Posted inଖେଳ

ପୋଲାଣ୍ଡରେ ଆର୍ମି ଫିଲ୍ଡ ହକିକୁ ବଞ୍ଚାଇ ରଖିଛି: କୋଚ୍‌ କାରୋଲ ସ୍ନିଜେକ୍‌

ଭୁବନେଶ୍ୱର, ୧୧ା୬-ୟୁରୋପୀୟ ଦେଶ ପୋଲାଣ୍ଡରେ ଆର୍ମି ଫିଲ୍ଡ ହକି ଖେଳକୁ ବଞ୍ଚାଇ ରଖିଛି। ଏହି ଦେଶରେ ପ୍ରାୟ ୨୦୦୦ ଖେଳାଳି ରହିଛନ୍ତି। ଭାରତ ଭଳି ପୋଲାଣ୍ଡରେ ଆର୍ମି ଅନେକ ଖେଳକୁ ପ୍ରୋତ୍ସାହିତ କରି ଆସୁଛି। ତନ୍ମଧ୍ୟରେ ଫିଲ୍ଡ ହକି ହେଉଛି ଅନ୍ୟତମ। ପୋଲାଣ୍ଡରେ ସବୁଠାରୁ ଲୋକପ୍ରିୟ ହକି କ୍ଲବ ହେଲା ଡବ୍ଲ୍ୟୁକେଏସ୍‌ ଗନ୍‌ଓ୍ବାଲ୍ଡ ପୋଜ୍‌ନାନ୍‌। ଗତ ବର୍ଷ ଏହି ଟିମ୍‌ କ୍ରାମଗତ ୫ମ ଥର ପାଇଁ ଲିଗ୍‌ ଟାଇଟଲ ହାସଲ କରିଛି। ଏହି କ୍ଲବର ସଫଳତା ପଛରେ ପୋଲାଣ୍ଡ ଆର୍ମିର ବିଶେଷ ଭୂମିକା ରହିଛି। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ସିରିଜ ହକି ଟୁର୍ନାମେଣ୍ଟରେ ଭାଗ ନେଇଥିବା ପୋଲାଣ୍ଡର ୧୮ ଜଣିଆ ହକି ଦଳରେ ଗନ୍‌ ଓ୍ବାଲ୍‌ଡ କ୍ଲବ ପାଇଁ ଖେଳୁଥିବା ଆର୍ମିର ୯ ଜଣ ଖେଳାଳି ରହିଛନ୍ତି। ପୋାଲାଣ୍ଡ ହକି କୋଚ୍‌ କାରୋଲ ସ୍ନିଜେକ୍‌ ଏଠାରେ ତାଙ୍କର ଏକ ସାକ୍ଷାତ୍‌କାରରେ ଏକଥା ପ୍ରକାଶ କରିଛନ୍ତି। ଭାରତ ଭଳି ପୋଲାଣ୍ଡରେ ହକି ସେତେଟା ଲୋକପ୍ରିୟ ଖେଳ ନୁହେଁ। ଲୋକେ ବିଶେଷ ଫୁଟ୍‌ବଲ ଓ ଭଲିବଲ୍‌ ଖେଳକୁ ପସନ୍ଦ କରିଥାନ୍ତି। ପୋଲାଣ୍ଡରେ ଯେତେ ହକି ଖେଳାଳି ଅଛନ୍ତି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଦେଶରେ ଖେଳାଯାଉଥିବା ଲିଗ୍‌ରେ ଅଂଶଗ୍ରହଣ କରିଥାନ୍ତି ଅବଶିଷ୍ଟ ବିଦେଶରେ ଖେଳିଥାନ୍ତି। ସ୍ନିଜେକ କହିଛନ୍ତି ବିଶ୍ୱ ର଼୍ୟାଙ୍କିଙ୍ଗରେ ଆମେ ୨୧ତମ ସ୍ଥାନରେ ରହିଥିଲେ ମଧ୍ୟ ଆମର ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ଶେଷ ମୁହୂର୍ତ୍ତରେ ଏକ ଗୋଲ ସ୍କୋର କରି ମ୍ୟାଚକୁ ୧-୧ରେ ଡ୍ର ଆମେ ଭାରତକୁ ଟୁର୍ନାମେଣ୍ଟରୁ ବିଦା କରିଦେଇଥିଲୁ। ତେଣୁ ପୋଲାଣ୍ଡ ଭଳି ହକିଖେଳିପାରୁ ନାହିଁ ବୋଲି କେହି କହିପାରିବେ ନାହିଁ। ଖେଳର ବିକାଶ ପାଇଁ ଆମକୁ ପ୍ରୋତ୍ସାହନ ଏବଂ ସହଯୋଗର ଆବଶ୍ୟକତା ରହିଛି। ଆମେ ଛୋଟ ଛୋଟ କ୍ୟାମ୍ପ ଆୟୋଜନ କରିଥାଉ। ଆମେ ବେଳେବେଳେ ନେଦରଲାଣ୍ଡ୍ସ ଏବଂ ୟୁରୋପର ଅନ୍ୟ ଛୋଟ ଛୋଟ କ୍ଲବଗୁଡ଼ିକ ସହିତ ଖେଲିବା ଳାଗି ବିଦେଶ ଯାଇଥାଉ। କିନ୍ତୁ ଖେଳାଳିମାନଙ୍କ ଦକ୍ଷତା ବୃଦ୍ଧି ଲାଗି ଆମ ଲାଗି ଅଧିକ ଟୁର୍‌ର ଆବଶ୍ୟକତା ରହିଛି। ଚଳିତ ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସର ସେମିଫାଇନାଲରେ ସ୍ଥାନ ପାଇଁ ପୋଲାଣ୍ଡ ଏସିଆନ ଚାମ୍ପିୟନ ଜାପାନ ସହ ମୁକାବିଲା କରିବ। ଏହି ଟୁର୍ନାମେଣ୍ଟରୁ ଦୁଇଟି ଦଳ ଚଳିତବର୍ଷ ପରବର୍ତ୍ତୀ ଭାଗରେ ହେବାକୁଥିବା ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସ ଲାଗି ଯୋଗ୍ୟତା ଅର୍ଜନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ବଡ଼ ଖବର: ସନ୍ନ୍ୟାସ ନେଇଗଲେ ଧୋନୀ! ଆଇପିଏଲ ଅଧାରୁ ସିଏସକେ ଛାଡ଼ି ପଳାଇବା ପରେ…

ନୂଆଦିଲ୍ଲୀ,୨୧।୫: ଚେନ୍ନାଇ ସୁପର କିଙ୍ଗ୍ସ ଆଜି (୨୧ ମେ) ଦିନ ଆଇପିଏଲ ୨୦୨୬ର ଶେଷ ଲିଗ ପର୍ଯ୍ୟାୟ ମ୍ୟାଚ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି।…

ରାଗିଯାଇ ପଡ଼ିଆରେ ଏମିତି କାମ କଲେ ହାର୍ଦ୍ଦିକ ପାଣ୍ଡ୍ୟା: BCCI ଦେଲା ଦଣ୍ଡ

ନୂଆଦିଲ୍ଲୀ,୨୧।୫: ଖେଳାଳି ଏବଂ ଦଳ ଅଧିକାରୀମାନଙ୍କ ପାଇଁ ପ୍ରଯୁଜ୍ୟ ଆଇପିଏଲ ଆଚରଣ ସଂହିତା (ସ୍ତର ୧) ଉଲ୍ଲଂଘନ କରି ଫସିଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା।…

ICC ବିଶ୍ୱକପରୁ ବାଦ ପଡ଼ିବେ ରୋହିତ ଶର୍ମା ! ସାମ୍‌ନାକୁ ଆସିଲା ବଡ଼ ଖବର, ଚିନ୍ତାରେ BCCI

ନୂଆଦିଲ୍ଲୀ,୨୧।୫: ICC ODI ବିଶ୍ୱକପରେ ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଂଶଗ୍ରହଣକୁ ନେଇ ପ୍ରଶ୍ନ ଉଠିଛି। ଚୟନକର୍ତ୍ତାମାନେ ଆସନ୍ତା ବର୍ଷ…

ଏହି ଗମ୍ଭୀର ରୋଗରେ ପୀଡିତ ଥିଲେ କୋହଲି, କ’ଣ ସେହି ରୋଗ, ଯେଉଁଥିରେ ୭୦% ଲୋକ ଶିକାର

ନୂଆଦିଲ୍ଲୀ,୨୦।୫: ବିଶ୍ୱର ସବୁଠାରୁ ସଫଳ ଖେଳାଳିମାନଙ୍କ ମଧ୍ୟରେ ଗଣାଯାଉଥିବା ବିରାଟ କୋହଲି ଅନେକ ସାକ୍ଷାତକାରରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, କ୍ୟାରିୟରର ଏକ…

ଭାରତୀୟ ଦଳରେ ୪ ନୂଆ ଖେଳାଳିଙ୍କ ଆଗମନ ପରେ ଏହି ବଡ଼ ଖେଳାଳିଙ୍କ କ୍ୟାରିଅର ହୋଇଯିବ ଶେଷ! ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୨୦।୫: ବିସିସିଆଇ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ ସିରିଜ ଏବଂ ଏକମାତ୍ର ଟେଷ୍ଟ ପାଇଁ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ଭାରତ ଗସ୍ତରେ ଗୋଟିଏ ଟେଷ୍ଟ ଖେଳିବ, ଯାହା…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri