ପ୍ରତି ବ୍ଲକରେ ୧୫ କିମି ରାସ୍ତା ନିର୍ମାଣ

ଅନୁଗୋଳ ଅଫିସ୍‌, ୮।୩ – ଶିକ୍ଷା, ସ୍ବାସ୍ଥ୍ୟ, କୃଷି ଓ ଗମନାଗମନକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ର ପ୍ରକଳ୍ପ ୨ ବର୍ଷ ପାଇଁ କାର୍ଯ୍ୟକାରୀ ହେବ। ଓଡ଼ିଶାରେ ଏହି ୨ ବର୍ଷ ମଧ୍ୟରେ ହେବାକୁ ଥିବା ୯ ହଜାର କିଲୋମିଟର ରାସ୍ତା ମଧ୍ୟରୁ ପ୍ରଥମ ବର୍ଷରେ ଅନୁଗୋଳ ଜିଲାରେ ହେବାକୁ ଥିବା ପ୍ରକଳ୍ପର ଅନୁମୋଦନ ପାଇଁ ଶନିବାର ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ପରିଷଦ ସଭାପତି ବାସନ୍ତୀ କିଷାନଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଳ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ଓ ସମ୍ବଲପୁର ଏମ୍‌ପିଙ୍କ ପ୍ରତିନିଧି ପରେଶ ଦେଓ ପ୍ରମୁଖ ଯୋଗଦେଇଥିଲେ।
ପ୍ରାରମ୍ଭରେ ଜିଲାପାଳ ମନୋଜ କୁମାର ମହାନ୍ତି ଏହି ପ୍ରକଳ୍ପର ରୂପରେଖ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲାର ୮ଟି ବ୍ଲକରେ ୧୫ କିଲୋମିଟର ଲେଖାଏ ରାସ୍ତା ନିର୍ମାଣ ହେବ। ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ଭିତ୍ତିଭୂମିଗୁଡ଼ିକର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ମୂଲ୍ୟଭିତ୍ତିକ ଆକଳନ ବ୍ୟବସ୍ଥା ଅନୁସାରେ ପ୍ରକଳ୍ପ ସ୍ଥିର କରାଯିବ। ଯେଉଁ ଗ୍ରାମରେ ସରକାରଙ୍କ ବିଭିନ୍ନ ଅଗ୍ରାଧିକାର ଯୋଜନା କାର୍ଯ୍ୟକାରୀ ହେଉଛି ସେଠାରେ ଏହି ରାସ୍ତା ନିର୍ମାଣ ହେବ। ଏଥିପାଇଁ ଭୌଗୋଳିକ ତଥ୍ୟ ପଦ୍ଧତି ଦ୍ୱାରା (ଜିଆଇଏସ୍‌) ମ୍ୟାପ୍‌ ପ୍ରସ୍ତୁତ ହୋଇଛି। ଏହ ମ୍ୟାପ୍‌ ଆଧାରରେ ଓ ର଼୍ୟାକିଂ ତଥ୍ୟ କ୍ରମ ଅନୁସାରେ ରାସ୍ତା ବଛାଯାଇଛି। ଯଦି ର଼୍ୟାଙ୍କରେ ଆସୁଥାଏ ତେବେ ପୁରୁଣା ରାସ୍ତା ସହ ନୂତନ ରାସ୍ତା ନିର୍ମାଣ ହୋଇପାରିବ। ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ପାଇଁ କୃଷିଭିତ୍ତିକ ଗ୍ରାମ୍ୟ ବଜାର/ସାପ୍ତାହିକ ହାଟ, ଶିକ୍ଷାନୁଷ୍ଠାନ ଓ ସ୍ବାସ୍ଥ୍ୟକେନ୍ଦ୍ର ଆଦିକୁ ପ୍ରାଧାନ୍ୟ ଦିଆଯିବ। ଭୌଗୋଳିକ ତଥ୍ୟ ପଦ୍ଧତି ଦ୍ୱାରା ଜିଲା ଗ୍ରାମୀଣ ରାସ୍ତା ଯୋଜନାକୁ ପ୍ରସ୍ତୁତ କରି ଉଚ୍ଚତର ସୁବିଧା ଯୋଗାଇ ଦିଆଯିବ। ପୂର୍ତ୍ତ ଓ ଜାତୀୟ ରାଜପଥ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ। ଆଗରୁ ନିର୍ମାଣ କରାଯାଇଥିବା ଗ୍ରାମ ମୁଖ୍ୟ ରାସ୍ତା ସମ୍ପ୍ରସାରଣ ଓ ଉନ୍ନତୀକରଣ ହୋଇଥିଲେ ମଧ୍ୟ କେତେକ ଅସଂଯୋଜିତ ସଂସ୍ଥା ବା ଅନୁଷ୍ଠାନ ଯଥା ମୁଖ୍ୟ ବଜାର, ଗୋଦାମ ଘର, ସ୍ବାସ୍ଥ୍ୟକେନ୍ଦ୍ର, ଶିକ୍ଷାନୁଷ୍ଠାନ, ବସ୍‌ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ବ୍ୟାଙ୍କ, ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟ ଆଦିକୁ ସଂଯୋଗ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ରାସ୍ତାକୁ ନୂତନ ଭାବେ ନିର୍ମାଣ କରିବାର ବ୍ୟବସ୍ଥା ରହିଛି। ଏକତ୍ରୀକରଣ ଅଗ୍ରାଧିକାର ତାଲିକା ପ୍ରସ୍ତୁତ ପାଇଁ ସଦସ୍ୟା ଓ ସଦସ୍ୟମାନେ ୭ ଦିନ ମଧ୍ୟରେ ନିଜ ଅଞ୍ଚଳର ରାସ୍ତା ସମ୍ପର୍କରେ ତଥ୍ୟ ପ୍ରଦାନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ଏହି ତଥ୍ୟ ହସ୍ତଗତ ହେବା ପରେ ବ୍ଲକ ଗୁଡ଼ିକରେ କେଉଁ ରାସ୍ତା ତିଆରି ହେବ ତାର ତାଲିକା ପ୍ରସ୍ତୁତ ହୋଇ ଅନୁମୋଦନ କରାଯିବ। ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅତୁଲ୍ୟ କୁମାର ଚମ୍ପତିରାୟ ବୈଠକର କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା-୩ର ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ବିଭିନ୍ନ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଅଧ୍ୟକ୍ଷ, ଜିଲା ପରିଷଦ ସଦସ୍ୟା, ସଦସ୍ୟ ଓ ବିଭିନ୍ନ ବିଭାଗର ଜିଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri