଟଙ୍କା ଖର୍ଚ୍ଚ କଲି। ଫଳରେ ‘ଜୟ ମା’ ମଙ୍ଗଳା’ ନଁାରେ ଏକ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍‌ ହେଲା। ଏହା ସେତେ ଭଲ ବିଜନେସ୍‌ କଲାନାହିଁ। ଫଳରେ ମୁଁ ବୁଝିଗଲି ଯେ, ଚଳଚ୍ଚିତ୍ର ଦୁନିଆରେ ତିଷ୍ଠିବା ସେତେ ସହଜ କଥା ନୁହେଁ। ତେଣୁ ଆଉ ସେ ଦିଗରେ ମନ ନ ଦେଇ ନଡ଼ିଆ ବ୍ୟବସାୟରେ ଧ୍ୟାନ ଦେଲି। ୨୦୦୬ ମସିହା ପର୍ଯ୍ୟନ୍ତ ନଡିଆ ବ୍ୟବସାୟ କଲି। ଆଉ ତା’ରି ଭିତରେ ମୁଁ ସାକ୍ଷୀଗୋପାଳ ନଡିଆ ବ୍ୟବସାୟ ସଂଘର ସଭାପତି ରହିବା ସହ ଗାଁ ଲୋକଙ୍କ ମିଳିତ ସହଯୋଗରେ ‘ଜୟୀ ରାଜଗୁରୁ ସ୍ମୃତି ସଂସଦ’ ଓ ‘ଜୟୀ ରାଜଗୁରୁ ସ୍ମୃତି ପରିଷଦ’ ନାମରେ ଦୁଇଟି ଅନୁଷ୍ଠାନ ଗଢ଼ିଲି। ସେବେଠାରୁ ଜୟୀ ରାଜଗୁରୁ ସ୍ମୃତି ସଂସଦ ତରଫରୁ ପ୍ରତିବର୍ଷ ଜୟୀ ରାଜଗୁରୁ ଜୟନ୍ତୀ ପାଳନ କରାଯାଉଛି। ତା’ସହିତ ତାଙ୍କ ଜନ୍ମସ୍ଥାନରେ ଏକ ସ୍ମୃତିପୀଠ ଏବଂ ସର୍ବସାଧାରଣଙ୍କ ବ୍ୟବହାର ନିମିତ୍ତ ଏକ କମ୍ୟୁନିଟି ହଲ୍‌ ମଧ୍ୟ ନିର୍ମାଣ କରାଯାଇଛି। ସେହିପରି ଉକ୍ତ ସଂସଦର ଉଦ୍ୟମରେ ୨୦୦୮ରେ ଜୟୀ ରାଜଗୁରୁଙ୍କର ଏକ ଅଏଲ୍‌ ପେଣ୍ଟିଂ ଫଟୋ ପାର୍ଲାମେଣ୍ଟର ସେଣ୍ଟ୍ରାଲ ହାଉସ୍‌ରେ ସ୍ଥାନିତ ହୋଇଛି। ଅନ୍ୟପକ୍ଷେ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ତରଫରୁ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ଏବଂ ଭଦ୍ରକରେ ଅନେକ ସେମିନାର ତଥା ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ସହଯୋଗରେ ପ୍ରତିବର୍ଷ ଜୟଦେବ ଭବନଠାରେ ଆଲୋଚନା ଚକ୍ରମାନ ଆୟୋଜନ କରାଯାଉଛି। ତା’ଛଡ଼ା ଓଡିଶା ସରକାରଙ୍କ ସଂସ୍କୃତି ବିଭାଗର ସହଯୋଗରେ ଏହି ସ୍ମୃତି ପରିଷଦ ତରଫରୁ ବୀରହରେକୃଷ୍ଣପୁର ବଜାର ଛକ ଏବଂ ଭୁବନେଶ୍ୱର ଏଜି ଛକରେ ଜୟୀ ରାଜଗୁରୁଙ୍କର ଦୁଇଟି ବୋଞ୍ଜ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି, ଯାହା ମୋ ପାଇଁ ଅତି ଖୁସିର କଥା। ଏସବୁ ବ୍ୟତୀତ ନାସିକ୍‌ସ୍ଥିତ ଯଶୋବନ୍ତ ରାଓ ଚୌହାନ ଓପନ୍‌ ୟୁନିଭର୍ସିଟିରେ ମୁଁ ଜୟୀ ରାଜଗୁରୁଙ୍କ ଉପରେ ରିସର୍ଚ୍ଚ କାମ ଜାରି ରଖିଛି। ସେହିପରି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଶ୍ରୀମନ୍ଦିର ଓ ୧୬ ଶାସନ ଉପରେ ମଧ୍ୟ ରିସର୍ଚ୍ଚ କରୁଛି। ଏହାଛଡ଼ା ୨୦୦୬ ମସିହାରୁ ନଡ଼ିଆ ବ୍ୟବସାୟ ବନ୍ଦକରି ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟରେ ନିଜର ସମୟ ଅତିବାହିତ କରୁଛି। ଯଥା: ମୁକ୍ତିମଣ୍ଡପ ପଣ୍ଡିତ ସଭାର କିଛିଦିନ ଉପସଭାପତି ରହିବା ପରେ ଏବେ ମୁଁ ଶ୍ରୀଜଗନ୍ନାଥ ସଂସ୍କୃତି ସଂକୀର୍ତ୍ତନ ସେବା ବିକାଶ ପରିଷଦର ସମ୍ପାଦକ ଦାୟିତ୍ୱ ତୁଲାଉଅଛି। ସେହିପରି ବୀରହରେକୃଷ୍ଣପୁର ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି, ପୁରୀ ପୁସ୍ତକମେଳା କମିଟିର ଉପସଭାପତି ଏବଂ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସାଧାରଣ ସମ୍ପାଦକ ଦାୟିତ୍ୱରେ ଏବେ ବି ମୁଁ ଅଛି। ଏହାଛଡ଼ା ବୀରହରେକୃଷ୍ଣପୁର ଗ୍ରାମପଞ୍ଚାୟତ ତରଫରୁ କ୍ରମାଗତ ଭାବେ ୩ଥର ସରପଞ୍ଚ ଏବଂ ଥରେ ସମିତି ସଭ୍ୟ ଭାବେ ମଧ୍ୟ ପ୍ରତିନିଧିତ୍ୱ କରିସାରିଛି। ଲେଖାଲେଖିରେ ବି ମୋର ରୁଚି ରହିଛି। ୟା’ ଭିତରେ ‘ଅନୁଭୂତିରେ ଶ୍ରୀଜଗନ୍ନାଥ’ ଓ ‘ଅନୁଭୂତିରେ ଶ୍ରୀଲୋକନାଥ’ ନାମକ ୨ଟି ପୁସ୍ତକ ମୋର ପ୍ରକାଶ ପାଇସାରିଲାଣି। ସେହିପରି ‘ଐତିହ୍ୟରେ ସଂକୀର୍ତ୍ତନ’ ନାମରେ ୪ଟି ଭିନ୍ନ ଭିନ୍ନ ପୁସ୍ତକ ବି ପ୍ରକାଶିତ ହୋଇଛି, ଯାହାର ମୁଁ ସମ୍ପାଦକ ଦାୟିତ୍ୱ ତୁଲାଇଅଛି। ତା’ଛଡ଼ା ପୁରୀ କାଉନ୍‌ସିଲ ଅଫ୍‌ କଲ୍‌ଚରର ସହଯୋଗିତାରେ ମୁଁ ଜୟୀ ରାଜଗୁରୁଙ୍କ ଉପରେ ଏକ ଜୀବନୀ ମଧ୍ୟ ଲେଖିଛି, ଯାହାର ନାଁ ହେଉଛି ‘ଓଡ଼ିଶାର ପ୍ରଥମ ଶହୀଦ ଜୟୀ ରାଜଗୁରୁ’। ତା’ଛଡ଼ା ‘ଭାରତର ଗୌରବ ଚାଖି ଖୁଣ୍ଟିଆ’ ଓ ‘ଭାରତର ପ୍ରଥମ ଶହୀଦ ଜୟୀ ରାଜଗୁରୁ’ ନାମରେ ଦୁଇଟି ପୁସ୍ତକ ବି ମୋର ଅପ୍ରକାଶିତ ହୋଇ ରହିଛି। ଏ ସବୁ ବାଦ୍‌ ମନୁଷ୍ୟ ଶରୀରରେ ସର୍ପ ବିଷ ଏବଂ ତା’ଉପରେ ମନ୍ତ୍ରର ପ୍ରଭାବ ଉପରେ ମଧ୍ୟ ମୋର ଗବେଷଣା ଚାଲୁ ରହିଛି। ଶେଷରେ କେବଳ ଏତିକି କହିବି, ଦିନେ ମୁଁ ମୋ ପରିବାର ପାଇଁ ରୋଜଗାର କରୁଥିଲି। କିନ୍ତୁ ଆଜି ମୋ ପୁଅ ସେ ଦାୟିତ୍ୱ ତା’ ମୁଣ୍ଡକୁ ନେଇ କହୁଛି, ନନା ତମେ କେବଳ ଆରାମ କର, ରୋଜଗାର କଥା ଏବେ ମୁଁ ବୁଝିବି। ପିଲାମାନଙ୍କର ଏଇ କଥାପଦିକ ସବୁ ମା’ବାପାଙ୍କୁ ଖୁବ୍‌ ଆତ୍ମଶାନ୍ତି ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

ଆଜି ଚକୋଲେଟ୍‌ ଦେଇ ସମ୍ପର୍କରେ ମଧୁରତା ଭରିବେ ପ୍ରେମୀଯୁଗଳ

ଭୁବନେଶ୍ୱର,୯। ୨ (ସୌମ୍ୟରଞ୍ଜନ ରାଉତ): ରାଜଧାନୀରେ ଏବେ ପ୍ରେମଛିଟା ବୋଳି ହୋଇଯାଇଛି। କଲେଜଠାରୁ ଆରମ୍ଭ କରି ପାର୍କ, ହୋଟେଲ୍‌, ସିନେମା ହଲ୍‌ ଓ ବିଭିନ୍ନ ମଲ୍‌ରେ ଏବେ…

ସମର୍ପିତ କୁକୁର ଶ୍ମଶାନ ଘାଟ! ଯେଉଁଠାରେ ସମ୍ମାନର ସହିତ ପ୍ରାଣୀମାନଙ୍କର କରାଯାଏ ଶେଷକୃତ୍ୟ

ଫରିଦାବାଦ,୮।୨: ଫରିଦାବାଦ ମାନବିକତା ଏବଂ ଦାୟିତ୍ୱର ଏକ ନୂତନ ଉଦାହରଣ ସୃଷ୍ଟି କରିଛି। ଏହା ହରିୟାଣାର ପ୍ରଥମ ସହର ହୋଇଛି ଯେଉଁଠାରେ ବୁଲା କୁକୁରଙ୍କ ପାଇଁ ଏକ…

ପ୍ରଥମ ରୋଜଗାର ଟଙ୍କା ବାପା-ବୋଉ ହାତକୁ ବଢାଇ ଦେବାର ସତ୍‌ ସାହସ ନ ଥିଲା: ପରେ ମୋ ପଇସାରେ ବାପାଙ୍କ ଲୋନ୍‌ କ୍ଲିଅର କରିଥିଲି

ଏତେ ବର୍ଷ ପରେ ନିଜ ପହିଲି ରୋଜଗାରର ପୁଲକ ବିଷୟରେ କିଛି ଲେଖିବାକୁ ଆରମ୍ଭ କଲା ବେଳେ ଟିକେ ଭାବପ୍ରବଣ ହୋଇ ଉଠୁଛି ମନ। ଦୃଶ୍ୟପଟ୍ଟରେ ଭାସି…

ସ୍ବେଚ୍ଛାଚାରୀ ଶାସକ ଭାବେ ପରିଚିତ ହିଟଲର୍‌ଙ୍କୁ ବି ହୋଇଥିଲା ପ୍ରେମ: ଜାଣନ୍ତୁ ତାଙ୍କ ରୋଚକ ପ୍ରେମକାହାଣୀ

ସତରେ ! ପ୍ରେମ କାହାକୁ ବି ହୋଇପାରେ, ସେଇଥିପାଇଁ ବୋଧେ ସମଗ୍ର ବିଶ୍ୱରେ କ୍ରୁର ଓ ସ୍ବେଚ୍ଛାଚାରୀ ଶାସକଭାବେ ପରିଚିତ ହିଟଲର୍‌ ବି ଏଥିରୁ ବାଦ୍‌ ଯାଇ…

ଏମାନେ ଧନୀ ନୁହନ୍ତି, କୋଟି କୋଟି ଟଙ୍କା ଖର୍ଚ୍ଚ ବି କରିନାହାନ୍ତି: ତଥାପି ବିବାହ ଭାଇରାଲ

ପ୍ରେମ ଦୁଇଟି ମନର ମିଳନ। ଏହା ପବିତ୍ର, ଏହା ଶାଶ୍ୱତ। ପ୍ରେମ ମାନେ ନୁହେଁ ଜଣକୁ ପାଇ ଖୁସି ହୋଇଯିବା, ବରଂ ପ୍ରେମ ହେଉଛି ତାହା ଯାହାକୁ…

ମନର ଭାବନାକୁ ପାର୍ଟନରଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରିବାର ଦିନଟିଏ…

ପ୍ରତିବର୍ଷ ଫେବୃଆରୀ ୮ରେ ବିଶେଷକରି ଯୁବପିଢ଼ି ପାଳନ କରିଥାନ୍ତି ପ୍ରପୋଜ ଡେ’। ଭାଲେଣ୍ଟାଇନ୍ସ ଉଇକ୍‌ର ଦ୍ୱିତୀୟ ଦିନ ହେଉଛି ପ୍ରପୋଜ ଡେ’। ଏହି ଦିନଟି ନିଜର ଭାବନାକୁ…

ଏହି ଗାଁରେ ଦୁଇ ମହଲା ଘର ତିଆରି କରିବାକୁ ଡରନ୍ତି ଗ୍ରାମବାସୀ, କାରଣ ଜାଣିଲେ…

ଭାରତରେ ଅନେକ ଗାଁ ରହିଛି। ଗାଁରେ ଅନେକ ଆଶ୍ଚର୍ଯ୍ୟଜନକ କାହାଣୀ ବି ଶୁଣିବାକୁ ମିଳେ। ପ୍ରତ୍ୟେକ ଗାଁର ନିଜସ୍ବ ପରମ୍ପରା ଏବଂ ସଂସ୍କୃତି ଅଛି। ଏପରି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri