ପ୍ରତିଶ୍ରୁତିରେ ସୀମିତ ସରକାରୀ ଯୋଜନା: ରାଶନ କାର୍ଡରୁ ବଞ୍ଚତ୍ତ ଦିନମଜୁରିଆ କୃଷ୍ଣ

ବେଲପାହାଡ଼,୧୫।୧୦(ଡି.ଏନ୍‌.ଏ.)-
ଝାରସୁଗୁଡ଼ା ଜିଲା ବେଲପାହାଡ଼ ପାୈର ପରିଷଦରେ ବହୁ ବ୍ୟବସାୟୀ ଓ ସ୍ବଚ୍ଛଳବର୍ଗ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ତାଲିକାଭୁକ୍ତ ହୋଇ ରିହାତି ମୂଲ୍ୟରେ ଚାଉଳ ପାଉଥିବା ବାରମ୍ବାର ଅଭିଯୋଗ ହେଉଛି। ଅଭିଯୋଗ ଉପରେ କିଛିଟା କାର୍ଯ୍ୟାନୁଷ୍ଠାନ ହୋଇଛି। ହେଲେ ପୌରାଞ୍ଚଳରେ ଏବେ ବି ଅନେକ ଅସହାୟ ଗରିବ ଶ୍ରେଣୀୟ ଲୋକ ରାଶନ କାର୍ଡ ନ ପାଇ ସରକାରୀ ଚାଉଳ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି।
ସୂଚନାନୁସାରେ ବେଲପାହାଡ଼ ପୌରପରିଷଦ ଅଧୀନ ଜୁନାଡ଼ିହିରେ ଏକ କୁଡ଼ିଆଘରେ ରହୁଛନ୍ତି କୃଷ୍ଣ ମେହେର (୪୫)। ପରିବାର କହିଲେ ସ୍ତ୍ରୀ ଓ ପୁଅ। ହେଲେ ସେମାନେ ଗଁାରେ ରହୁଛନ୍ତି। କୃଷ୍ଣ ପରିବାର ପ୍ରତିପୋଷଣ ପାଇଁ ପ୍ରତ୍ୟହ କୁଲିମଜୁରି କରିବା ସହ ଅଞ୍ଚଳର କିଛି ହୋଟେଲକୁ ପାଣି ଭାର ଯୋଗାଇଥାନ୍ତି। ଏଥିରୁ ଯାହା ଅର୍ଥ ଉପାର୍ଜନ ହେଉଛି ସେଥିରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ୁଛି ବୋଲି କୃଷ୍ଣ କହିଛନ୍ତି। କୃଷ୍ଣଙ୍କ କହିବା ହେଲା ପୂର୍ବରୁ ତାଙ୍କ ପାଖରେ ଏକ ବିପିଏଲ କାର୍ଡ ଥିଲା। କାର୍ଡରେ ମାସକୁ ୨୫ କେ.ଜି ଚାଉଳ ମିଳୁଥିଲା। ମାତ୍ର ୮ ବର୍ଷ ହେଲା ବିପିଏଲ କାର୍ଡ ଅଚଳ ହେଲା ପରେ ତାଙ୍କୁ ଆଉ ନୂଆ ରାଶନ କାର୍ଡ ଦିଆଯାଇନାହିଁ। ଫଳରେ ତାଙ୍କ ପରିବାର ସରକାରୀ ଯୋଜନାରେ ଚାଉଳ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ରାଶନ କାର୍ଡ ପାଇଁ କୃଷ୍ଣ ବାରମ୍ବାର ପୌର ଅଫିସକୁ ଯାଇଛନ୍ତି, ପୌରାଧ୍ୟକ୍ଷ ଓ ୱାର୍ଡ କାଉନସିଲରଙ୍କ ନିକଟରେ ସେ ନେହୁରା ହୋଇ ନିରାଶ ହୋଇଥିବା ଅଭିଯୋଗ କରିଛନ୍ତି। ସବୁବେଳେ ପ୍ରତିଶ୍ରୁତି ମିଳୁଛି, ହେଲେ ଏପର୍ଯ୍ୟନ୍ତ ରାଶନ କାର୍ଡ ମିଳିନାହିଁ ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବେଲପାହାଡ଼ ପୌର ପରିଷଦ ଅଧୀନରେ ୫୦୩୩ ରାଶନ କାର୍ଡଧାରୀ ଅଛନ୍ତି। ଏମାନଙ୍କ କାର୍ଡ ଜରିଆରେ ପରିବାରର ୧୮,୧୯୯ ଜଣ ସଦସ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଲାଭାନ୍ବିତ ହେଉଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ କିଏ ଯୋଗ୍ୟ ଓ ଅଯୋଗ୍ୟ ଏହାର ଠିକ୍‌ ଯାଞ୍ଚ ହୋଇପାରୁନାହିଁ। ପୂର୍ବରୁ ଜରିମାନା ଭୟରେ ଅନେକ ଯୋଗ୍ୟ ହିତାଧିକାରୀ ରାଶନ କାର୍ଡ ସ୍ବଇଚ୍ଛାରେ ଫେରାଇ ଦେଇଥିଲେ। ଏବେ ସେମାନେ ପୁନର୍ବାର କାର୍ଡ ପାଇଁ ପୌର ଅଫିସକୁ ଧାଉଁଛନ୍ତି। ସେହିଭଳି କେତେ ହିତାଧିକାରୀ ଆଧାର କାର୍ଡରେ ତ୍ରୁଟି ଯୋଗୁ ରାଶନ କାର୍ଡ ପାଉ ନ ଥିବା ଅଭିଯୋଗ ହେଉଛି। ଯୋଗ୍ୟ ହିତାଧିକାରୀ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ହେଉଥିବା ସମ୍ପର୍କରେ ଯୋଗାଣ ଅଧିକାରୀ ଆର୍‌.କେ.ଜେନାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଖୁବ୍‌ ଶୀଘ୍ର ଅଭିଯୋଗକାରୀଙ୍କ ନଥିପତ୍ର ଯାଞ୍ଚ କରାଯାଇ ଯୋଜନାରେ ସାମିଲ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ବନମାଳିପୁଟ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଧାରଣାରେ ବସିଲେ କଳାକାର, ପ୍ରତ୍ୟାହୃତ ପାଇଁ ଆସୁଛି ଧମକ, ଧାରଣାସ୍ଥଳରେ…

ହାଟଡିହୀ,୧୭ା୫(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଡିଓଙ୍କ ଅଫିସ ସମ୍ମୁଖରେ କଳାକାରମାନେ ଧୂ ଧୂ ଖରା, ଗୁଳୁଗୁଳିରେ ଚଳିତ ମାସ ଗତ ୧୫ରୁ ଧାରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri