Posted inଖେଳ

ପ୍ରଥମ ଟି୨୦: ଗୁଆହାଟୀରେ ଶ୍ରୀଲଙ୍କା ଦଳ

ଗୁଆହାଟୀ,୨।୧(ପି.ଟି.)- ଅଭିଜ୍ଞ ଦ୍ରୁତ ବୋଲର ଲସିଥ୍‌ ମାଲିଙ୍ଗାଙ୍କ ନେତୃତ୍ୱରେ ଭାରତ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳିବାକୁ ଶ୍ରୀଲଙ୍କା ଦଳ ଗୁଆହାଟୀରେ ପହଞ୍ଚିଛି। ଆସନ୍ତା ରବିବାର ସ୍ଥାନୀୟ ବର୍ଷପାରା କ୍ରିକେଟ ଷ୍ଟାଡିୟମରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ଖେଳାଯିବ। ନାଗରିକତ୍ୱ ଆଇନ୍‌ (ସିଏଏ) ବିରୋଧରେ ଆସାମରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେଣୁ କଡ଼ା ନରାପତ୍ତା ବ୍ୟବସ୍ଥାରେ ଶ୍ରୀଲଙ୍କା ଦଳକୁ ଟିମ୍‌ ହୋଟେଲକୁ ନିଆଯାଇଛି। ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପର୍ଯ୍ୟୟକ୍ରମେ ଏଠାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଦଳ ଅଭ୍ୟାସ କରିବାର କାର୍ଯକ୍ରମ ରହିଛି। ଶ୍ରୀଲଙ୍କା ପରେ ଭାରତ ଅଭ୍ୟାସ କରିବାର କାର୍ଯକ୍ରମ ରହିଛି ବୋଲି ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ତରଫରୁ କୁହାଯାଇଛି।
ଗତ ଡିସେମ୍ବରରେ ସିଏଏ ବିରୋଧାରେ ସାରା ଆସାମରେ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ଦ୍ୱାରା ରଣଜୀ ଓ ୧୯ ବର୍ଷରୁ କମ୍‌ ମ୍ୟାଚ୍‌ କଫ୍ୟୁ ଯୋଗୁ ପ୍ରଭାବିତ ହୋଇଥିଲା। ତେବେ ବର୍ତ୍ତମାନ ପରସ୍ଥିତି ସମ୍ପୂର୍ଣ୍ଣ ରୁପେ ନିୟନ୍ତ୍ରଣାଧିନ ହେବା ସହ ସାମାନ୍ୟ ରହିଛି। ପର୍ଯ୍ୟଟନ ବ୍ୟବସ୍ଥା ମଧ୍ୟ ପୂର୍ବାବସ୍ଥାକୁ ଫେରିଛି। ଆସନ୍ତା ୧୦ ତାରିଖରୁ ଏଠାରେ ଖେଲୋ ଇଣ୍ଡିଆ ଗେମ୍ସ ଆରମ୍ଭ ହେବ। ଏଥିରେ ୭ ହଜାର ପିଲା ଅଂଶଗ୍ରହଣ କରିବେ ବୋଲି ଏସିଏ ସମ୍ପାଦକ ଦେବଜିତ୍‌ ସାଇକିଆ କହିଛନ୍ତି। ଦେଶର ଅନ୍ୟସ୍ଥାନ ଭଳି ଏବେ ଆସାମ ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ଥାନରେ ପରିଣତ ହୋଇଛି। ରାଜ୍ୟ ସରକାର ନିରାପତ୍ତା ବ୍ୟବସ୍ଥାର ତଦାରଖ କରୁଛନ୍ତି ବୋଲି ସେ କହିଛନ୍ତି। ୩୯,୫୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମର ୨୭,୦୦୦ ଟିକେଟ ଏପର୍ଯ୍ୟନ୍ତ ବିକ୍ରି ହୋଇସାରିଛି। କ୍ରିସ୍‌ମାସ ଓ ନୂଆବର୍ଷ ପାଳିନ କରୁଥିବାରୁ ଶେଷ ମୁହୂର୍ତ୍ତରେ ସବୁ ଟିକେଟ ବିକ୍ରି ହୋଇଯିବ ବୋଲି ସାଇକିଆ କହିଛନ୍ତି। ଆଗକୁ ଚଳିତବଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବ। ଏହି ସିରିଜ ସହିତ ବିଶ୍ୱକପ୍‌ କାଉଣ୍ଟ ଡାଉନ ଆରମ୍ଭ ହୋଇଛି ବୋଲି ଧରିନେବାକୁ ହେବ। ବିଶ୍ୱକପ୍‌ ପୂର୍ବରୁ ଭାରତ ୮ଟି ଟି୨-୦ ମ୍ୟାଚ୍‌ ଖେଳିବ। ନ୍ୟୁଜିଲାଣ୍ଡରେ ଭାରତ ୫ଟି ମ୍ୟାଚ୍‌ ଖେଳିବ। ଅକ୍ଟୋବର ୨୪ ତାରିଖରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଅଭିଯାନ ଆରମ୍ଭ କରିବ।
ପୂର୍ବତନ ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଓ ଧନଞ୍ଜୟ ଡି ସିଲଭା ଘୋଷିତ ୧୬ ଜଣିଆ ଶ୍ରୀଲଙ୍କା ଦଳରେ ସ୍ଥାନ ପାଇଛନ୍ତି। ୨୦୧୮ରେ ମାଥ୍ୟୁସ୍‌ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅନ୍ତିମ ଟି୨୦ ମ୍ୟାଚ୍‌ ଖେଳିଥିଲେ। ଅପରପକ୍ଷରେ ଭାରତ ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଇଞ୍ଜୁରୀ ମୁକ୍ତ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସିରିଜରୁ ଓପନର ରୋହିତ ଶର୍ମା ଓ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri