ପେସା ଡାକ୍ତର, ନିଶା ସଙ୍ଗୀତ

ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହକି ୱାଲର୍‌ଡକପ ଅବସରରେ ହକି ଆନ୍ଥେମ ‘ଜୟ ହୋ ହକି’ରେ କଣ୍ଠଦାନ କରି କିପରି ଅନୁଭବ କରୁଛନ୍ତି ?
ନିଶ୍ଚିତ ରୂପେ ଗର୍ବ ଅନୁଭବ କରୁଛି। ଓଡିଶାରେ ପ୍ରଥମ ଥର ପାଇଁ ହକି ୱାଲର୍‌ଡକପ ଆୟୋଜିତ ହେବା ଗର୍ବର ବିଷୟ। ଏଭଳି ସମୟରେ ହକି ଉପରେ ଓଡିଆରେ ଆନ୍ଥେମରେ କଣ୍ଠଦାନ କରିବା ମୋ ପାଇଁ ଗର୍ବର କଥା। ଏହି ଆନ୍ଥେମ ଗାଇ ନିଜକୁ ଓଡିଆ ଓ ଭାରତୀୟ ବୋଲି ଗର୍ବ ଅନୁଭବ କରୁଛି।
ସଙ୍ଗୀତ ପ୍ରତି ରୁଚି କେବେଠୁ ରହିଥିଲା ? ଏଥିପାଇଁ କାହାଠାରୁ ପ୍ରେରଣା ପାଇଥିଲେ ?
ପିଲାବେଳୁ ଗୀତ ପ୍ରତି ରୁଚି ଥିଲା। ମା’ ଶର୍ମିଳା ସାମନ୍ତରା ଓ ବାପା କୃଷ୍ଣଚନ୍ଦ୍ର ଗନ୍ତାୟତ ପାରଳାଖେମୁଣ୍ଡିରେ ଅଧ୍ୟାପକଭାବେ କାର୍ଯ୍ୟରତ ଥିଲେ। ସେହି ସମୟରେ ମା’ ଜୟପୁର ଆକାଶବାଣୀ କେନ୍ଦ୍ରର କଣ୍ଠଶିଳ୍ପୀ ଥିଲେ। ଛୋଟବେଳୁ ମା’ଙ୍କଠାରୁ ପ୍ରେରଣା ପାଇ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି। ମାତ୍ର ୪-୫ ବର୍ଷ ବୟସରୁ ଷ୍ଟେଜରେ ବହୁ ଭଜନ ଗାଇଥିଲି। ପରେ ମା’ଙ୍କ ପରାମର୍ଶ କ୍ରମେ ଗୁରୁ ରଘୁନାଥ ପାତ୍ରଙ୍କ ନିକଟରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲି।
ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସଙ୍ଗୀତକୁ କିପରି ସମୟ ଦିଅନ୍ତି?
ଦିନରେ ୮ ରୁ ୧୦ ଘଣ୍ଟା ମେଡିକାଲରେ ଡ୍ୟୁଟି ଥାଏ। ବଳକା ତଥା ଅବସର ବେଳେ ଓ ଛୁଟିରେ ସମ୍ପୂର୍ଣ୍ଣ ରୂପେ ସଙ୍ଗୀତ ପାଇଁ ସମୟ ଦିଏ। ଯେହେତୁ ପିଲାବେଳୁ ଶାସ୍ତ୍ରୀୟ ସଙ୍ଗୀତ ଅଭ୍ୟାସ କରିଆସୁଛି। ତେଣୁ ବୃତ୍ତି ସହ ସଙ୍ଗୀତ ଗାଇବାରେ ବିଶେଷ କିଛି ସମସ୍ୟା ହେଉନାହିଁ।
ବୃତ୍ତି ଯୋଗୁ ସଙ୍ଗୀତ ଶିକ୍ଷାରେ କେବେ ସମସ୍ୟା ହୋଇଛି କି ?
ହଁ, ମେଡ଼ିକାଲ ପାଠ ପଢ଼ିବା ବେଳେ ସଙ୍ଗୀତ ପାଇଁ ସମୟ ଦେଇ ପାରି ନ ଥିଲି। ସେହି ସମୟରେ ସଙ୍ଗୀତ ଶିକ୍ଷା କିଛି ବର୍ଷ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ଜୀବନର ଲକ୍ଷ୍ୟ କ’ଣ ରଖିଛନ୍ତି ?
ଜୀବନରେ ଜଣେ ଭଲ ଡାକ୍ତର ହିସାବରେ ସବୁ ପ୍ରକାର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବା ହେଉଛି ମୋର ଏକମାତ୍ର ଲକ୍ଷ୍ୟ। ସୁଯୋଗ ମିଳିଲେ ଟ୍ରାଇବାଲ ଏରିଆ ତଥା ସ୍ବାସ୍ଥ୍ୟ ସେବା ଅପହଞ୍ଚଥିବା ଅଞ୍ଚଳକୁ ଯାଇ ସେଠାରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଇଚ୍ଛା ରଖିଛି।
ସଙ୍ଗୀତକୁ ନେଇ କ୍ୟାରିୟର କରିବାକୁ ଚିନ୍ତା କରିଛନ୍ତି କି ?
ନା, କେବେ ଚିନ୍ତା କରିନି। ସଙ୍ଗୀତ ମୋ ପାଇଁ କେବଳ ହବି। ନିଜକୁ ହାଲ୍‌କା ତଥା ରିଲାକ୍ସେଶନ ପାଇଁ ମୁଁ ସଙ୍ଗୀତ ଗାଇଥାଏ। ଡାକ୍ତରୀ ଜୀବନର କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜକୁ ଓ ଅନ୍ୟମାନଙ୍କ ମନୋରଞ୍ଜନ କରିବାରେ ସଙ୍ଗୀତ ମୋ ପାଇଁ ଏକ ମାଧ୍ୟମ ମାତ୍ର।
ତଥାପି ଆଗାମୀ ଦିନରେ ଅନ୍ୟକୁ ପ୍ରୋତ୍ସାହିତ ତଥା ପ୍ରେରଣା ଦେବା ଭଳି ସଙ୍ଗୀତ ଗାଇବାକୁ ଇଚ୍ଛା ରଖିଛି।
ପରିବାରରୁ ଏଥିପାଇଁ କିପରି ସମର୍ଥନ ପାଆନ୍ତି ?
ପରିବାରରେ ସମସ୍ତଙ୍କଠାରୁ ଏଥିପାଇଁ ସମର୍ଥନ ସର୍ବଦା ମିଳିଛି। ମା’ଙ୍କ ସମେତ ବାପା, ଭଉଣୀ ଈପ୍‌ସିତା, ସ୍ତ୍ରୀ ସରସ୍ବତୀ ସାମନ୍ତରା ସମସ୍ତେଯଥେଷ୍ଟ ସମର୍ଥନ ଦେଇଛନ୍ତି।
ନୂତନ ତଥା ବୃତ୍ତି ସହ ସଙ୍ଗୀତରେ କ୍ୟାରିୟର ପାଇଁ ସଂଘର୍ଷ କରୁଥିବା କଣ୍ଠଶିଳ୍ପୀଙ୍କୁ କ’ଣ କହିବାକୁ ଚାହିଁବେ ?
ବର୍ତ୍ତମାନ ସଙ୍ଗୀତ ପାଇଁ ବହୁତ ସୁଯୋଗ ରହିଛି। ଜଣେ ବୃତ୍ତି ସହ ମଧ୍ୟ ସଙ୍ଗୀତରେ କ୍ୟାରିୟର କରିପାରିବ। ଭାରତୀୟ ସଂସ୍କୃତି ତଥା ଶାସ୍ତ୍ରୀୟ ସଙ୍ଗୀତର ଜ୍ଞାନ ଜଣେ ସଙ୍ଗୀତଜ୍ଞ ଓ କଣ୍ଠଶିଳ୍ପୀ ଲାଗି ବହୁତ ଜରୁରୀ। ଜଣେ ଗୁରୁଙ୍କୁ ବାଛି ତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିବା ଉଚିତ। ବର୍ତ୍ତମାନ ସମୟରେ ସଙ୍ଗୀତରେ କ୍ୟାରିୟର କରିବାକୁ ହେଲେ ସମସ୍ତ ପ୍ରକାର ସଙ୍ଗୀତ ଉପରେ ପାରଦର୍ଶିତା ଲଭିବାକୁ ହେବ। ସେଥିମଧ୍ୟରେ ଭାରତୀୟ ସଂସ୍କୃତିଭିତ୍ତିକ ସଙ୍ଗୀତର ବିକାଶ ଉପରେ ମଧ୍ୟ ଧ୍ୟାନ ଦେବାକୁ ହେବ।

ଡା. ଚନ୍ଦନ ଗନ୍ତାୟତ


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri