ମାଲକାନଗିରି,୧୭।୯(ଡି.ଏନ.ଏ): ୨ ବର୍ଷ ଧରି ଗଞ୍ଜେଇ ଚୋରାଚାଲାଣ ରୋକିବାରେ ମାଲକାନଗିରି ପୋଲିସ ସଫଳ ରହିଛି। ଏହି ସମୟ ମଧ୍ୟରେ ଜିଲାର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚୋରା ବ୍ୟାପାରୀଙ୍କୁ ପୋଲିସ ଗିରଫ କରିବା ସହ ଦଶ ଚକିଆ, ଚାରି ଚକିଆ, ଛଅ ଚକିଆ, ଦଇ ଚକିଆ ଓ କ୍ୟାଣ୍ଟିନର ଜବତ କରିଛି ା ପାଖାପାଖି ୫୦୦ କୋଟିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରି ପ୍ରଶଂସିତ ହୋଇଛି ପୋଲିସ। କିନ୍ତୁ ଜଣେ ପୋଲିସ୍ କର୍ମଚାରୀଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଛନ୍ତି ଗଞ୍ଜେଇ ଚୋରାଚାଲାଣକାରୀ। ଲକ୍ଷେ ଟଙ୍କା ଲାଞ୍ଚଦେଲେ ଛାଡିଦେବି ବୋଲି ପୋଲିସ କର୍ମଚାରୀ ଜଣଙ୍କ ତାଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ଚିତ୍ରକୋଣ୍ଡା ଥାନା କେସ୍ ନମ୍ବର ୯୫ ଅନୁଯାୟୀ, ଏକ ପାଣି ବୋଝେଇ ଟ୍ରକ୍ ତଳେ ୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଥିବା ପୋଲିସ ଜାଣି ଗାଡି ଏବଂ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜବ୍ତର ସିଂ, ବଣ୍ଟି ସିଂଙ୍କୁ କୋର୍ଟ ଚାଲାଣ କରିଛି। କିନ୍ତୁ ଗଞ୍ଜେଇ ଗାଡି ଜବତ ସମୟରେ ଚିତ୍ରକୋଣ୍ଡା ଥାନାର ଜଣେ ପୋଲିସ କର୍ମଚାରୀ (ହୋମ୍ଗାର୍ଡ) ଜବ୍ତର ଏବଂ ବଂଟିଙ୍କୁ କେସ୍ରୁ ମୁକ୍ତ କରାଇବା ପାଇଁ ୨ ଲକ୍ଷ ଟଙ୍କା ଦାବି କରିଥିଲେ ା ହେଲେ ସେମାନଙ୍କ ନିକଟରେ ଅର୍ଥ ନ ଥିବାରୁ କେସ୍ରୁ ମୁକ୍ତି ପାଇଯିବେ ଭାବି ପ୍ରଥମେ ଏକ ଲକ୍ଷ ଟଙ୍କାର ଚେକ୍ ଦେବେ ବୋଲି କହିଥିଲାବେଳେ ଆମେ ହରିୟାଣାରେ ପହଞ୍ଚିବା ପରେ ଆଉ ଏକ ଲକ୍ଷ ଟଙ୍କା ଦେବୁ ବୋଲି କହିଥିଲେ। ଏକ ଲକ୍ଷ ଟଙ୍କାର ଚେକ୍ ଦେଲା ପରେ ଚିତ୍ରକୋଣ୍ଡା ପୋଲିସ ୨ ଅଭିଯୁକ୍ତଙ୍କ ଗଞ୍ଜେଇ ଗାଡି ଜବତ କରି ଥାନାରେ କେସ୍ ନମ୍ବର ୯୫ ଅନୁଯାୟୀ କୋର୍ଟ ଚାଲାଣ କରିଥିଲେ ା ହରିୟାଣାର ଏହି ୨ ବ୍ୟକ୍ତି ମାଲକାନଗିରି ଜେଲ୍ରେ ଥିବା ଖବର ପାଇଲା ପରେ ତାଙ୍କ ପିତା ମାଲକାନଗିରି ଆସି ପୁଅକୁ ସାକ୍ଷାତ କଲା ପରେ ଏହି ସବୁ ଘଟଣା ପ୍ରକାଶ କରିଛନ୍ତି। ତେବେ ଏ ଘଟଣା ସମ୍ବନ୍ଧରେ ଚିତ୍ରକୋଣ୍ଡା ଥାନାର କୌଣସି ପୋଲିସ ଅଧିକାରୀ ଜାଣି ନ ଥିବା କହିଛନ୍ତି।
Posted inଆମ ଜିଲା ଖବର, ମାଲକାନଗିରି View All
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି
ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...
ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’
ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...
ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ
ଯାଜପୁର,୨୩।୧୨: ଓଡିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଜୟ ମହାକାଳ ଫାଉଣ୍ଡେସନ” ପକ୍ଷରୁ “ଥିଲେ ଦିଅନ୍ତୁ ନଥିଲେ ନିଅନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଜିଲ୍ଲା ଯାଜପୁର...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
Archives


