Posted inଫୁରସତ

ପ୍ରଥମ ଦରମାରେ ମା’ଙ୍କ ପାଇଁ ଶାଢ଼ି କିଣିଥିଲି: ବିଧାନସଭା ସଚିବ, କବି, ପ୍ରାବନ୍ଧିକ ଦାଶରଥି ଶତପଥୀ

ଜଗତ୍‌ସିଂହପୁର ଜିଲା ମାଛଗାଁ ଗ୍ରାମପଞ୍ଚାୟତ ଅଧୀନ ସୁକିଦା ଗାଁରେ ମୋର ଜନ୍ମ। ଓଚିନ୍ଦା ଉଚ୍ଚ ବିଦ୍ୟାଳୟରୁ ୧୯୭୭ ମସିହାରେ ଏକାଦଶ ପାସ୍‌ କରିବା ପରେ ସ୍ବାମୀ ବିବେକାନନ୍ଦ ମେମୋରିଆଲ୍‌ କଲେଜରେ ଆଇ.ଏସ୍‌ସି ଓ ପରେ ଇକୋନୋମିକ୍ସ ଅନର୍ସ ରଖି ଗ୍ରାଜୁଏଶନ୍‌ ସମାପ୍ତ କରିଥିଲି। ତା’ପରେ ପୁରୀ ଏସ୍‌ସିଏସ୍‌ କଲେଜରେ ଇଂଲିଶରେ ପିଜି କରିବା ପରେ କଟକ ମଧୁସୂଦନ ଲ’କଲେଜରେ ଏଲ୍‌ଏଲ୍‌ବି ପଢ଼ିଲି। ତା’ ସହିତ ସ୍କୁଲ୍‌ ପଢ଼ାବେଳୁ ଓଡ଼ିଶା ପ୍ରଶାସନିକ ସେବା ଏବଂ ଭାରତୀୟ ପ୍ରଶାସନିକ ସେବାରେ ଚାକିରି କରିବାକୁ ଇଚ୍ଛା ରଖି ଘରେ ନିଜସ୍ବ ଚେଷ୍ଟାରେ ପଢ଼ାପଢ଼ି ବି କରୁଥିଲି। ସେହିପରି ଛାତ୍ର ଜୀବନରୁ ବକ୍ତୃତା, ପ୍ରବନ୍ଧ ଇତ୍ୟାଦି ପ୍ରତିଯୋଗିତାରେ ଭାଗନେଇ ଅନେକ ସମ୍ମାନ ଓ ପୁରସ୍କାର ମଧ୍ୟ ପାଇଥିଲି। ତନ୍ମଧ୍ୟରୁ ଗୋପବନ୍ଧୁ ଜୟନ୍ତୀ ଅବସରରେ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ୧୯୭୭ ମସିହାରେ ଜିଲାସ୍ତରରେ ପ୍ରଥମ ହେବା ଏବଂ ୧୯୮୧ରେ କଲେଜ ତରଫରୁ ବକ୍ତୃତା ପ୍ରତିଯୋଗିତାରେ ଭାଗ ନେଇ ଓଡ଼ିଶାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହେବା ଥିଲା ଅନ୍ୟତମ। ତେବେ ସେ ଯାହା ହେଉ, ପାଠପଢ଼ା ସରିଲା ବେଳକୁ ମୁଁ ଓଏଏସ୍‌ ପାଇଗଲି। ୧୯୮୭ ମାର୍ଚ୍ଚ ୨ ତାରିଖରେ କେନ୍ଦୁଝର ଜିଲା କାର୍ଯ୍ୟାଳୟରେ ଟ୍ରେନିଂ ରିଜର୍ଭ ଅଫିସର ଭାବେ ମୋର ପ୍ରଥମ ପୋଷ୍ଟିଂ ହେଲା। ମୂଳ ଦରମା ଓ ମହଙ୍ଗା ଭତ୍ତା ମିଶି ପ୍ରାୟ ୧୯୫୦ ଟଙ୍କା ଦରମା ମୋତେ ମିଳିଥିଲା। ପ୍ରଥମ ଦରମାରେ ମୋ ମା’ଙ୍କ ପାଇଁ ଶାଢ଼ି, ଗ୍ରାମଦେବତୀ ମାତା ପାର୍ବତୀଙ୍କ ପାଇଁ ଶାଢ଼ି, ଶଙ୍ଖା, ସିନ୍ଦୂର କିଣିକି ନେଇଥିଲି। ତା’ସହିତ ଗ୍ରାମଦେବତୀଙ୍କ ପାଖରେ ଭୋଗ ମଧ୍ୟ କରିଥିଲି। ବର୍ଷେ ପାଖାପାଖି ଏହି ପଦବୀରେ ରହିବା ପରେ ଢେଙ୍କାନାଳ ଜିଲାକୁ ନିଜାରତ୍‌ ଅଫିସର ହୋଇ ଗଲି। ପୁଣି ବର୍ଷେ ପରେ ଜଗତ୍‌ସିଂହପୁର ଜିଲା ନାଉଗାଁ ବ୍ଲକ୍‌କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ମୋର ବଦଳି ହେଲା। ସେଠି ପାଖାପାଖି ୫ ବର୍ଷ ରହିଲି। ତା’ପରେ ଅତିରିକ୍ତ ତହସିଲ୍‌ଦାର ହୋଇ ତିର୍ତ୍ତୋଲ ଗଲି ଏବଂ ସେଠାରେ ଶାରଳା ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ମଧ୍ୟ ସମ୍ଭାଳିଲି। ବର୍ଷେ ପରେ ତହସିଲ୍‌ଦାର ହୋଇ କେନ୍ଦ୍ରାପଡା ଜିଲା ରାଜକନିକା ତହସିଲ୍‌କୁ ଗଲି ଆଉ ସେଠି ୫ବର୍ଷ ରହିଲି। ଏହାପରେ ବେଗୁନିଆକୁ ମୋର ବିଡିଓ ଭାବେ ବଦଳି ହେଲା। ପୁଣି ବର୍ଷେ ପରେ ଢେଙ୍କାନାଳକୁ ଜିଲା ଉନ୍ନୟନ ଅଧିକାରୀ ହୋଇ ଗଲି। ସେଠାରେ ମୋତେ ବିଭିନ୍ନ ଦେବାଳୟର ଉନ୍ନତିମୂଳକ କାମ କରିବାର ସୁଯୋଗ ମିଳିଲା। ଏଠି ବି ମାତ୍ର ବର୍ଷେ ରହିବା ପରେ ଗୃହ ଓ ନଗର ଉନ୍ନୟନ ବିଭାଗ, ତା’ପରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଭିନ୍ନ ପଦପଦବୀରେ କିଛି କିଛି ବର୍ଷ କାମ କରିବାର ମଉକା ମିଳିଥିଲା। ଆଉ ତାରି ଭିତରେ ମୁଁ ଆଇଏଏସ୍‌ ପରୀକ୍ଷା ଦେଇ ପାସ୍‌ କରିସାରିଥାଏ। ତେଣୁ ମୋତେ ସୁବର୍ଣ୍ଣପୁରରେ ଜିଲାପାଳ ଭାବେ ଅବସ୍ଥାପିତ କରାଗଲା। ଏଠାରେ ତିନି ବର୍ଷ ମୁଁ କାମ କରିଥିଲି, ଆଉ ତା’ ଭିତରେ କୃଷି କ୍ଷେତ୍ରରେ ସୁବର୍ଣ୍ଣପୁର ଜିଲା ପ୍ରଥମ ପୁରସ୍କାର ଲାଭ କରିବା ସହ ଇନ୍‌ଫ୍ରାଷ୍ଟ୍ରକ୍‌ଚରରେ ସମଗ୍ର ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ଅନ୍ୟପକ୍ଷେ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ବାଲ୍ୟବିବାହ ରୋକିବା ତଥା ଜିଲାକୁ ବାହ୍ୟ ମଳମୁକ୍ତ ଜିଲାର ପରିଚୟ ଦେବା ପାଇଁ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା। ସୁବର୍ଣ୍ଣପୁର ପରେ ଉପକୂଳବର୍ତ୍ତୀ ସମ୍ବେଦନଶୀଳ ଜିଲା କେନ୍ଦ୍ରାପଡ଼ାରେ ମଧ୍ୟ ଜିଲାପାଳ ଭାବେ କିଛିଦିନ କାମ କରିଥିଲି। ଆଉ ଏବେ ମୁଁ ଓଡ଼ିଶା ବିଧାନସଭାରେ ସଚିବ ଭାବେ ଅବସ୍ଥାପିତ। ତେବେ ବାସ୍ତବରେ ଯେତେ ଯାହା କାର୍ଯ୍ୟକ୍ରମ କଲେ ବି ଲୋକଙ୍କର ମୌଳିକ ସମସ୍ୟାର ସମାଧାନ କରିବା ସହିତ ସବୁ ସମୟରେ ପ୍ରଶାସନକୁ କ୍ରିୟାଶୀଳ କରିବାକୁ ଚେଷ୍ଟା ମୋର ଜାରି ରହିଛି। ଅନ୍ୟପକ୍ଷେ ଫାଙ୍କା ସମୟରେ ପ୍ରକୃତି ଓ ପୁସ୍ତକକୁ ଜୀବନର ସଖା, ସହଚର ତଥା ବନ୍ଧୁ ଭାବେ ଗ୍ରହଣ ମଧ୍ୟ କରିନେଇଛି। ତେବେ ମୁଁ ଯେ କେବଳ ଜଣେ ପାଠକ ତାହା ନୁହେଁ, ସମୟ ମିଳିଲେ କବିତା, ପ୍ରବନ୍ଧ, ଲଳିତ ନିବନ୍ଧ ବି ଲେଖେ। ବିଶେଷକରି ଜଗନ୍ନାଥ ଦର୍ଶନ, ଜଗନ୍ନାଥ ତତ୍ତ୍ୱ, ପାତାଳି ଜଗନ୍ନାଥ ତଥା ଅନୁଭୂତିରେ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାର କରି ମୁଁ ଲେଖାମାନ ଲେଖିଥାଏ। ୟା’ ଭିତରେ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ତଥା ପତ୍ରପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇସାରିଲାଣି। ତନ୍ମଧ୍ୟରୁ ପ୍ରାୟ ୧୭ଟି ଓଡ଼ିଆ ଭାଷାର ପ୍ରବନ୍ଧ ଏବଂ ଗୋଟିଏ ଇଂଲିଶ ଭାଷାର ପ୍ରବନ୍ଧ ହେଉଛି ଅନ୍ୟତମ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

ପରକୀୟା ପ୍ରୀତି: ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ, ଜେଲ ଗଲେ ସ୍ବାମୀ

ଦିଗପହଣ୍ଡି,୨୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ପ୍ରଥମ ଲେନର ଚନ୍ଦନ ପାତ୍ରଙ୍କ ପରକୀୟା ପ୍ରୀତି ପଦାରେ ପଡ଼ିଛି। ବିବାହିତା ସ୍ତ୍ରୀ ଥାଉ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri