Posted inରାଜ୍ୟ

ପ୍ରଜା ଦଖଲରେ ରାଜାରାଜୁଡ଼ା ଅମଳର ବନ୍ଧ: ପାଣି ପାଇଁ ଲୋକେ ଡହଳବିକଳ

ଖଣ୍ଡପଡ଼ା,୧୮ା୫(ସ୍ବ.ପ୍ର.): ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ରାଜାରାଜୁଡା ଅମଳରୁ ନିର୍ମାଣ ହୋଇଥିବା ବନ୍ଧ (ପୋଖରୀ) ପ୍ରଜା ଦଖଲରେ ଥିବାରୁ ସେସବୁର ଉନ୍ନତୀକରଣ ହୋଇପାରୁ ନାହିଁ। ଫଳସ୍ବରୂପ ଉକ୍ତ ଜଳାଶୟଗୁଡିକ ଶୁଷ୍କ ହେବାକୁ ବସିଲାଣି। ଏଥିଯୋଗୁ ଗ୍ରାମାଞ୍ଚଳ ଲୋକେ ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଗୃହପାଳିତ ପ୍ରାଣୀମାନଙ୍କ ପାଇଁ ମଧ୍ୟ ସମସ୍ୟା ସୃଷ୍ଟି କରିଛି। ଏପରି କି ସ୍ନାନ ପାଇଁ ଗୋଟିଏ ପୋଖରୀ ଉପରେ ଗୋରୁ ଓ ମଣିଷଙ୍କୁ ନିର୍ଭା କରିବାକୁ ପଡୁଛି। ଖଣ୍ଡପଡ଼ା ବ୍ଲକ ବାଣପୁର ପଞ୍ଚାୟତର ୧୯ନଂ. ୱାର୍ଡ ଚୈତନ୍ୟପୁର ମୌଜା ଗହୀରରେ ୩ଶହ ଏକରରୁ ଊର୍ଦ୍ଧ୍ୱ ଚାଷଜମି ରହିଛି ା ଏହି ଜମିଗୁଡିକୁ ଆବଶ୍ୟକ ପାଣି ଯୋଗାଇବା ପାଇଁ କୌଣସି ସୁବିଧା ନ ଥିବାରୁ ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭର କରି ଖରିଫ ଧାନ ଫସଲ କରିଥାନ୍ତି ା ବର୍ଷର ଅନ୍ୟ ସମୟରେ ଜମି ପଡିଆ ପଡିଥାଏ ା ରବି ଋତୁରେ ରବି ଫସଲ, ପନିପରିବା ଓ ଅଧିକ ଅମଳକ୍ଷମ ଧାନଚାଷ କରାଯାଇଥାଏ ା କୃଷକମାନଙ୍କ ଅର୍ଥନୈତିକ ଅବସ୍ଥା ସୁଧାରିବା ପାଇଁ ୧୯୩୦ ମସିହା ପୂର୍ବରୁ ତତ୍କାଳୀନ ଖଣ୍ଡପଡ଼ା ରାଜୁଡା ଶାସନ ଅମଳରେ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ଅଞ୍ଚଳର ପ୍ରଜାମାନଙ୍କୁ ବେଠିରେ ଖଟାଯାଇ ଚୈତନ୍ୟପୁର ମୌଜା ଗହୀରରେ ୨ ଏକର ୪ ଡେସିମିଲ ପରିମିତ କନିଅର ବନ୍ଧ, ୨ ଏକର ପରିମିତ ମାଟିଆବନ୍ଧ ଓ ୪ ଏକର ୩୦ ଡେସିମିଲ ପରିମିତ ବଡ଼ବନ୍ଧ ଖନନ କରାଯାଇଥିଲା। ଏହି ବନ୍ଧଗୁଡିକରେ ଅଞ୍ଚଳର ଜନସାଧାରଣଙ୍କ ସହ ଗୋରୁ ମଧ୍ୟ ଗାଧୋଉଥିଲେ ା ଏହାଛଡା ଆବଶ୍ୟକ ସମୟରେ ଏହି ବନ୍ଧର ହୁଡାକାଟି ଜମିକୁ ପାଣି ମଡାଯାଉଥିଲା। ଫଳରେ ବର୍ଷା ଅଭାବରେ ଏହି ବନ୍ଧ ପାଣିକୁ ବ୍ୟବହାର କରାଯାଇ ଜମିରୁ ଫସଲ ଉପତ୍ାଦନ ହୋଇପାରୁଥିଲା ା କାଳକ୍ରମେ ୨ଟି ବନ୍ଧକୁ ବାଣପୁର ପଞ୍ଚାୟତ ନିଜ ଅଧୀନକୁ ଆଣି ମାଛ ଚାଷ ଉଦ୍ଦେଶ୍ୟରେ ପ୍ରତିବର୍ଷ ନିଲାମ ଦିଆଯାଉଥିଲା। ହେଲେ ଗତ ବର୍ଷଠାରୁ ଏହି ବନ୍ଧଗୁଡିକରେ ପାଣି ନ ଥିବାରୁ ପଞ୍ଚାୟତ ପକ୍ଷରୁ ନିଲାମ କରାଯାଇନାହିଁ ବୋଲି ସରପଞ୍ଚ ପ୍ରଦୀପ କୁମାର କର ସୂଚନା ଦେଇଥିଲେ ା ଅନ୍ୟ ଏକ ବନ୍ଧକୁ କେତେକ ବ୍ୟକ୍ତି ଦଖଲ କରି ଚାଷଜମିରେ ପରିଣତ କଲେଣି। ଜଳ ଅଭାବ ଯୋଗୁ ଲୋକେ ବାଧ୍ୟହୋଇ ଅଳ୍ପ ପାଣି ଥିବା ମାଟିଆବନ୍ଧ ଉପରେ ସ୍ନାନ ଶୌଚାଦି ପାଇଁ ନିର୍ଭର କରୁଛନ୍ତି। ଆଖପାଖରେ ଅନ୍ୟ ଜଳାଶୟ ନ ଥିବାରୁ ଗାଈ, ବଳଦ, ମଇଁଷି ଆଦି ଗୃହପାଳିତ ପ୍ରାଣୀ ମଧ୍ୟ ଉକ୍ତ ପୋଖରୀରେ ଗାଧୋଉଥିବା ପରିଲକ୍ଷିତ ହେଉଛି ା ପରିତ୍ୟକ୍ତ ଅବସ୍ଥାରେ ଥିବା ଏହି ଦୁଇ ପୋଖରୀର ରକ୍ଷଣାବେକ୍ଷଣ ସହ ପାଣି ପାଇଁ ପ୍ରଶାସନ ପକ୍ଷରୁ ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନ ଥିବାରୁ ଆମେ ଓ ଆମର ଗୃହପାଳିତ ପ୍ରାଣୀ ଉକ୍ତ ପ୍ରଦୂଷିତ ପୋଖରୀରେ ସ୍ନାନ ଶୌଚାଦି ସାରୁଛୁ ବୋଲି ଗ୍ରାମର କେଶବ ନାୟକ, ଚନ୍ଦ୍ରମଣି ନାୟକ, କୀର୍ତ୍ତନ ସ୍ବାଇଁ, ବସନ୍ତ ନାୟକ, ମଧୁସୂଦନ ସ୍ବାଇଁ ଓ ଅବସରପ୍ରାପ୍ତ ଅଧ୍ୟକ୍ଷ ରବୀନ୍ଦ୍ର କୁମାର ମିଶ୍ର ପ୍ରମୁଖ ପ୍ରକାଶ କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆ ନ ଗଲେ ବାଧ୍ୟ ହୋଇ ଅନ୍ଦୋଳନାମତ୍କ ପନ୍ଥା ଆପଣେଇବୁ ବୋଲି ସେମାନେ ସୂଚନା ଦେଇଛନ୍ତି ା ଅପରପକ୍ଷେ ଅଞ୍ଚଳବାସୀଙ୍କୁ ସ୍ବଚ୍ଛ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ୨୦୧୮ ଜୁନ ୩୦ ତାରିଖରେ ୩୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଏକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା ା ତେବେ ଦୀର୍ଘ ଏକବର୍ଷ ଅତିବାହିତ ହୋଇଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ନ ଥିବାରୁ ସମ୍ପ୍ରତି ଗ୍ରୀଷ୍ମପ୍ରବାହ ସମୟରେ ଲୋକେ ପାଣି ମୁନ୍ଦେ ପାଇଁ ଡହଳବିକଳ ହେଉଛନ୍ତି। ଏ ସମ୍ପର୍କରେ ବାଣପୁର ସରପଞ୍ଚ କର କହନ୍ତି, ସେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଖୁବ୍‌ଶୀଘ୍ର ଏହା ପଞ୍ଚାୟତକୁ ହସ୍ତାନ୍ତର କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପ୍ରକଳ୍ପ ହସ୍ତାନ୍ତର ହେବା ପରେ ଆମେ ଅଞ୍ଚଳବାସୀଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା କରିବୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri