ପୋଲିସ ସମ୍ମୁଖରେ ପଗଡ଼ି ଖୋଲି ପଞ୍ଜାବୀ ଯୁବକଙ୍କୁ ମାଡ଼ ଘଟଣା: ଓଡ଼ିଶା ଛାଡ଼ି ପଳାଇବୁ ବୋଲି କହିଲେ ପରବିନ୍ଦର

ଭୁବନେଶ୍ୱର,୧୬ା୧(ବ୍ୟୁରୋ): ଆକ୍ରମଣକାରୀଙ୍କୁ ଚିହ୍ନଟ ପାଇଁ ପୋଲିସ ଡାକିଲା। ଏକାଧିକ ପୋଲିସର ଉପସ୍ଥିତିରେ ହିଁ ଅଭିଯୁକ୍ତମାନେ ମୋତେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କଲେ। ମୋ ପଗଡ଼ିକୁ ତଳେ କଚାଡ଼ି ଅସମ୍ମାନିତ କଲେ। ମୋ ଜାତିକୁ ନେଇ ଖରାପ ଭାଷାରେ ଗାଳିଗୁଲଜ କରିବା ସହ ନାନା ଆକ୍ଷେପ ମଧ୍ୟ କଲେ। କେହି ମୋତେ ସହାୟତାର ହାତ ବଢ଼ାଇବାକୁ ଆସିଲେନି। ଖୋଦ୍‌ ପୋଲିସ ଦେଖଣାହାରି ସାଜିଥିଲା। ଲାଗୁଥିଲା ଏଠାରେ ପୋଲିସ-ଅପରାଧୀ ସବୁ ସମାନ। ମୋର ଜାନ୍‌ ଚାଲିଯାଇଥାନ୍ତା ପଛେ, ମୋ ଜାତିର ଇଜ୍ଜତ ପଗଡ଼ିକୁ ଫିଙ୍ଗି ଯେପରି ଆକ୍ରମଣ କଲେ ତାହା ମୋତେ ଭାରି କଷ୍ଟ ଦେଉଛି। ମୋତେ ବଞ୍ଚତ୍ବାକୁ ଇଚ୍ଛା ହେଉନି। ଘଟଣା ପରଠାରୁ ମୁଁ ଓ ମୋ ପରିବାର ଭୟ ଆଶଙ୍କାରେ ରହିଛୁ। ଓଡ଼ିଶା ପୋଲିସ ଉପରେ ମୋର ଭରସା ପାଉନି। ଆବଶ୍ୟକ ପଡ଼ିଲେ ଓଡ଼ିଶା ଛାଡ଼ି ନିଜ ରାଜ୍ୟକୁ ପଳାଇବୁ ବୋଲି ମଙ୍ଗଳବାର ଲକ୍ଷ୍ମୀସାଗର ଥାନାଞ୍ଚଳରେ ଆକ୍ରମଣର ଶିକାର ହୋଇଥିବା ପଞ୍ଜାବର ପରବିନ୍ଦର ପାଲ୍‌ ସିଂ ଗଣମାଧ୍ୟମକୁ କହିଛନ୍ତି।
ପରବିନ୍ଦରଙ୍କ ଏଭଳି କ୍ଷୋଭ ଓ ଭୟ ଓଡ଼ିଶା ପୋଲିସ ପାଇଁ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାକୁ କମିଶନରେଟ ପୋଲିସ ଗୁରୁତ୍ୱର ସହ ନେଇ ଆରମ୍ଭରୁ କଡ଼ା ପଦକ୍ଷେପ ନେଇଛି। ମଙ୍ଗଳବାର ରାତିରେ ପୋଲିସ ଲକ୍ଷ୍ମୀସାଗର ଅଞ୍ଚଳର ଦୀପକ ମହାନ୍ତି ଓ ଶଙ୍କର ରାଉତଙ୍କୁ ଗିରଫ କରିଥିବାବେଳେ ବୁଧବାର ଅନ୍ୟତମ ଅଭିଯୁକ୍ତ ଦୀପକ କୁମାର ଜେନାଙ୍କୁ ଗିରଫ କରିଛି। ପରବିନ୍ଦରଙ୍କ ଅଭିଯୋଗକ୍ରମେ ମାମଲା ନଂ.୧୫/୧୦ରେ ୩ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପକ୍ଷରେ ଘଟଣା ପରେ ପିସିଆର୍‌ ଭ୍ୟାନ୍‌ ଇନ୍‌ଚାର୍ଜ ତଥା ପୂର୍ବତନ ସେନା କର୍ମଚାରୀ ସୁବାସ ଚନ୍ଦ୍ର ରାଉତଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଆଗାମୀ ୩ ଦିନରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବାକୁ କମିଶନର ସୁଧାଂଶୁ ଷଡ଼ଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ବୁଧବାର ସନ୍ଧ୍ୟାରେ ଅତିରିକ୍ତ ପୋଲିସ କମିଶନର ତଥା ଡିସିପି ଅନୁପ କୁମାର ସାହୁ ପରବିନ୍ଦରଙ୍କ ଘରେ ପହଞ୍ଚତ୍ ତାଙ୍କଠାରୁ ପଚାରିବୁଝିଥିଲେ। ଅଭିଯୁକ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିଲେ। ତେବେ ମିଳିଥିବା ଶେଷ ରିପୋର୍ଟ ଅନୁସାରେ, କୋର୍ଟରେ ସମସ୍ତଙ୍କୁ ଜାମିନ ମିଳିଯାଇଛି। ଏହା ଶୁଣିବା ପରେ ଆକ୍ରମଣର ଶିକାର ପରବିନ୍ଦର ଓ ପରିବାର ଲୋକେ ଆହୁରି ଭୟଭୀତ ଅବସ୍ଥାରେ ରହିଛନ୍ତି।
ସୂଚନାଯୋଗ୍ୟ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଭଗବାନ ଟାଓ୍ବାର ଆପାର୍ଟମେଣ୍ଟରେ ପରବିନ୍ଦର ପରିବାର ସହ ରୁହନ୍ତି। ଏଥିସହ ସେ ଉକ୍ତ ଆପାର୍ଟମେଣ୍ଟ ଆସୋସିଏଶନର ଟ୍ରେଜରର ଅଛନ୍ତି। ମଙ୍ଗଳବାର ଅପରାହ୍ନରେ ଅଭିଯୁକ୍ତ ଦୀପକ, ଶଙ୍କର ଓ ଅନ୍ୟ ୬ଜଣ ଆପାର୍ଟମେଣ୍ଟ ଆଗରେ କାର୍‌ ରଖି ଖଟି କରୁଥିଲେ। ପରବିନ୍ଦର ତାଙ୍କ ଝିଅକୁ ସ୍କୁଲରୁ ଆଣି ଫେରୁଥିବାବେଳେ ଅଭିଯୁକ୍ତମାନ ବାଟରୁ କାର୍‌ ନ ହଟାଇ ତାଙ୍କୁ ଆକ୍ରମଣ କରିଥିଲେ। ପରବିନ୍ଦର ଜୀବନ ବଞ୍ଚାଇବାକୁ ଆପାର୍ଟମେଣ୍ଟ ଭିତରକୁ ଦୌଡ଼ି ପଳାଇ ନଂ.୧୦୦ରେ ପୋଲିସକୁ ଖବର ଦେଇଥିଲେ। ପିସିଆର୍‌ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ପରବିନ୍ଦରଙ୍କୁ ଡାକିଥିବାବେଳେ ସେଠାରେ ଉପସ୍ଥିତ ଅଭିଯୁକ୍ତମାନେ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri