ପୌରପାଳିକା ସ୍କ୍ବାଡ୍‌ର ଚଢ଼ାଉ: ଏକ କୁଇଣ୍ଟାଲ ପଲିଥିନ, ପ୍ଲାଷ୍ଟିକ ଜବତ

ଅନୁଗୋଳ ଅଫିସ, ୫।୧ – ଅନୁଗୋଳ ପୌର ପରିଷଦ ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ଲକ୍ଷ୍ମୀ ବଜାରରୁ ଏକ କୁଇଣ୍ଟାଲ ପଲିଥିନ ଓ ପ୍ଲାଷ୍ଟିକ ଜବତ କରାଯାଇଛି। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତେବେ ଉକ୍ତ ଅଞ୍ଚଳର ଅନ୍ୟ ଏକ ଘରେ ବିପୁଳ ପରିମାଣର ପଲିଥିନ ଥିବା ନେଇ ସୂଚନା ଥିଲେ ମଧ୍ୟ ଉକ୍ତ ଘରର କୌଣସି ଲୋକଙ୍କୁ ନ ପାଇବାରୁ ଚଢ଼ାଉ କରାଯାଇ ପାରି ନ ଥିବା ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଲକ୍ଷ୍ମୀ ବଜାରର ଏକ ଗୋଦାମ ଘରେ ବିପୁଳ ପରିମାଣରେ ପଲିଥିନ ଓ ପ୍ଲାଷ୍ଟିକ ଥିବା ନେଇ ପୌରପାଳିକା ନିକଟରେ ସୂଚନା ରହିଥିଲା। ଶନିବାର ପୂର୍ବାହ୍ନରେ ସେଠାରେ ଚଢ଼ାଉ ସମୟରେ ଗୋଦାମ ଘରେ ଥିବା ଲୋକେ ବିରୋଧ କରିଥିଲେ। ତଥାପି ପୌର ସ୍କ୍ବାଡ୍‌ ଘର ଭିତରେ ପଶି ପଲିଥିନ ଓ ପ୍ଲାଷ୍ଟିକ ମହଜୁଦ ଥିବା ଦେଖିଥିଲେ। ପରେ ନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ପହଞ୍ଚତ୍ ଗୋଟିଏ କୁଇଣ୍ଟାଲ ପଲିଥିନ ଓ ପ୍ଲାଷ୍ଟିକ ଜବତ କରିଥିଲେ। ଉକ୍ତ ଘର ମାଲିକଙ୍କୁ ଚିହ୍ନଟ କରାଯାଇ ନ ଥିବାରୁ ଜରିମାନା ଆଦାୟ କରାଯାଇନାହିଁ। ଘର ମାଲିକଙ୍କ ସନ୍ଧାନ ମିଳିବା ପରେ ନୋଟିସ୍‌ ଜାରି କରାଯିବ ବୋଲି ନିର୍ବାହୀ ଅଧିକାରୀ ପଣ୍ଡା କହିଛନ୍ତି। ଏହା ପୂର୍ବରୁ ମଧ୍ୟ ପୌରପାଳିକା ଉକ୍ତ ଗୋଦାମରୁ ପଲିଥିନ ଓ ପ୍ଲାଷ୍ଟିକ ଜବତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଝିଅକୁ କେନାଲକୁ ଠେଲି ଦେଲେ ବାପା: କାରଣ ଜାଣିଲେ ଟାଙ୍କୁରି ଉଠିବ ଲୋମ

ପୁଣେ,୩।୧: ମହାରାଷ୍ଟ୍ରର ନାନ୍ଦେଡ଼ ଜିଲାରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ୨୮ ବର୍ଷୀୟ ପାଣ୍ଡୁରଙ୍ଗ ରୋଣ୍ଡମଙ୍ଗଲେ ନାନ୍ଦେଡ଼ର କେରୁର ଗାଁରେ ‘ବିରାଟ ସେଲୁନ’ ନାମକ ଏକ…

ରାଜଧାନୀରେ କଳଙ୍କ: ନାବାଳିକା ଝିଅକୁ ବଳାତ୍କାର କରୁଥିଲେ ବାପା, ଘଟଣା ସମ୍ପର୍କରେ ଜଣାଇଲେ…

ନୂଆଦିଲ୍ଲୀ,୩।୨: ଦିଲ୍ଲୀରେ ଏକ ଘଟଣା ବାପା-ଝିଅଙ୍କ ସମ୍ପର୍କକୁ କଳଙ୍କିତ କରିଛି। ଜଣେ ୧୪ ବର୍ଷୀୟା ଝିଅ ତାଙ୍କ ବାପାଙ୍କ ବିରୋଧରେ ଅଭିଯୋଗ ଆଣି ଏଫଆଇଆର ଦାୟର କରିଛନ୍ତି।…

ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ପରେ ଷ୍ଟକ ମାର୍କେଟରେ ଫେରିଛି ଖୁସି, ସେନସେକ୍ସ ୨୪୦୦ ପଏଣ୍ଟ ଟପିଛି, ବୃଦ୍ଧି ପାଇଛି ନିଫ୍ଟି

ନୂଆଦିଲ୍ଲୀ,୩।୨: ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଅନୁଭୂତ ହେଉଛି। ମଙ୍ଗଳବାର ପ୍ରାରମ୍ଭିକ କାରବାରରେ ଭାରତୀୟ ଷ୍ଟକ ବଜାରରେ ଏକ ବଡ଼ ବୃଦ୍ଧି ଦେଖିବାକୁ…

ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଯୋଗୁ କ’ଣ ସବୁ ହେବ ଶସ୍ତା, ଦେଖନ୍ତୁ ପୂରା ଲିଷ୍ଟ…

ନୂଆଦିଲ୍ଲୀ,୩।୨: ଭାରତ ଏବଂ ଆମେରିକା ମଧ୍ୟରେ ସ୍ବାକ୍ଷରିତ ବାଣିଜ୍ୟ ଚୁକ୍ତିକୁ ଭାରତର ଅର୍ଥନୀତି ପାଇଁ ଏକ ଐତିହାସିକ ମୋଡ଼ ବୋଲି ବିବେଚନା କରାଯାଉଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

‘ନିଜ ଉପରେ ବିଶ୍ୱାସ ଥିଲେ ସବୁକିଛି ସମ୍ଭବ…’, କାହିଁକି ଏମିତି କହିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଆତ୍ମବିଶ୍ୱାସ ହେଉଛି ଏପରି ଶକ୍ତି ଯାହା ସବୁକିଛି ସମ୍ଭବ କରିଥାଏ ଏବଂ ଏକ ବିକଶିତ ଭାରତର ସ୍ବପ୍ନକୁ ସାକାର…

ଗଞ୍ଜାମର ୭ ପୌରସଂସ୍ଥାର ଆସନ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ: ମାର୍ଚ୍ଚ ସୁଦ୍ଧା ୩୬ ନବଗଠିତ ୱାର୍ଡ଼ ହେବ ସୀମା ନିର୍ଦ୍ଧାରଣ

ଭଞ୍ଜନଗର,୩।୨(ବାବୁଲା ପ୍ରଧାନ): ୨୦୨୭ରେ ପଞ୍ଚାୟତ ଏବଂ ପୌରସଂସ୍ଥା ଗୁଡ଼ିକର ନିର୍ବାଚନ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ତେଣୁ ସରକାର ବର୍ତ୍ତମାନଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ରାଜ୍ୟ…

ଚାଇନା, ପାକିସ୍ତାନ, ବାଂଲାଦେଶକୁ ବଡ଼ ଝଟକା…, ଜାଣନ୍ତୁ ଟ୍ରେଡ ଡିଲ ପରେ ଆମେରିକା ବଜାରରେ କେମିତି ରାଜ୍‌ କରିବ ଭାରତ

ନୂଆଦିଲ୍ଲୀ,୩।୨: ସୋମବାର ରାତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ…

ରାତି ଅଧରେ ବୁଦାମୂଳରୁ ଶୁଭିଲା ନବଜାତର କାନ୍ଦ, ତାପରେ….

ପାଳଲହଡ଼ା,୩।୨(ଦିବ୍ୟଜ୍ୟୋତି ଦାଶ): ଚଷାଗୁରୁଜାଙ୍ଗ ଖେଳପଡ଼ିଆ ବୁଦାମୂଳରୁ ନବଜାତ ପୁତ୍ରଙ୍କୁ ଉଦ୍ଧାର କରାଯାଇଛି । ସୋମବାର ରାତି ପ୍ରାୟ ୯ଟା ସମୟରେ ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri