Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ କରଜ ଶୁଝିଥିଲି: ନାଟ୍ୟକାର ସୁବୋଧ ପଟ୍ଟନାୟକ

ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…

ମୋ ଜନ୍ମ ଗଞ୍ଜାମ ଜିଲାର ଛତ୍ରପୁରରେ। ବାପା ଥିଲେ ଜଣେ ପ୍ରାଣୀ ଚିକିତ୍ସକ ଓ ମା’ ଥିଲେ ଶିକ୍ଷୟିତ୍ରୀ। ଯେହେତୁ ଚାକିରି କ୍ଷେତ୍ରରେ ସେମାନଙ୍କର ବାରମ୍ବାର ବଦଳି ହେଉଥିଲା, ତେଣୁ ମୋର ପାଠପଢ଼ା ବି ବିଭିନ୍ନ ସ୍କୁଲ୍‌ରେ ହୋଇଥିଲା। ତେବେ ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟରୁ ୧୯୭୯ ମସିହାରେ ଏକାଦଶ ପାସ୍‌ କରିବା ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ଆଇଏସ୍‌.ସି. ପଢ଼ିଥିଲି। ତା’ପରେ ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ୍‌ରେ ଡିପ୍ଲୋମା ଇନ୍‌ ଇଲେକ୍ଟ୍ରୋନିକ୍ସ ଇଂଜିନିୟରିଂ ପଢ଼ିବା ପାଇଁ ଆଡ୍‌ମିଶନ ନେଲି। କିନ୍ତୁ ର଼୍ୟାଗିଂ ହେବାରୁ ଇଂଜିନିୟରିଂ ସ୍କୁଲ୍‌ ଛାଡ଼ି ଭୁବନେଶ୍ୱର ଚାଲି ଆସିଲି। ଯେହେତୁ ସ୍କୁଲ ଓ କଲେଜ ପଢ଼ାବେଳୁ ସ୍କାଉଟ୍‌, ଗାଇଡ୍‌, ସ୍ପୋଟର୍‌ସ ଆଦିରେ ଭାଗ ନେବା ସହ ଡ୍ରାମାରେ ଅଭିନୟ କରୁଥିଲି, ତେଣୁ କଳା କ୍ଷେତ୍ରରେ କିଛି ଗୋଟାଏ କରିବାକୁ ଚିନ୍ତା କରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଆଡ୍‌ମିଶନ ନେଲି। ପାଠ ଭଲ ପଢୁଥିବାରୁ ୩ୟ ଶ୍ରେଣୀରୁ ମୋତେ ବୃତ୍ତି ମିଳି ଆସୁଥିଲା, ଆଉ ମା’ ସେହି ଟଙ୍କାକୁ ପୋଷ୍ଟାଲ୍‌ରେ ଜମା କରି ଦେଉଥିଲେ। ହେଲେ ଯେବେ ମୁଁ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିବାକୁ ନିଷ୍ପତ୍ତି ନେଲି, ସେବେ ପୋଷ୍ଟାଲ୍‌ରେ ଜମା ଥିବା ମୋ ବୃତ୍ତି ଟଙ୍କା ଉଠାଯାଇ ଆଡ୍‌ମିଶନ ଖର୍ଚ୍ଚରେ ଲାଗିଥିଲା। ଏଠାରେ ମୁଁ ଡ୍ରାମାରେ ସ୍ନାତକୋତ୍ତର ପର୍ଯ୍ୟନ୍ତ ପଢ଼ିଲି। ପଢ଼ା ଭିତରେ ମୋତେ ଦୂରଦର୍ଶନ ତରଫରୁ ପ୍ରସ୍ତୁତ ‘ମାମଁୁ’ ନାମକ ଏକ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ମିଳିଲା। ଏଥିରେ ମାମୁଁ ଭୂମିକାରେ ବିଜୟ ମହାନ୍ତି ଅଭିନୟ କରୁଥିବାବେଳେ ମୁଁ ଭଣଜା ଭୂମିକାରେ ଅଭିନୟ କଲି। ଏହାପରେ ଆଉ ଏକ ଚଳଚ୍ଚିତ୍ର ‘ହାକିମ ବାବୁ’ରେ ମଧ୍ୟ ଅଭିନୟ କଲି। ଏଥିରେ ମୁଁ ଅଜିତ୍‌ ଦାସଙ୍କ ହାକିମ୍‌ ବାବୁ ଚରିତ୍ରର ପିଲାବେଳର ଅଭିନୟ କରିଥିଲି। ଖୁସି ଲାଗୁଥିଲା। ଭାବିଥିଲି ଅଭିନୟକୁ କ୍ୟାରିୟର୍‌ କରିବି। କିନ୍ତୁ ବିଧିର ବିଧାନ ବିଚିତ୍ର। ଏକ ଦୁର୍ଘଟଣାର ସମ୍ମୁଖୀନ ହେଲି। ଅଣ୍ଟାରେ ଆଘାତ ଲାଗିବାରୁ ଆଉ ଅଭିନୟ କରିବାକୁ ଇଚ୍ଛା ହେଲାନି। ଏହାପରେ ନିର୍ଦ୍ଦେଶନା କ୍ଷେତ୍ର ଆଡ଼େ ମୁହଁାଇଲି। ପ୍ରଥମ ଥର ଦୂରଦର୍ଶନ ତରଫରୁ ‘ସମସ୍ୟା’ ନାମକ ଏକ ନାଟକ ଲେଖିଲି ଆଉ କିଛି ପଇସା କରଜରେ ଆଣି କଳାକାର, କଷ୍ଟ୍ୟୁମ୍‌, ମ୍ୟୁଜିକାଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଇତ୍ୟାଦି ଯୋଗାଡ଼ କରି ଦୂରଦର୍ଶନର ଯୁବ କାର୍ଯ୍ୟକ୍ରମରେ ନାଟକଟିକୁ ପରିବେଷଣ କଲି। ସୂଚନାଯୋଗ୍ୟ, ଏହି ନାଟକରୁ ହିଁ ମୁଁ ମୋର ନିର୍ଦ୍ଦେଶନା କ୍ୟାରିୟର୍‌ ଆରମ୍ଭ କରିଥିଲି। ଏଥିପାଇଁ ମୋତେ ୧୫୦୦ ଟଙ୍କାର ଏକ ଚେକ୍‌ ବି ମିଳିଥିଲା, ଯାହାକି ଥିଲା ମୋ ଜୀବନର ପ୍ରଥମ ରୋଜଗାର। ସେତେବେଳେ ମୋର କୌଣସି ବ୍ୟାଙ୍କ ଆକାଉଣ୍ଟ ନ ଥିଲା। ତେଣୁ ଏସ୍‌ବିଆଇରେ ଗୋଟେ ଆକାଉଣ୍ଟ ଖୋଲି ଚେକ୍‌ ଭଙ୍ଗାଇଲି। ତା’ପରେ ଟଙ୍କା ଉଠାଇ କରଜ ସବୁ ଶୁଝିଥିଲି। ଏହାପରେ ‘ଭୁଲି ହୁଏନା’ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କାମ କରିବାର ସୁଯୋଗ ପାଇଲି। ତା’ପରେ ‘ବୋହୂ ହେବ ଏମିତି’ ଚଳଚ୍ଚିତ୍ରରେ ସହ-ନିର୍ଦ୍ଦେଶକ ଭାବେ କିଛି ଦିନ କାମ କରିବା ପରେ ଚଳଚ୍ଚିତ୍ର ଜଗତକୁ ଛାଡିଲି। କେବଳ ନାଟକରେ ନିର୍ଦ୍ଦେଶନା ଦେବାକୁ ଚିନ୍ତା କରି ୧୯୮୬ରେ ‘ନାଟ୍ୟ ଚେତନା’ ନାମକ ଏକ ଥିଏଟର୍‌ ସଂସ୍ଥା ପ୍ରତିଷ୍ଠା କଲି। ଏଥିରେ ପିଲାମାନଙ୍କୁ ନାଟକ ଉପରେ ଶିକ୍ଷା ଦେବା ସହ ଅନେକ ନାଟକ ମଧ୍ୟ ପ୍ରସ୍ତୁତ କଲି। ୟା’ଭିତରେ ‘ନାଟ୍ୟ ଚେତନା’ ତରଫରୁ ପ୍ରାୟ ୨୭ ନାଟକ ଓ ୪୭ଟି କ୍ଷୁଦ୍ର ନାଟକ ପ୍ରସ୍ତୁତ ହୋଇ ସାରିଲାଣି। ତନ୍ମଧ୍ୟରୁ ଅନେକ ନାଟକ ଦେଶର କେତେକ ସ୍ଥାନ (ଯେମିତିକି କଲିକତା, ଦିଲ୍ଲୀ, ବମ୍ବେ, ଚେନ୍ନାଇ ଇତ୍ୟାଦି) ଓ ବିଦେଶ (ନେପାଳ, ବାଂଲାଦେଶ, କୋରିଆ, ହଂକଂ, ନେଦରଲ୍ୟାଣ୍ଡ, ବେଲ୍‌ଜିୟମ, ଇଟାଲି, ଫ୍ରାନ୍ସ, ଫିନ୍‌ଲାଣ୍ଡ, ନରଓ୍ବେ ଇତ୍ୟାଦି)ରେ ଅନୁଷ୍ଠିତ ହେଉଥିବା ବିଭିନ୍ନ ନାଟ୍ୟ ଉତ୍ସବରେ ମଧ୍ୟ ପରିବେଷଣ କରାଯାଇସାରିଲାଣି। ସେହିପରି ମୋ ଲିଖିତ ଓ ନିର୍ଦ୍ଦେଶିତ କେତୋଟି ଲୋକପ୍ରିୟ ନାଟକ ହେଉଛି କାଠ, ଗୀତ, ଧୂଆଁ, ମାଟି, ଫୁଲ, ନିଆଁ ଇତ୍ୟାଦି। ଅନ୍ୟପକ୍ଷେ କ୍ଷୁଦ୍ର ନାଟକ ଭିତରେ ରହିଛି ବଣମଣିଷ, ଟାଙ୍ଗିଆ ଛାପ୍‌, ସପନର ସପନ, ବିଷ ବଜାର, ଧଳା ସୁନା, ଜାଲ ଭିତରେ ଜମି ଇତ୍ୟାଦି। ଏସବୁ ବ୍ୟତୀତ ଖୋର୍ଦ୍ଧାସ୍ଥିତ ବରୁଣେଇ ପାହାଡ ପଛପଟେ ୧୯୯୧ରେ ‘ନାଟ୍ୟଗ୍ରାମ’ ନାମକ ଏକ ନାଟ୍ୟ ଅନୁଷ୍ଠାନ ଗଢ଼ି ଓଡ଼ିଶାର ଗ୍ରାମୀଣ ନାଟ୍ୟ କଳାକାରମାନଙ୍କଠାରୁ ଆରମ୍ଭ କରି ଦେଶ ଓ ବିଦେଶର ଛାତ୍ରୀଛାତ୍ରମାନଙ୍କୁ ନାଟ୍ୟଶିକ୍ଷା ଦେଇଆସୁଛି। ଏପରିକି ୧୯୯୩ଠାରୁ ପ୍ରତ୍ୟେକ ବର୍ଷ ବିଭିନ୍ନ ଆନ୍ତର୍ଜାତିକ ନାଟକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇ ଆସୁଛି। ତେବେ ଜଣେ ନାଟ୍ୟ ନିର୍ଦ୍ଦେଶକ ହିସାବରେ ରୋଜଗାର ପାଇଁ ନୁହେଁ, ବରଂ ନିଜସ୍ବ ସ୍ବତନ୍ତ୍ର ଶୈଳୀ ପାଇଁ ବିଭିନ୍ନ ଦେଶକୁ ଯାଇ ନାଟ୍ୟ ନିର୍ଦ୍ଦେଶନା ଦେବାର ସୁଯୋଗ ପାଉଥିବାରୁ ମୁଁ ଖୁବ୍‌ ଆତ୍ମସନ୍ତୋଷ ଲଭି ପାରୁଛି।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ନେଇପାରିବେ ଲୋନ୍‌, ଜାଣନ୍ତୁ ପୂରା ବିବରଣୀ

ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ପାଇଁ ଲୋନ୍‌ ବା ଋଣ ନିଅନ୍ତି। କେତେବେଳେ ଗାଡ଼ି ପାଇଁ ତ କେତେବେଳେ ଘର ପାଇଁ। ଆଉ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ସାପ ଲାଞ୍ଜକୁ ଧରି ଦଉଡ଼ି ପରି ଘୂରାଉଥିଲେ ଯୁବକ, ହଠାତ୍‌ ଘଟିଲା ଏମିତି…

ସାପର ନାଁ ଶୁଣିଲେ ସମସ୍ତଙ୍କୁ ଡର ଲାଗେ। ଏହାର ନାଁ ଶୁଣିଲେ ସବୁଠାରୁ ସାହସୀ ମଣିଷ ମଧ୍ୟ ଭୟରେ ଥରି ଉଠେ। ଯଦି ଜଣେ ଯୁବକ ସେହି…

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri