ପ୍ରତିଭା ଦେଇଛି ସ୍ବତନ୍ତ୍ର ପରିଚୟ

ବାସୁଦେବପୁର,୨୧।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକାର ଭୈରବପୁର ଗ୍ରାମର ଶିଳ୍ପୀ ରବୀନ୍ଦ୍ର ମହାରଣା। ନିଜର ପ୍ରତିଭା ବଳରେ ସମଗ୍ର ଜିଲା ଓ ରାଜ୍ୟରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଶିଳ୍ପୀ ଜୀବନରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ମନ୍ଦିରର ନିର୍ମାଣ କାର୍ଯ୍ୟ କରିବା ସହିତ ଶତାଧିକ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି। ଯେକୌଣସି ଫଟୋଚିତ୍ରକୁ ଦେଖି ତା’ର ଅବିକଳ ମୂର୍ତ୍ତି ଆଙ୍କିବାରେ ସେ ମଧ୍ୟ ସିଦ୍ଧହସ୍ତ। ଏଭଳି କାରୁକାର୍ଯ୍ୟ ପାଇଁ ବିଭିନ୍ନ ସାରସ୍ବତ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆପ୍ରାଣ ଉଦ୍ୟମ ଓ ଅଧ୍ୟବସାୟ ହିଁ ତାଙ୍କୁ ସଫଳତା ଆଣିଦେଇଛି ବୋଲି ରବୀନ୍ଦ୍ର କହିଛନ୍ତି।
ରବୀନ୍ଦ୍ର କହନ୍ତି, ଏକ ଗରିବ ବଢ଼େଇ ପରିବାରରେ ତାଙ୍କର ଜନ୍ମ। ବାପା ଭୈରବ ଓ ମା’ ଦ୍ୱିତୀମଣିଙ୍କର ସେ ବଡ଼ପୁଅ। ମାଟ୍ରିକ ପର୍ଯ୍ୟନ୍ତ ସେ ପାଠ ପଢ଼ିଛନ୍ତି। ଘରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଅଧିକ ଶିକ୍ଷାଲାଭ କରିପାରିଲେ ନାହିଁ। ଫଳରେ କୌଳିକ ବୃତ୍ତି କାଠ କାମକୁ ଗ୍ରହଣ କରିନେଇ ଦୈନନ୍ଦିନ କାମରେ ଲାଗିପଡ଼ିଲେ। କାଠ କାମ ସହିତ ମୂର୍ତ୍ତି ଗଢ଼ା କାର୍ଯ୍ୟ କରିବାକୁ ତାଙ୍କର ଆଗ୍ରହ ଥିଲା। ଏଥିପାଇଁ ପ୍ରଥମେ ମାଟିରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ କରିଥିଲେ। ଜଣେ ସଫଳ ଶିଳ୍ପୀ ହେବା ଲକ୍ଷ୍ୟରେ ସେ ୧୯୮୩ରେ କଟକର ଚୌଦ୍ୱାରଠାରେ ଥିବା ଟ୍ରେନିଂ ସେଣ୍ଟରକୁ ଯାଇ ସେଠାରେ ଦୀର୍ଘ ୧୦ବର୍ଷ ରହି ମୂର୍ତ୍ତି ଶିକ୍ଷା ଲାଭ କରିଥିଲେ। କଟକ ଓ ଏହା ଆଖପାଖ ଅଞ୍ଚଳରେ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରି ବେଶ୍‌ ସଫଳତା ମଧ୍ୟ ପାଇଥିଲେ। ପରବର୍ତ୍ତୀ ସମୟରେ ଗଁାକୁ ଫେରି ଆସି ନିଜ ଅଞ୍ଚଳରେ ଏହି ମୂର୍ତ୍ତି ନିର୍ମାଣ କ୍ଷେତ୍ରରେ କିପରି ଭିତ୍ତିଭୂମି ସୁଦୃଢ଼ କରାଯାଇପାରିବ ସେ ଦିଗରେ ଧ୍ୟାନ ଦେଇଥିଲେ। ବାସୁଦେବପୁର ଅଞ୍ଚଳରେ ବିଭିନ୍ନ ପୂଜାପାର୍ବଣରେ ଦେବଦେବୀଙ୍କ ଆକର୍ଷଣୀୟ ମାଟି ମୂର୍ତ୍ତି ତିଆରି କରି ସମସ୍ତଙ୍କ ନଜରକୁ ଆସିଥିଲେ। ପରେ ବିଭିନ୍ନ ମନ୍ଦିର କାର୍ଯ୍ୟ, ମନ୍ଦିର ସିଂହାସନ ନିର୍ମାଣ, ଦେବଦେବୀଙ୍କ ସିମେଣ୍ଟ ମୂର୍ତ୍ତି ନିର୍ମାଣ କରିବାକୁ ଆରମ୍ଭ କଲେ।
ପ୍ରଥମେ ସେ ୩ ଟଙ୍କା ମଜୁରିରେ କାମ କରିଥିଲାବେଳେ ବର୍ତ୍ତମାନ ତାଙ୍କର ଦୈନନ୍ଦିନ ମଜୁରି ୭ଶହ ଟଙ୍କାରେ ପହଞ୍ଚିଛି। ବର୍ଷରେ ପ୍ରାୟ ୮/୯ ମାସ ବନ୍ଧା କାର୍ଯ୍ୟ ଭାବେ ବିଭିନ୍ନ ସ୍ଥାନରେ କାମ କରିଥାନ୍ତି। ଘରେ ମଧ୍ୟ ଅନ୍ୟ ସମୟରେ ବିଭିନ୍ନ ମୂର୍ତ୍ତି, ନର୍ତ୍ତକୀଙ୍କ ମୂର୍ତ୍ତି ନିର୍ମାଣ କରି ପର୍ବପର୍ବାଣିରେ ବେଶ୍‌ କିଛି ଟଙ୍କା ହାସଲ କରିଥାନ୍ତି। ଦୈନନ୍ଦିନ ୧୦ରୁ ୧୨ ଜଣ ସହକର୍ମୀଙ୍କୁ ମଧ୍ୟ ସେ କାର୍ଯ୍ୟ ଯୋଗାଇଥାନ୍ତି। ଏହି କାମରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀ, ଦୁଇପୁଅ ଓ ଗୋଟିଏ ବୋହୂଙ୍କୁ ନେଇ ତାଙ୍କ ପରିବାର। ସ୍ତ୍ରୀ ସାବିତ୍ରୀ ତାଙ୍କୁ ଏ କ୍ଷେତ୍ରରେ ଉତ୍ସାହିତ କରିବା ସହିତ ସହଯୋଗ କରିଥାନ୍ତି। ମୂର୍ତ୍ତି କାରିଗର ଭାବେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଛି। ତେବେ ଏହି କାମକୁ ପରିବାର ଭିତ୍ତିରେ ବଞ୍ଚାଇ ରଖିବାକୁ ସାନପୁଅ ରାଜେନ୍ଦ୍ରଙ୍କୁ ମଧ୍ୟ ଟ୍ରେନିଂ ଦେଉଥିବା ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ତ୍ରୀଙ୍କ ବଡ଼ ସୂଚନା: ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର, ୩।୬: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ…

ବିଡିଓଙ୍କୁ ନିଲମ୍ବନ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟ ନିର୍ବାଚନ ଅଧିକାରୀ, ଏହି ସବୁ ଅଭିଯୋଗ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବାରିପଦା,୩।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ନିର୍ବାଚନମଣ୍ଡଳୀର ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଏଇଆରଓ) ତଥା ବଡ଼ସାହି ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡ଼ିଓ) ସ୍ମୃତିମୟୀ ବନଜା…

ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ ଆସିଲା ସାଂଘାତିକ ତଥ୍ୟ: କଲ୍‌ କରି ଆମ୍ବୁଲାନ୍ସ ଫେରାଇ ଦେଇଥିଲେ ଜଣେ ବ୍ୟକ୍ତି

ଭୁବନେଶ୍ୱର,୩ା୬: ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ମାମଲାରେ ସାମ୍ନାକୁ ଆସିଛି ଏକ ସାଂଘାତିକ ତଥ୍ୟ। ମେ’ ୭ରେ ଅଡ଼ଶପୁର ମେଡିକାଲର ଆମ୍ବୁଲାନ୍ସକୁ ଜଣେ ବ୍ୟକ୍ତି କଲ୍‌…

ସୌମ୍ୟ ମୃତ୍ୟୁ ମାମଲା: ଯୁବତୀ ଓ ଆମ୍ବୁଲାନ୍ସ ଡ୍ରାଇଭର NHRCରେ ହାଜର

ଭୁବନେଶ୍ୱର,୩।୬: ବାଲିଅନ୍ତାରେ ଘଟିଥିବା ଚର୍ଚ୍ଚିତ ବର୍ବରତା ଘଟଣାକୁ ନେଇ ନୂଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୋଗ କରିଥିବା ଯୁବତୀ ଏବଂ ଘଟଣା ସମୟରେ ଫେରିଯାଇଥିବା…

ଓସିଏସ୍‌ ପରୀକ୍ଷାରେ ୬୬ତମ ସ୍ଥାନରେ ରଶ୍ମିରଞ୍ଜନ, ତାଙ୍କ ସଫଳତା ପଛରେ…

ମହାକାଳପଡ଼ା, ୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଞ୍ଚାୟତ ମଳାଢ଼ି ଗ୍ରାମର ତପନ ସ୍ବାଇଁ ଓ ନିର୍ମଳା ସ୍ବାଇଁଙ୍କ ବଡ଼ ପୁଅ ରଶ୍ମିରଞ୍ଜନ…

୨ ସପ୍ତାହ ପରେ ଆରମ୍ଭ ହେବ ଅଣ୍ଡାଦାନ ପ୍ରକ୍ରିୟା: ବସା ପାଇଁ ସୁରକ୍ଷିତ ସ୍ଥାନ ଖୋଜୁଛି ବଉଳା କୁମ୍ଭୀର

ମହାକାଳପଡ଼ା,୩ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ, ପାଇକା, ଲୁଣା ଓ ଗୋବରୀ ସଂଲଗ୍ନ ନଦୀନାଳରେ ବହୁସଂଖ୍ୟାରେ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳୁଛି। ବତୀଘର ଖରିନାସି…

ସ୍କୁଟିରେ ନାବାଳକ ପୁଅକୁ ନେଇ ଗାଁକୁ ଆସୁଥିଲେ, ବାଟରେ ଘଟିଲା ବଡ଼ ଅଘଟଣ; ଚାଲିଗଲା ମା’ଙ୍କ ଜୀବନ

ସୋହେଲା ୩।୬( ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଲେଖାପଥର ଛକଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପିଙ୍କି ମହାପାତ୍ର (୪୫) ଙ୍କ ମୃତ୍ୟ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ, ସରକାରୀ ବାସଭନରେ ଥିବାବେଳେ ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୩।୬(ନରେଶ ପଟ୍ଟନାୟକ): ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ (ବଡ଼ବାପାଙ୍କ ପୁଅ) ଭାଇ ଦୀନବନ୍ଧୁ ମାଝୀ ଦୀନବନ୍ଧୁ ଲୋୟର ପିଏମଜିରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri