Posted inଫୁରସତ

ପେଚା କାହିଁକି ରାତିରେ ଦେଖିପାରେ…

ପେଚା ଯେତିକି ଭୟଙ୍କର ସେତିକି ବୁଦ୍ଧିମାନ ମଧ୍ୟ। କେହି କେହି ପେଚାକୁ ବୋକା ବୋଲି ଭାବିଥାନ୍ତି। କିନ୍ତୁ ପେଚା ବିଷୟରେ ଏମିତି କିଛି ଖାସ୍‌ କଥା ଅଛି ଯାହା ଅଧିକାଂଶ ଲୋକେ ଜାଣି ନ ଥିବେ। ତେବେ ଜାଣନ୍ତୁ ଏ ସମ୍ପର୍କରେ …
ପେଚା ମା’ ଲକ୍ଷ୍ମୀଙ୍କ ବାହନ ଅଟେ। ପୃଥିବୀରେ ୨୦୦ରୁ ଅଧିକ ପ୍ରଜାତିର ପେଚା ଅଛନ୍ତି। କେବଳ ଆଣ୍ଟର୍କଟିକାକୁ ଛାଡ଼ିଦେଲେ ବିଶ୍ୱର ସମସ୍ତ ସ୍ଥାନରେ ପେଚା ଦେଖିବାକୁ ମିଳିଥାନ୍ତି। ପେଚା ଏକମାତ୍ର ପକ୍ଷୀ ଯିଏକି, ନୀଳରଙ୍ଗକୁ ଭଲ ଭାବରେ ଦେଖିପାରେ। ବର୍ଷକୁ ପ୍ରାୟ ୧ ହଜାର ମୂଷା ମାରି ଏହା ଖାଇଥାଏ। ପେଚା ଏମିତି ଏକ ପକ୍ଷୀ ଯିଏ ନିଜ ଶରୀର ନ ବୁଲାଇ ମୁଣ୍ଡକୁ ୨୭୦ ଡିଗ୍ରୀରେ ବୁଲାଇଥାଏ। ଯାହା ଦ୍ୱାରା ଚତୁଃପାର୍ଶ୍ୱରେ ଥିବା ସମସ୍ତ ଜିନିଷକୁ ଦେଖିପାରେ। ଯେକୌଣସି ବସ୍ତୁର ଥ୍ରୀ ଡି ଇମେଜ ମଧ୍ୟ ଏହା ଦେଖିପାରେ।

ଛବିର ଲମ୍ବ, ଚଉଡ଼ାକୁ ବେଶ୍‌ ଭଲ ଭାବେ ଦେଖିପାରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିବାଲୋକରେ ପେଚାକୁ ଦେଖାଯାଏ ନାହିଁ। ରାତିରେ ଏହା ମଣିଷଠାରୁ ମଧ୍ୟ ବେଶ୍‌ ଭଲ ଭାବେ ଦେଖିପାରିଥାଏ। ଏହାର ଏକ କାରଣ ରହିଛି। ମଣିଷ ଆଖି ଭିତରେ ରଡ୍‌ସ ଏବଂ କୋନ୍‌ ରହିଛି। ରଡ୍‌ସରେ ଦେଖିବା ଶକ୍ତି ଥିବାବେଳେ କୋନ୍‌ ରଙ୍ଗ ଚିହ୍ନିପାରେ। କିନ୍ତୁ ପେଚା ଆଖିରେ କମ୍‌ କୋନ୍‌ ଏବଂ ଅଧିକ ରଡ୍‌ ରହିଛି। ଏଥିପାଇଁ ଅନ୍ଧାରରେ ଏହା ଭଲ ଭାବରେ ଦେଖିପାରେ। ଏହା ବ୍ୟତୀତ ପେଚା ଆଖିରେ ପ୍ରୋଟିନ୍‌ରୁ ତିଆରି ହୋଇଥିବା ଲାଲ୍‌ ରଙ୍ଗର ଏକ ପଦାର୍ଥ ରହିଛି । ଯାହା ଦ୍ୱାରା ରାତି ହେଲେ ଏହାର ଆଖି ଅଧିକ ସମ୍ବେଦନଶୀଳ ହୋଇଉଠେ। ଆହୁରି ଅନେକ କାରଣ ଯୋଗୁ ପେଚାକୁ ରାତିରେ ଭଲ ଭାବରେ ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରମିଳାଙ୍କ ଘରେ ହଠାତ୍‌ ପହଞ୍ଚିଲେ ଯାଜପୁର ନେତା, ଉପସ୍ଥିତ ଅଛନ୍ତି ଏମାନେ ସବୁ…

ଭୁବନେଶ୍ୱର,୭।୪: ପ୍ରମିଳାଙ୍କ ସରକାରୀ ବାସଭବନରେ ଯାଜପୁର ନେତାଙ୍କ ମେଳିକୁ ନେଇ ରାଜନୀତିରେ ହଇଚଇ। ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଯାଜପୁର ସଂଗଠନକୁ ନେଇ ବୈଠକ ଚାଲିଥିବା…

ଏମିତି ଖେଳ ଖେଳିଲା ଇରାନ, ପବନରେ ଉଡ଼ିଯିବ ଟ୍ରମ୍ପଙ୍କ ମଙ୍ଗଳବାର ବାଲା ଧମକ

ତେହରାନ,୭।୪: ସମ୍ଭାବ୍ୟ ଆମେରିକୀୟ ଆକ୍ରମଣ ବିରୁଦ୍ଧରେ ଇରାନ ତାର ଶକ୍ତି କେନ୍ଦ୍ରଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଏକ ନୂତନ ରଣନୀତି ପ୍ରସ୍ତୁତ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ଗୋରୁ ବ୍ୟବସାୟୀଙ୍କ ଘରେ ଚଢାଉ: ଲକ୍ଷ ଲକ୍ଷ ଟଙ୍କା ସହ ଅଳଙ୍କାର ଜବତ

ଖଇରା,୭।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ବାହାନଗା ଅଞ୍ଚଳର ଜଣେ ଗୋରକ୍ଷକ କୃପାସିନ୍ଧୁ ବେହେରା ଗୋରୁ ବ୍ୟବସାୟୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିବା ପରେ ବାଲେଶ୍ବର ଏସପିଙ୍କ ଆକ୍ସନ ମୋଡ୍‌…

ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି : ୫ କିଲୋଗ୍ରାମ ସିଲିଣ୍ଡରର ଯୋଗାଣକୁ କଲେ ଦ୍ୱିଗୁଣିତ

ନୂଆଦିଲ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ଏହାର ପ୍ରଭାବ ଏସୀୟ ଦେଶଗୁଡ଼ିକରେ ଏଲପିଜି ଏବଂ ପେଟ୍ରୋଲ-ଡିଜେଲର ଯୋଗାଣ ଉପରେ ଦେଖାଯାଉଛି। ତଥାପି,…

ଗୋ’ ମାଫିଆଙ୍କ ଘରେ ରେଡ୍‌: ମିଳିଲା ପୁଳାପୁଳା ଟଙ୍କା-ସୁନା, ମାରଣାସ୍ତ୍ର

ଭଦ୍ରକ, ୭।୪(ସନାତନ ରାଉତ): ପୂର୍ବାଞ୍ଚଳ ଡିଆଇଜିଙ୍କ ନିଦ୍ଦେର୍ର୍ଶକ୍ରମେ ବାଲେଶ୍ୱର, ଭଦ୍ରକ ଓ ମୟୁରଭଞ୍ଜ ଜିଲାରେ ପୋଲିସ ପକ୍ଷରୁ ଗୋ’ ମାଫିଆଙ୍କ ଘରେ ରେଡ କରାଯାଇଛି l ଭଦ୍ରକର…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା, ନୂଆ ଦଳ ଗଠନ କଲେ ସିଦ୍ଧୁ! ଦଳରୁ ଅଲଗା ହେବା ପରେ…

ଚଣ୍ଡିଗଡ଼,୭।୪: ୨୦୨୭ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ, ରାଜ୍ୟର ରାଜନୈତିକ ଦୃଶ୍ୟପଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ନବଜୋତ ସିଂହ ସିଦ୍ଧୁଙ୍କ ପତ୍ନୀ ଡକ୍ଟର ନବଜୋତ କୌର…

ମୋରଡାରୁ ପଶ୍ଚିମବଙ୍ଗ ହେଉଥିଲା ଗୋ ଚାଲାଣ, ୧୩ ଗୋରୁ ଜବତ କଲା ପୋଲିସ

ମୋରଡା,୭/୪(ସ୍ମାରକ ମାଜୀ)- ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବେଆଇନ ଭାବେ ଗୋ ଚାଲାଣ ବୃଦ୍ଧି ପାଉଥିବାର ଦେଖାଯାଇଛି । ଅନେକ ସ୍ଥାନରେ ପୋଲିସର ଚଢ଼ାଉ ଜାରି…

୨୦ହଜାର କୋଟି କ୍ଷତି, ଝୁଲୁଛି AI 171 ତଦନ୍ତର ଖଣ୍ଡା , ଏୟାର ଇଣ୍ଡିଆ ଛାଡିଲେ ସିଇଓ କ୍ୟାମ୍ପବେଲ ୱିଲସନ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପର ମାଲିକାନାରେ ଥିବା ଏୟାରଲାଇନ୍ସ ଏୟାର ଇଣ୍ଡିଆରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ), କ୍ୟାମ୍ପବେଲ ୱିଲସନ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri