ପୋଖରୀପୁଟ ଅଞ୍ଚଳରେ କୁକୁର ଭୟ: ୧୬ ଘଣ୍ଟାରେ ୯ ଜଣଙ୍କୁ କାମୁଡ଼ିଲେ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରୁ ଶନିବାର ସକାଳ ଯାଏ ଲୋକ ଘରେ ତାଟି କବାଟ ପଡ଼ିଗଲା। ସ୍ଥିତି ଏପରି ହେଲା କି ଦୁଇଟି ଲେନ୍‌ରେ ଲୋକ ଘରୁ ବାହାରିବା ପାଇଁ ବି ଡରିଲେ। ବାଘ କି ଭାଲୁ ନୁହେଁ, ଦୁଇଟି ପାଗଳା କୁକୁର ପୋଖରୀପୁଟ ଅଞ୍ଚଳରେ ଥିବା ଅନନ୍ତବିହାର ଫେଜ୍‌ ୨ ବାସିନ୍ଦାଙ୍କୁ ଏପରି କଲବଲ କରିଥିବା ନଜରକୁ ଆସିଛି। ଜଣେ କି ଦୁଇଜଣ ନୁହେଁ ୯ଜଣ ଲୋକଙ୍କୁ କାମୁଡିି ରକ୍ତାକ୍ତ କରିଛନ୍ତି। ଦୀର୍ଘ ୧୬ ଘଣ୍ଟା ଯାଏ ଗୋଟିଏ ମାଈ କୁକୁର ଓ ପୁରୁଷ କୁକୁର ଅଞ୍ଚଳରେ ଆତଙ୍କ ଖେଳେଇଥିବାବେଳେ ସ୍ଥାନୀୟ ଯୁବକମାନେ ମାଈ କୁକୁରକୁ ପିଟିପିଟି ମାରି ଦେଇଥିବା ଅଞ୍ଚଳବାସୀ କହିଛନ୍ତି।

ଶନିବାର ସକାଳେ ଫୁଲ ତୋଳିବାକୁ ଆସିଥିବା ସମୟରେ କୁକୁର କାମୁଡ଼ାର ଶିକାର ହୋଇଥିବା ପୀତାମ୍ବର ପରିଡା କୁହନ୍ତି, ସନ୍ଧ୍ୟାରେ ସେମାନେ ୩-୪ଜଣଙ୍କୁ କାମୁଡିବା ପରେ ଅଞ୍ଚଳବାସୀ ସତର୍କତାର ସହ ଚଳପ୍ରଚଳ କରୁଥିଲେ। କିନ୍ତୁ ସକାଳେ ମଧ୍ୟ ସେମାନେ କାମୁଡିବା ଆରମ୍ଭ କରିଦେଲେ। ଲୋକମାନେ ବିଏମ୍‌ସିକୁ କୁକୁର ଧରିବା ପାଇଁ ଜଣାଇବା ସତ୍ତ୍ୱେ ସକାଳ ଯାଏ ସ୍କ୍ବାଡ ଆସି ନ ଥିଲା। ଫଳରେ ସ୍ଥାନୀୟ କେତେଜଣ ଯୁବକ ମିଶି କରି ମାଈ କୁକୁରକୁ ବାଡେଇ ମାରି ଦେଇଥିଲେ।

ଅଞ୍ଚଳରେ କୁକୁରମାନଙ୍କର ସଂଖ୍ୟା ଦିନକୁଦିନ ବଢୁଥିବା ବେଳେ ବିଏମ୍‌ସିର କୁକୁର ଓ ଗୋରୁ ଧରିବା ସ୍କ୍ବାଡର ଦେଖାମିଳୁନି। ଦୈନିକ କେହି ନା କେହି କୁକୁର କାମୁଡା ନଚେତ୍‌ ରାସ୍ତା ଉପରେ ଦୁର୍ଘଟଣାର ଶିକାର ହେଉଛି। କିନ୍ତୁ ବିଏମ୍‌ସି ଟିମ୍‌ର ଏଥିପ୍ରତି ନିଘାନାହିଁ। ଶୁକ୍ରବାର ତାଙ୍କୁ ଖବର ଦେବା ପରେ ବି ସେମାନେ ଶନିବାର ପୂର୍ବାହ୍ନରେ ଆସି ପହଞ୍ଚତ୍ ମାତ୍ର ଗୋଟିଏ କୁକୁରକୁ କାବୁ କରିଥିଲେ। ଖାଲି କୁକୁର ବନ୍ଧ୍ୟାକରଣ କରିଦେବା ପରେ ପୁଣି ସେମାନେ ଯେଉଁଠୁ ନେଇଥିଲେ, ସେଇଠାରେ ଛାଡି ଦେଉଛନ୍ତି। ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ବୋଲି ପୀତାମ୍ବର କହିଥିଲେ।
ଏ ନେଇ ବିଏମ୍‌ସି ଡେପୁଟି କମିଶନର ଶ୍ୟାମସୁନ୍ଦର ସେଠୀଙ୍କୁ ପଚାରିବାରେ ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି)ରେ ବିଏମ୍‌ସି କୁକୁରଙ୍କ ବନ୍ଧ୍ୟାକରଣ କରାଯାଉଛି। କିନ୍ତୁ ନିୟମ ଅନୁସାରେ ସେମାନଙ୍କୁ ଯେଉଁଠୁ ଅଣାଯିବ ସେଠାରେ ହିଁ ଛଡ଼ାଯିବ। ଏହାର କିଛି ସ୍ଥାୟୀ ସମାଧାନ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଏହି କାର୍ଯ୍ୟ ପାଇଁ ଦେଶରେ ପ୍ରଥମ ହେଲା ଓଡ଼ିଶା: ମିଳିଲା ଉଲ୍ଲେଖନୀୟ ସଫଳତା

ଭୁବନେଶ୍ୱର, ୮ା୪(ବନ୍ଦନା ସେଠୀ):ସହରାଞ୍ଚଳ ବିକାଶ କ୍ଷେତ୍ରରେ ଓଡ଼ିଶା ଆଉ ଏକ ସଫଳତା ହାସଲ କରିଛି। ‘ଅଟଳ ମିଶନ ଫର୍‌ ରିଜୁଭେନେଶନ ଆଣ୍ଡ୍‌ ଅର୍ବାନ ଟ୍ରାନ୍ସଫର୍ମେଶନ’(ଅମୃତ) ୨.୦ର ସଫଳ…

ଘୂର୍ଣ୍ଣିବଳୟ ସୃଷ୍ଟି: ଆସନ୍ତା ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ….

ଭୁବନେଶ୍ୱର,୮ା୪(ବନ୍ଦନା ସେଠୀ):ଓଡ଼ିଶା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଉପରବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ରହିଛି। ଏହାସହ ଏକ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri