ପ୍ରକୃତିର ଉପାସନା ଚୁରାଖାଇ ଯାତ୍‌ରା

ଗୁଡ଼ଭେଲିପଦର, ୩।୧୨(ଡି.ଏନ୍‌.ଏ.)-
ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଦହ୍ୟା, କାଦୋପଦର, ମନୁପାଲି, ମହେଶ୍ୱରପିଣ୍ଡା, ଋଷିବନ୍ଧ, ତାଳପଦର ଲେଖେଁ ପାଖାପାଖି ୧୦ ଖଁଡ଼ ଗଁାକେ ନେଇ ପଁଚ୍‌ରା ଅଂଚଲ ଗଠିତ୍‌। ଇ ଅଂଚଲର ଗୁଟେ ଫାଲେ ମହାନଦୀ ରହିଥିଲାବେଲେ ଉନିଆ ଦୁଇଫାଲେ ବାଘନଦୀ ଆର ମେହେରୁଣୀ ନଦୀ ରହିଛେ। ତିନ୍‌ଟା ନଦୀ ଘେରାର ମଝିଥି ରହିଥିବାର ସରସା ଜଂଗଲ ଜମି ଅଂଚଲଟା ହେଉଛେ ପଁଚ୍‌ରା। ୫ଟା କଁଧ୍‌ ଜମିଦାରୀକେ ନେଇ ଇ ଅଂଚଲ ଗଠିତ୍‌ ହେଇଥିବାର ପୁରାତନ ଲୋକ୍‌ କହେସନ୍‌। ସେନ୍‌ତା ଇତିହାସ ଅନ୍‌ସାରେ ପଁଚ୍‌ରା ଅଂଚଲ ପୁରାତନ କାଲୁ ବୌଦ୍ଧ ରାଏଜର ଅଧୀନରେ ଥିଲା। ବୌଦ୍ଧର ଭଞ୍ଜ ରଜା ବିଶ୍ୱମ୍ବର ଦେବକଁର ରାଜୁତି ସମିଆରେ ବୌଦ୍ଧ ରାଜକୁମାରୀ ସୁବର୍ଣ୍ଣପୁର ଚୌହାନ ବଉଁଶର ରଜାକଁୁ ବିହା ହେଇଥିଲେ। ବିହାବେଲେ କାଠିପାନି, ସେଁଦୁର ଟିକା ହିସାବେ ଇ ସରସା ଜଂଗଲ ଜମି ପଁଚ୍‌ରା ଅଂଚଲକେ ସୁବର୍ଣ୍ଣପୁର ରଜାକୁଁ ଉପହାର ଦେଇଥିଲେ। ପଁଚ୍‌ରା ଅଂଚଲରେ ପୁରାତନ କାଲୁ ଅନେକ ଜାନିଯାତ୍‌ରା ପାଲିତ ହେଇ ଆସୁଛେ। ସେ ଭିତ୍‌ରୁ ଚୁରାଖାଇ ଯାତ୍‌ରା ଅଲଗ୍‌ ଆଏ। ଇ ଯାତ୍‌ରାଟା ମଗ୍‌ଶୀର ଶେଷ ଗୁରୁବାରନୁ ଆରମ୍‌ ହେଇ ଅଷ୍ଟମଙ୍ଗଳା ତକ୍‌ ପାଲିନ ହେସି। ଅଂଚଲର ମୂଲ ଅଧିବାସୀ କଁଧ୍‌ ସମାଜର ଦେଖ୍‌ରେଖ୍‌ ଇ ଯାତ୍‌ରା ପୁରାତନ କାଲୁ ଆୟୋଜନ ହେଇଆସୁଛେ। ପଁଚ୍‌ରା ଅଂଚଲର ଲୋକମାନେ ମା’ମାହେଶ୍ୱରୀ ଦେବୀକଁର ପୂଜା କରବାର ସଂଗେ ଯାତ୍‌ର ଜଂଗଲକେ ଯାଏସନ। ଇ ଯାତ୍‌ରାକେ ଅଂଚଲର କୁଲଦେବୀ ମା’ମାହେଶ୍ୱରୀକଁର ବିହା ଯାତ୍‌ରା ବଲି କୁହାଯାଏସି। ଇ ସମିଆରେ ଇଠାନେ ନୂଅଁାଚୁରା, ଝଁଟା ବି ନୂଅଁା ଲଗାଯାଏସି। ଇ ବଛର ବି ଜାକ୍‌ଜମକରେ ଆଏବାର ୫ ତାରିଖରୁ ଯାତ୍‌ରା ଆରମ୍‌ ହେବା ବଲି କମିଟି ତରଫୁ କୁହାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri