ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨ ଛାତ୍ରୀଛାତ୍ର ଅସୁସ୍ଥ: ଗୁଣିଆ ଡାକି ଝାଡ଼ିଲେ ଅଭିଭାବକ

ବନ୍ତଳା,୩୦।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଅସୁସ୍ଥ ହୋଇପଡ଼ିଥିବା ୧୨ ଛାତ୍ରୀଛାତ୍ରଙ୍କୁ ଝଡ଼ାଫୁଙ୍କା କରିଛନ୍ତି ଗୁଣିଆ। ଶିକ୍ଷକମାନଙ୍କ ବାରଣ ସତ୍ତ୍ୱେ କେତେଜଣ ଅଭିଭାବକ ଏପରି ଅନ୍ଧବିଶ୍ୱାସର ସାହାରା ନେବା ଚର୍ଚ୍ଚାର ବିଷୟ ହୋଇଛି। ସେହିପରି ପଲାଙ୍କୁ ମଧ୍ୟାହ୍ନଭୋଜନ ନ ଦେଇ ଫିଙ୍ଗାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୦ଟା ୩୦ରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀର ୧୨ ଜଣ ଛାତ୍ରୀଛାତ୍ରଙ୍କ ମୁଣ୍ଡ ବୁଲାଇବା ସହିତ ଗୋଡ଼ ହାତ ଅତ୍ୟଧିକ ଥଣ୍ଡା ହୋଇଯାଇଥିଲା। କେତେଜଣ ପେଟ ଦରଜ ହେଉଥିବା କହି ଅସୁସ୍ଥ ଅନୁଭବ କରିଥିଲେ। ଖବରପାଇ ଅଭିଭାବକମାନେ ବିଦ୍ୟାଳୟରେ ପହଞ୍ଚି ଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଭୂତ ଲାଗିଥିବା ସନ୍ଦେହ କରି ଗୁଣିଆ ଡକାଇ ସ୍କୁଲ ପରିସରରେ ଝଡାଫୁଙ୍କା କରିଥିଲେ। କେତେଜଣ ଅଭିଭାବକ ଛାତ୍ରୀଛାତ୍ରଙ୍କୁ ଘରକୁ ନେଇ ସେଠାରେ ମଧ୍ୟ ଝଡ଼ାଫୁଙ୍କା କରିଥିଲେ। ତେବେ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦେହୁରୀ, ଅଭିଭାବକ ମମତା ପ୍ରଧାନ, ସେଚ୍ଛାସେବୀ ଟିକିଲି ପ୍ରଧାନ ଓ ବବୁଲ ପ୍ରଧାନ ପ୍ରମୁଖ ଏକ ଅଟୋରେ ପାଞ୍ଚ ଜଣଙ୍କୁ ଜଗନ୍ନାଥପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ବିଶ୍ୱଜିତ ନାଏକ, ଡାକ୍ତର ବିଜୟ ପ୍ରଧାନ ଓ ଫାର୍ମାସିଷ୍ଟ ଅଜିତ କୁମାର ସାହୁ ପ୍ରମୁଖ ସେମାନଙ୍କୁ ଚିକିତ୍ସା କରି ଘରକୁ ପଠାଇ ଦେଇଥିଲେ। ପରେ ଶିକ୍ଷା କମିଟି ଓ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଗ୍ରାମ ସଭାପତି ଭଗବାନ ପ୍ରଧାନ, ଶିକ୍ଷା ପରିଚାଳନା କମିଟି ସଭାପତି ତ୍ରୈଲୋକ୍ୟ ପ୍ରଧାନ, ଉପ ସଭାପତି ବବିତା ନାଏକ, ୱାର୍ଡମେମ୍ବର ମୂଳିଆ ଦେହୁରୀ, ସରପଞ୍ଚ ବିନୋଦ ସାହୁ, ଅନନ୍ତ ପ୍ରଧାନ, ମମତା ସାହୁ, ଲିଲି ସାହୁ, ଚିତା ଦାସଙ୍କ ସହିତ ସମସ୍ତ ଅଭିଭାବକ ଉପସ୍ଥିତ ଥିଲେ। କାଳେ ପିଲାଙ୍କର କିଛି ଅସୁବିଧା ହେବ ସେଥିପାଇଁ ରୋଷେଇ ହୋଇଥିବା ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଖାଇବାକୁ ନ ଦେଇ ଫୋପାଡ଼ି ଦେବାକୁ ଗ୍ରାମବାସୀ କହିଥିଲେ।
ଏ ସମ୍ପର୍କରେ ସିଆର୍‌ସିସି ଗୋବର୍ଦ୍ଧନ ନାଏକ କୁହନ୍ତି, ପ୍ରଧାନ ଶିକ୍ଷକ ସୌରିଆ ପ୍ରଧାନ ଏ ନେଇ ଜଣାଇବା ପରେ ବିଇଓ ଏବଂ ଡିପିସିଙ୍କୁ ଅବଗତ କରାଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ଲୋପମୁଦ୍ରା ପଟ୍ଟନାଏକ କୁହନ୍ତି, ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପାଇଁ ବିଆର୍‌ସିସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଘନଶ୍ୟାମ ବେହେରା କୁହନ୍ତି, ବୁଧବାର ଉକ୍ତ ବିଦ୍ୟାଳୟକୁ ଏକ ଡାକ୍ତରୀ ଦଳ ପଠାଇ ଘଟଣା ବିଷୟରେ ବୁଝିବା ସହିତ ଅସୁସ୍ଥ ହୋଇଥିବା ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri