Posted inଫୁରସତ

ପ୍ରଥମ ରୋଜଗାର ଟଙ୍କା ମା’ଙ୍କୁ ଦେଇଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ଟି.ନିବେଦିତା

ମୋର ଜନ୍ମ ଓ ପାଠପଢ଼ା ନବରଙ୍ଗପୁରରେ। ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ୨୦୦୫ରେ ମାଟ୍ରିକ୍‌ ପାସ୍‌ କରିବା ପରେ ନବରଙ୍ଗପୁର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢ଼ିଥିଲି। ତା’ପରେ ଭୁବନେଶ୍ୱରରେ ବିସିଏ ଓ ଏମ୍‌ସିଏ କୋର୍ସ ସାରି ବାଙ୍ଗାଲୋର୍‌ରେ ୬ମାସର ଏକ ଟ୍ରେନିଂ ନେଇଥିଲି। ଟ୍ରେନିଂ ସରିବାକୁ ଆଉ କିଛିଦିନ ବାକି ଥାଏ, ତା’ଭିତରେ ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ଦେଇ ଏକ କମ୍ପାନୀରେ ସଫ୍ଟଓ୍ବେର୍‌ ଇଞ୍ଜିନିୟର ଭାବେ କାମ କରିବାକୁ ଲାଗିଲି। ଏଠାରୁ ପ୍ରଥମ ମାସ ଯାହା ଦରମା ପାଇଲି, ସେଥିରେ ବାଙ୍ଗାଲୋର୍‌ ଯାଇ ପଢ଼ିବାରେ ଯେଉଁ ହାତଉଧାରି ହୋଇଥିଲା ତାହା ସୁଝିଥିଲି। ତା’ପର ମାସଠୁ ଯାହା ଦରମା ମିଳୁଥିଲା ସେଥିରୁ କିଛି ନିଜେ ରଖି ବାକି ଟଙ୍କା ଘରକୁ ପଠାଉଥିଲି। ମାତ୍ର ବର୍ଷେ ଏହି କମ୍ପାନୀରେ କାମ କରିବା ପରେ ଚାକିରି ଛାଡିଦେଲି। କାରଣ ଥିଲା ନୃତ୍ୟ ଓ ସଙ୍ଗୀତ ପ୍ରତି ଥିବା ମୋର ଦୁର୍ବଳତା। ମୋ ବାପା ଟି.ନିରଞ୍ଜନ ଆଚାରୀ ହେଉଛନ୍ତି ଅଲ୍‌ ଇଣ୍ଡିଆ ରେଡିଓର ଜଣେ ସ୍ବୀକୃତିପ୍ରାପ୍ତ ଗୀଟାରିଷ୍ଟ, ମା’ ଟି.ଜ୍ୟୋତି ଜଣେ କଣ୍ଠଶିଳ୍ପୀ ଏବଂ ବଡ଼ ଭଉଣୀ ଟି.ନିରଜା ଓଡ଼ିଶୀରେ ବିଶାରଦ ସାରିଛନ୍ତି। ଯେହେତୁ ପରିବାରରେ ସମସ୍ତେ କଳାପ୍ରେମୀ, ତେଣୁ ମୋର ବି ଛୋଟବେଳୁ ଓଡ଼ିଶୀ ନୃତ୍ୟ ଓ ହିନ୍ଦୁସ୍ତାନୀ ଗୀତ ପ୍ରତି ଦୁର୍ବଳତା ଆସିଥିଲା। ଗୁରୁଶ୍ରୀ ବାଲାଜୀ କିଶୋର ରୟ ହେଲେ ମୋର ପ୍ରଥମ ସଙ୍ଗୀତ ଗୁରୁ ଏବଂ ଗୁରୁଶ୍ରୀ ବୀରକିଶୋର ନାୟକ ହେଲେ ମୋର ପ୍ରଥମ ଓଡ଼ିଶୀ ନୃତ୍ୟଗୁରୁ। ତେବେ ୟା’ଭିତରେ ମୁଁ ଓଡ଼ିଶୀ ନୃତ୍ୟରେ ପି.ଜି. ଏବଂ ହିନ୍ଦୁସ୍ତାନୀ ଭୋକାଲ୍‌ରେ ଡିପ୍ଲୋମା ସାରିଛି। ତା’ସହିତ ଅଲ୍‌ ଇଣ୍ଡିଆ ରେଡିଓ, ଜୟପୁରର ମୁଁ ହେଉଛି ଜଣେ ସ୍ବୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ତେବେ ମୁଁ ଯେତେବେଳେ ଯୁକ୍ତ ଦୁଇରେ ପଢୁଥିଲି, ସେତେବେଳେ ଅଲ୍‌ ଇଣ୍ଡିଆ ରେଡିଓରେ ତିନୋଟି ଗୀତ ଗାଇଥିଲି, ଯେଉଁଥିପାଇଁ ମୋତେ ୯୬୦ ଟଙ୍କା ପାରିଶ୍ରମିକ ମିଳିଥିଲା। ଏହା ଥିଲା ମୋ ଜୀବନର ପ୍ରଥମ ରୋଜଗାର। ଏହି ଟଙ୍କାଟିକୁ ନେଇ ମୁଁ ମୋ ମା’ ହାତରେ ଦେଇଥିଲି। ବାସ୍‌ ସେବେଠାରୁ ଯେତେବେଳେ ଯାହା ବି ରୋଜଗାର କରିଛି ସେଥିରୁ କିଛି ମା’ବାପାଙ୍କୁ ଦେଇ ଆସିଛି। ୟା’ଭିତରେ ମୁଁ ଜିଲା, ରାଜ୍ୟ, ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଖାସ୍‌ କରି ୨୦୧୯ ପ୍ରୟାଗ କୁମ୍ଭମେଳାରେ ଭାଗନେଇ ଦର୍ଶକଙ୍କର ଅନେକ ପ୍ରଶଂସା ସାଉଁଟିବା ସହ ବହୁ ପୁରସ୍କାର ଓ ସମ୍ମାନ ମଧ୍ୟ ପାଇସାରିଛି। ତେବେ ଭୁବନେଶ୍ୱରରେ ଯେତେବେଳେ ସଫ୍ଟଓ୍ବେର୍‌ ଇଞ୍ଜିନିୟର୍‌ ଭାବେ କାମ କରୁଥିଲି, ସେତେବେଳେ କାମର ପ୍ରେସର୍‌ ବହୁତ ରହୁଥିଲା। ଫଳରେ ପ୍ରାୟ ୬/୭ମାସ ପର୍ଯ୍ୟନ୍ତ ମୁଁ ନୃତ୍ୟ ଓ ଗୀତ ଅଭ୍ୟାସରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଥିଲି। ଯେଉଁଥିପାଇଁ ଚିନ୍ତା କଲି ଆଉ ଯଦି କିଛି ମାସ ଏମିତି କାମ କରିବି, ତା’ହେଲେ ନାଚଗୀତ ସବୁ ଭୁଲିଯିବି। ତେଣୁ ବାଧ୍ୟ ହେଲି ଚାକିରି ଛାଡ଼ିବାକୁ। କାମ ଛାଡ଼ିବା ପରେ ମୁଁ ନିଜ ଜନ୍ମସ୍ଥାନ ନବରଙ୍ଗପୁରକୁ ଚାଲିଆସି କଳାକ୍ଷେତ୍ରରେ କିଛି କରିବା ପାଇଁ ଚେଷ୍ଟା କରି ନିଜସ୍ବ ଉଦ୍ୟମରେ ‘ଜଗନ୍ନାଥ କଳାକେନ୍ଦ୍ର’ ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲି। ଏହି ଅନୁଷ୍ଠାନ ତରଫରୁ ଏବେ ଛାତ୍ରୀଛାତ୍ରମାନଙ୍କୁ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ତଥା ନବରଙ୍ଗପୁର ଜିଲାର ଆଦିବାସୀ ନୃତ୍ୟ ଢେମ୍‌ସା ଉପରେ ଶିକ୍ଷା ପ୍ରଦାନ କରାଯାଉଛି। ନିଜ ଜିଲାରେ କଳାର କେମିତି ଠିକ୍‌ ପ୍ରଚାର ପ୍ରସାର କରିବା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଏ ନେଇ ସୁନାମ ଅର୍ଜନ କରିପାରିବି, ତାହା ହେଉଛି ମୋର ପ୍ରଧାନ ଲକ୍ଷ୍ୟ। ଆଉ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ତଥା ନିଜ ଅନୁଷ୍ଠାନକୁ ଆଉ ଟିକେ ଆଗକୁ ନେବା ଲାଗି ଆର୍ଥତ୍କ ସହାୟତାର ଆବଶ୍ୟକ ଥିବାରୁ ବର୍ତ୍ତମାନ ମୁଁ ଏକ ରେସିଡେନ୍ସିଆଲ୍‌ କଲେଜରେ କମ୍ପ୍ୟୁଟର ସାଇନ୍ସର ଅଧ୍ୟାପିକା ଭାବେ କାର୍ଯ୍ୟ କରୁଅଛି। ଆଶା କରୁଛି, ଭଗବାନଙ୍କ ଆଶୀର୍ବାଦ ଥିଲେ ମୁଁ ଖୁବ୍‌ଶୀଘ୍ର ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ପାରିବି।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

ପ୍ରେମ ପାଇଁ ଦିନ ନୁହେଁ, ମନଟିଏ ଲୋଡ଼ା

ଆଜି ଭାଲେଣ୍ଟାଇନ୍ସ ଡେ’। ପ୍ରେମ ଦିବସ। ମନର ମଣିଷ ସହ ହଜେଇବାର ଦିନଟିଏ। ପ୍ରେମୀଯୁଗଳଙ୍କ ପାଇଁ ସ୍ବପ୍ନ ଓ ସମ୍ଭାବନାର ମୁହୂର୍ତ୍ତ। ପାଶ୍ଚାତ୍ୟ ଦେଶରୁ ଆରମ୍ଭ ହୋଇଥିବା…

ନିଆରା ଟ୍ରେନ: ଲାଲ୍‌ ସିଗ୍‌ନାଲ୍‌ ନୁହେଁ, ହାତରେ ଯାଏ ଅଟକି

ପ୍ରତିଦିନ ହଜାର ହଜାର ଟ୍ରେନ ଦେଶସାରା ସିଗନାଲ ଅନୁସାରେ ଚାଲିଥାଏ। ସିଗନାଲ ଗ୍ରୀନ୍‌ ହେଲେ ଆରମ୍ଭ ହୁଏ ଏବଂ ସିଗନାଲ ଲାଲ ହେଲେ ବନ୍ଦ ହୋଇଯାଏ। ଭାରତରେ…

ଭାରତର ପ୍ରଥମ ଟ୍ରେନ୍‌, ଜାଣନ୍ତୁ ଏହା ବିଷୟରେ କିଛି ଆକର୍ଷଣୀୟ କଥା…

ଭାରତରେ ଅଧିକାଂଶ ଲୋକ ଟ୍ରେନ୍‌ରେ ଯାତ୍ରା କରିବାକୁ ପସନ୍ଦ କରନ୍ତି। ଭାରତରେ ରେଳ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ ବୋଲି ବିବେଚନା କରାଯାଏ। ଏହି କାରଣରୁ ଭାରତୀୟ…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

କେଉଁଦିନ ହେବ ମହାବିନାଶକାରୀ ରାତି? ଜଣାପଡିଲା ପ୍ରଳୟର ତାରିଖ!

ବିଶ୍ୱାସ, ଇତିହାସ ଏବଂ ରାଜନୀତି ଉପରେ ହେଉଥିବା ବିତର୍କରେ ପ୍ରାୟତଃ ବିନାଶକାରୀ ରାତିର ଉଲ୍ଲେଖ କରାଯାଏ। ସମ୍ପ୍ରତି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ…

ପାରାକୁ ଖାଇବାକୁ ଦେଇ ଫସିଲେ ମହିଳା: ଲାଗିଲା ୨ ଲକ୍ଷ ଟଙ୍କା ଜରିମାନା

ସାଧାରଣତଃ ପଶୁ ଏବଂ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଭଲ ବୋଲି ବିବେଚନା କରାଯାଏ। କିନ୍ତୁ ଯଦି ଏଥିପାଇଁ ଜଣଙ୍କ ଉପରେ ଜରିମାନା ଲଗାଯିବ, ତେବେ ଏହା ନିହାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri