ପୋଲିସ ଇନ୍‌ଫର୍ମର ସନ୍ଦେହରେ ପୁଣି ହତ୍ୟା: ୧୨ ଘଣ୍ଟା ମଧ୍ୟରେ ମାଓବାଦୀଙ୍କ ଦ୍ୱିତୀୟ ନରସଂହାର

ଲାଞ୍ଜିଗଡ,୨୨।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ପାହାଡ଼ପଦରରେ ରବିବାର ଦ୍ୱିପ୍ରହରରେ ଜନଗହଳିପୂର୍ଣ୍ଣ ବଜାରରେ ଠିକାଦାର ରାଜେନ୍ଦ୍ର ସାହୁଙ୍କୁ ଗୁଳିକରି ମାଓବାଦୀମାନେ ହତ୍ୟା କରିଥିଲେ। ଏହାର ୬ ଘଣ୍ଟା ନ ପୂରୁଣୁ ଏହି ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁର ଭୀମ ଦୋରା (୪୬)ଙ୍କୁ ମାଓବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଦୁଇଟି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ପାହାଡପଦର ଓ ବାବୁପଦରରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ ରବିବାର ବିଳମ୍ବିତ ରାତିରେ ବାବୁପଦରର ଭୀମ ଖାଇପିଇ ପରିବାର ସହିତ ଘରେ ଶୋଇଥିଲେ। ବାହାର ପଟୁ କବାଟର ଠକ୍‌ଠକ୍‌ ଶବ୍ଦ ଶୁଣି ଭୀମଙ୍କ ନିଦ ଭାଙ୍ଗିଯାଇଥିଲା । କବାଟ ଖୋଲି ଦେଖିବା ବେଳେ ୪ ଜଣ ସଶସ୍ତ୍ର ମାଓବାଦୀ ଭୀମଙ୍କୁ ବାହାରକୁ ଯିବା ପାଇଁ କହିଥିଲେ । ସେ ମନା କରିବାରୁ ଜୋର ଜବରଦସ୍ତ ମାଓବାଦୀମାନେ ଗାଁରୁ ୧୦୦ ମିଟର ଦୂରକୁ ଉଠାଇ ଆଣିଥିଲେ। ପରିବାର ଲୋକେ କାକୁତି ମିନତି କରିଥିଲେ ସୁଦ୍ଧା ଶୁଣିଲେନି। ଗାଁ ମୁଣ୍ଡକୁ ନେଇ ଗୁଳିକରି ହତ୍ୟା କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଖରେ ଏକ ସାଦା କାଗଜରେ ଲେଖା ଛାଡି ଯାଇଥିଲେ। ସେହି ଲେଖା ଅନୁସାରେ ୨୦୧୬ରେ ଗୁଣ୍ଡାରାଶି ପାହାଡରେ ମାଓବାଦୀଙ୍କ ଶିବିର ଚାଲୁଥିବା ବେଳେ ପୋଲିସକୁ ଖବର ଦେଇ ଆକ୍ରମଣ କରାଇଥିଲେ। ସେଥିପାଇଁ ଭୀମାଙ୍କୁ ହତ୍ୟା କରାଯାଇଛି ବୋଲି ସାଦା କାଗଜରେ ଦର୍ଶାଯାଇଛି। ଏହା କଳାହାଣ୍ଡି ଏରିଆ କମିଟି ସିପିଆଇ ମାଓବାଦୀ ବୋଲି ଲେଖାଯାଇଛି। ସୋମବାର ସକାଳ ୮ଟାରେ ବିଶ୍ୱନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଲାଞ୍ଜିଗଡ ନେଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଏପଟେ ରବିବାର ୧୨ଟାରେ ପାହାଡପଦର ବଜାରରେ ମାଓବାଦୀଙ୍କ ଗୁଳିରେ ରାଜେନ୍ଦ୍ର ସାହୁଙ୍କ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ପାରି ନ ଥିଲା। ଦିନ ତମାମ ଓ ରାତିସାରା ସମ୍ପର୍କୀୟମାନେ ମୃତଦେହକୁ ଜଗି ରହି ପୋଲିସକୁ ଅପେକ୍ଷା କରିଥିଲେ। ସୋମବାର ସକାଳୁ ବିଜେପୁର ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଲାଞ୍ଜିଗଡ ପଠାଯାଇଛି । ୧୨ଘଣ୍ଟା ମଧ୍ୟରେ ମାଓବାଦୀମାନେ ଦୁଇଟି ନରସଂହାର କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ବେଳେ ପୋଲିସର ଆଗାମୀ କାର୍ଯ୍ୟପନ୍ଥା କ’ଣ ରହିବ ଦେଖିବାକୁ ବାକି ରହିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଖରାଛୁଟି ବଢ଼ିବା ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ସୂଚନା, କହିଲେ ରାଜ୍ୟରେ…

ଭୁବନେଶ୍ୱର,୫ା୬: ବଢ଼ିପାରେ ଖରାଛୁଟିର ଅବଧି। ଏନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ପ୍ରଦାନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି…

ଦାୟିତ୍ୱ ନେଉ ନେଉ ଶିବ କୁମାରଙ୍କୁ ଶକ୍ତ ଧକ୍କା, ଅସନ୍ତୁଷ୍ଟ ମନ୍ତ୍ରୀଙ୍କ…

ବେଙ୍ଗାଲୁରୁ,୫।୬: କର୍ନାଟକ କ୍ୟାବିନେଟରେ ବିଭାଗ ବଣ୍ଟନ ପରେ କଂଗ୍ରେସ ସରକାର ଭିତରେ ଅସନ୍ତୋଷ ଖୋଲାଖୋଲି ଭାବରେ ଦେଖାଦେଇଛି। ବରିଷ୍ଠ ନେତା ରାମଲିଙ୍ଗା ରେଡ୍ଡୀ ଶୁକ୍ରବାର ମନ୍ତ୍ରୀ ପଦରୁ…

ମାତ୍ର ୧୫ ବର୍ଷ? ବୈଭବଙ୍କ ବୟସ ଦେଖି ତାଜୁବ ହେଲେ କୃଣାଲ ପାଣ୍ଡ୍ୟା, କହିଲେ ଏମିତି କଥା କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୫।୬: ବୈଭବ ସୂର୍ଯ୍ୟବଂଶୀ IPL ୨୦୨୬ରେ MVP (ମୋଷ୍ଟ ଭାଲ୍ୟୁଏବଲ ପ୍ଲେୟାର) ରହିଛନ୍ତି, ଯିଏ ଅରେଞ୍ଜ କ୍ୟାପ ସହିତ ଆହୁରି ଅନେକ ପୁରସ୍କାର ମଧ୍ୟ ଜିତିଛନ୍ତି। ପ୍ରଥମ…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ; ରାଷ୍ଟ୍ରପତିଙ୍କ ଉପରେ ଲଗାଇଲେ ପ୍ରତିବନ୍ଧକ, ଭୟରେ ଛାନିଆ

ଓ୍‌ବାଶିଂଟନ୍‌ , ୫।୬: ଇରାନ ସହିତ ଶାନ୍ତି ଚୁକ୍ତିକୁ ଚୂଡ଼ାନ୍ତ ରୂପ ଦେବାରେ ବ୍ୟସ୍ତ ଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପରବର୍ତ୍ତୀ ମିଶନ ବିଷୟରେ…

ମମତାଙ୍କୁ ମିଳିଲା ବଡ଼ ଅଫର୍‌: ଯାହାକୁ ଦଳରୁ ବିଦା କରିଥିଲେ, ସେ ହିଁ ଦେଲେ ଆଶ୍ୱାସନା

କୋଲକାତା,୫।୬: ପଶ୍ଚିମବଙ୍ଗରୁ ତୃଣମୂଳ କଂଗ୍ରେସ ସରକାର ହଟିବା ପରେ ଦଳରେ ଫାଟ ଦେଖାଦେଇଛି। ଅନେକ ନେତା ଦଳ ଛାଡୁଛନ୍ତି। ଦଳର ସୁପ୍ରିମୋ ମମନା ବାନାର୍ଜୀ ଏନେଇ ବେଶ୍‌…

ଆଜି ବିଶ୍ବ ପରିବେଶ ଦିବସ: ସବୁଜ ଯୋଦ୍ଧାଙ୍କୁ ନେଇ ‘ଧରିତ୍ରୀ’ର ସ୍ବତନ୍ତ୍ର ଉପସ୍ଥାପନା

ଗଛ କଟା, ପ୍ରଦୂଷଣ, ଜଳ ସଙ୍କଟ ଓ ବିଶ୍ୱ ତାପମାତ୍ରା ବୃଦ୍ଧି ମଣିଷ ଏବଂ ପ୍ରକୃତି ପାଇଁ ଗମ୍ଭୀର ବିପଦ ସୃଷ୍ଟି କରୁଥିବାବେଳେ ପରିବେଶ ସୁରକ୍ଷା ଏବେ…

ପରଲୋକରେ ବରିଷ୍ଠ ଆଇନଜୀବୀ, ହଠାତ୍‌ ବିଳମ୍ବିତ ରାତିରେ…

କେନ୍ଦୁଝର,୫।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ ଆଇନଜୀବୀ ତଥା ଜିଲା ଓକିଲ ସଂଘର ପୂର୍ବତନ ସଭାପତି ବିଭୂତି ଭୂଷଣ ପ୍ରଧାନଙ୍କ ଗତ କାଲି ବିଳମ୍ବିତ ରାତିରେ ଦେହାନ୍ତ…

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri