ପେଟ୍ରୋଲ,ଡିଜେଲ ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି

ନୂଆଦିଲ୍ଲୀ,୭।୫: ବର୍ତ୍ତମାନ ରାଜକୋଷ ଉପରେ ଖର୍ଚ୍ଚଜନିତ ଚାପ ବଢ଼ିଥିବା ବେଳେ ସରକାର ଏହାକୁ ନେଇ ବିକଳ୍ପ ପନ୍ଥା ବାହାର କରିଛନ୍ତି। ଏହାକୁ ଧ୍ୟାନରେ ରଖି ସରକାର ମଙ୍ଗଳବାର ସନ୍ଧ୍ୟାରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ବା ଉତ୍ପାଦ ଟିକସରେ ରେକର୍ଡ ବୃଦ୍ଧି କରିଛନ୍ତି। ଫଳରେ ଏହି ଟିକସ ପେଟ୍ରୋଲ ଏବଂ ଡିଜେଲ ଉପରେ ଯଥାକ୍ରମେ ୧୦ ଟଙ୍କା ଓ ୧୩ ଟଙ୍କାକୁ ବୃଦ୍ଧି ଘଟିଛି। ଇନ୍ଧନ ଉପରେ ଟିକସ କଥା ବିଚାର କଲେ ଉତ୍ପାଦ ଟିକସ ଏବଂ ଭାଟ୍‌ ବାବଦ ଅଂଶ ମୋଟ ମୂଲ୍ୟର ପ୍ରାୟ ୭୦% ଛୁଇଁଛି। ବର୍ତ୍ତମାନ ଅନ୍ତର୍ଜାତୀୟ ଅଶୋଧିତ ତୈଳ ବଜାରରେ ମୂଲ୍ୟ ପ୍ରାୟ ୨ ଦଶନ୍ଧି ତଳକୁ ଖସିଛି। ଏଥିରୁ ତୈଳ ବିପଣନ କମ୍ପାନୀଗୁଡିକ ଲାଭ ଉଠାଉଛନ୍ତି। କାରଣ ପେଟ୍ରୋଲ ଡିଜେଲ ଦରର ରିଟେଲ ମୂଲ୍ୟରେ କୌଣସି ହ୍ରାସ ଘଟିନାହିଁ। କମ୍ପାନୀଗୁଡ଼ିକର ଏହି ସ୍ଥିତିକୁ ବିଚାରକରି ସରକାର ଉତ୍ପାଦ ଟିକସ ବଢାଇଛନ୍ତି। ଫଳରେ ରାଜକୋଷକୁ ୧.୬ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆସି ପାରିବ ବୋଲି ସୂଚନା ରହିଛି।
ଉତ୍ପାଦ ଟିକସ ବୃଦ୍ଧି କରାଯାଇଥିଲେ ମଧ୍ୟ ପେଟ୍ରୋଲ ଡିଜେଲ ଦର ଉପରେ ଏହାର ପ୍ରଭାବ ପଡିନାହିଁ। ବୁଧବାର ପେଟ୍ରୋଲ ଦର ଅପରିବର୍ତ୍ତିତ ୭୧.୨୬ ଟଙ୍କା ଏବଂ ଡିଜେଲ ୬୯.୩୯ ଟଙ୍କା ରହିଛି। ଉତ୍ପାଦ ଟିକସ ବଢ଼ିଥିଲେ ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଦର ନିମ୍ନରେ ଥିବା ଗ୍ରାହକଙ୍କ ଉପରେ ତୈଳ ବିପଣନ କମ୍ପାନୀଗୁଡିକ କୌଣସି ବୋଝ ନ ଦେଇ ନିଜ ମଧ୍ୟରେ ବର୍ଦ୍ଧିତ ମୂଲ୍ୟକୁ ବ୍ୟବସ୍ଥିତ କରିଛନ୍ତି। ଦୁଇ ମାସରୁ କମ୍‌ ସମୟ ମଧ୍ୟରେ ସରକାର ଲଗାତର ଭାବେ ଦ୍ୱିତୀୟ ଥର ଲାଗି ଏଭଳି ଟିକସ ବୃଦ୍ଧି କରିଛନ୍ତି। ଏହି ଯୋଜନା ଦ୍ୱାରା ରାଜକୋଷକୁ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କା ରାଜସ୍ବ ଆସିପାରିବ ବୋଲି ତୈଳ ବିପଣନ କମ୍ପାନୀର ଜଣେ ବରିଷ୍ଟ ଅଧିକାରୀ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୪ରେ ସରକାର ପେଟ୍ରୋଲ ଡିଜେଲ ଉପରେ ଲିଟର ପିଛା ୩ ଟଙ୍କା ଉତ୍ପାଦ ଟିକସ ବୃଦ୍ଧି କରିଥିଲେ। ଏହା ଦ୍ୱାରା ରାଜକୋଷକୁ ୩୯ ହଜାର କୋଟି ଟଙ୍କା ଆସିବ ବୋଲି ଆକଳନ କରାଯାଇଥିଲା। ଲଗାତର ଭାବେ ଏଭଳି ୨ଥର ମୂଲ୍ୟ ବୃଦ୍ଧି କରାଯିବା ଫଳରେ ରାଜକୋଷକୁ ପ୍ରାୟ ୨ ଲକ୍ଷ କୋଟି ଟଙ୍କା ଆସିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦ ଗ୍ରାମ ସୁନା ବନ୍ଧକ ରଖିଲେ କେଉଁ ବ୍ୟାଙ୍କ ଦେବ ଅଧିକ ଲୋନ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯ା୨: ୨୨ କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ ପ୍ରତି ୧୦ ଗ୍ରାମ ୧,୪୩,୩୪୦ ଟଙ୍କା। ଏହି ମୂଲ୍ୟରେ ଆପଣ ସୁନା ଜମା କରି ଋଣ ନେଇପାରିବେ। ତଥାପି,…

ବିଶେଷଜ୍ଞଙ୍କ ବଡ଼ ପୂର୍ବାନୁମାନ, ଖସିବ ସୁନା ଦର! ବିକିଲେ କେତେ ଲାଭ?

ନୂଆଦିଲ୍ଲୀ,୧୯ା୨: ଗତ କିଛି ମାସ ମଧ୍ୟରେ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି ଓ ଏବେ ସାମାନ୍ୟ ହ୍ରାସ ପାଉଛି। ତେଣୁ ଏଥିରେ…

ଭାରତ ପାଇଁ ଗୁଗୁଲର ମେଗା ପ୍ଲାନ୍: ସମୁଦ୍ର ତଳେ ଆମେରିକା ଯାଏଁ ବିଛାଯିବ କେବୁଲ୍, ନିବେଶ ହେବ ୧.୩୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୮।୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କ୍ଷେତ୍ରରେ ଏକ ବଡ଼ ବିପ୍ଳବ ଆସିବାକୁ ଯାଉଛି। ଟେକ୍ ଜଗତର କମ୍ପାନୀ ‘ଗୁଗୁଲ’ ଭାରତରେ ବ୍ୟାପକ ପୁଞ୍ଜି ନିବେଶ…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ଭାରତରେ ଶିଶୁଙ୍କ ପାଇଁ ବ୍ୟାନ୍ ହେବ ସୋସିଆଲ ମିଡିଆ: କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୭।୨: ଭାରତରେ ଶିଶୁ ଏବଂ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ଏକ ବଡ଼ କଟକଣା ଆସିବାକୁ ଯାଉଛି। କୋମଳମତି ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ…

ମହଙ୍ଗା ହେଲା ସିଗାରେଟ୍‌: ଏସବୁ ବ୍ରାଣ୍ଡ ମୂଲ୍ୟରେ ୪୧% ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ,୧୭।୨: ଦେଶର ଅଗ୍ରଣୀ ସିଗାରେଟ୍ ପ୍ରସ୍ତୁତକାରୀ କମ୍ପାନୀ ITC ଲିମିଟେଡ୍ ଏହାର ପ୍ରମୁଖ ବ୍ରାଣ୍ଡଗୁଡ଼ିକର ମୂଲ୍ୟରେ ବଡ଼ ଧରଣର ବୃଦ୍ଧି ଘଟାଇଛି। ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri