Posted inଖେଳ

ପୃଥ୍ବୀ ଡୋପ୍‌ ଟେଷ୍ଟରେ ବିଫଳ: ୮ ମାସ ବାସନ୍ଦ

ନୂଆଦିଲ୍ଲୀ,୩୧।୭(ପି.ଟି.)- ଉଦୀୟମାନ ଭାରତୀୟ ଓପନର ପୃଥ୍ବୀ ଶ’ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଫଳରେ ତାଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମଙ୍ଗଳବାର କ୍ରିକେଟର ସବୁ ପ୍ରକାର ଫର୍ମାଟରୁ ୮ ମାସ ପାଇଁ ବାସନ୍ଦ କରିଛି। ଗତ ସୟଦ ମୁସ୍ତାକ୍‌ ଅଲି ଟି୨୦ ଟୁର୍ନାମେଣ୍ଟ ଅବସରରେ ପୃଥ୍ବୀଙ୍କ ପରିସ୍ରା ନମୁନାର ପରୀକ୍ଷଣ ହୋଇଥିଲା। ଆଣ୍ଟି ଡୋପିଂ ତଥା ନିଶା ନିବାରଣ କାର୍ଯ୍ୟକ୍ରମ ଅନୁଯାୟୀ ଏହି ପରୀକ୍ଷା କରାଯାଇଥିଲା। ଏଥିରେ ତାଙ୍କ ନମୁନାରେ ନିଷିଦ୍ଧ ଟର୍ବୁଟାଲାଇନ ମିଳିଥିଲା। ୨୦୧୯ ଫେବୃୟାରୀରେ ନମୁନା ପରୀକ୍ଷା କରାଯାଇଥିଲା। ସେ ଆଗାମୀ ନଭେମ୍ବର ୧୫ ପର୍ଯ୍ୟନ୍ତ ସେ କ୍ରିକେଟରୁ ଦୂରେଇ ରହିବେ। ତାଙ୍କ ବାସନ୍ଦ ଅବଧି ମାର୍ଚ୍ଚ ୧୬ରୁ ଆରମ୍ଭ ହୋଇ ନଭେମ୍ବର ୧୫ରେ ଶେଷ ହେବ। ଫଳରେ ସେ ଏବେ ଆଗାମୀ ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରୁ ବାଦ୍‌ ପଡିବା ସ୍ପଷ୍ଟ ହୋଇଛି।
ଅଜାଣତରେ ସେ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ। ପ୍ରଦର୍ଶନରେ ଉନ୍ନତି ଆଣିବାକୁ ନୁହଁ ବରଂ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ଏହି ନିଷିଦ୍ଧ ପଦାର୍ଥ ସେବନ କରିଥିଲେ ବୋଲି ସେ ସଫେଇ ଦେଇ କହିଛନ୍ତି। ପୃଥ୍ବୀଙ୍କ ସ୍ପଷ୍ଟୀକରଣକୁ ବିସିସିଆଇ ହୃଦୟଙ୍ଗମ କରିଛି। ଏବେ ତାଙ୍କୁ ଆହୁରି କିଛି ଦିନ ପାଇଁ କ୍ରିକେଟରୁ ଦୂରେଇ ରହିବାକୁ ହେବ। ନିଷିଦ୍ଧ ଟର୍ବୁଟାଲାଇନ ସାଧାରଣତଃ କଫ୍‌ ସିରପ୍‌ରେ ମିଳିଥାଏ। ପୃଥ୍ବୀଙ୍କୁ ବାଦ୍‌ ଦେଲେ ବିଦର୍ଭ ୨୩ ବର୍ଷରୁ କମ୍‌ କ୍ରିକେଟର ଅକ୍ଷୟ ଦୁଲ୍ଲାରବାର, ରାଜସ୍ଥାନର ୧୯ ବର୍ଷରୁ କମ୍‌ କ୍ରିକେଟର ଦିବ୍ୟ ଗଜରାଜ ମଧ୍ୟ ନିଷିଦ୍ଧ ପଦାର୍ଥ ସେବନ କରି ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ମଧ୍ୟ ବୋର୍ଡ ବାସନ୍ଦ କରିଛି। ବିସିସିଆଇ ଆଣ୍ଟିଡୋପିଂ କାର୍ଯ୍ୟକ୍ରମ ଅନୁଯାୟୀ ଗତ ଫେବୃୟାରୀ ୨୨ରେ ମୁସ୍ତାକ ଅଲି ଟ୍ରଫି ଅସବରରେ ପୃଥ୍ବୀଙ୍କ ପରିସ୍ରା ନମୁନା ନିଆଯାଇଥିଲା। ବିଶ୍ୱ ନିଶା ନିବାରଣ ସଂସ୍ଥା (ଓ୍ବାଡା) ଟର୍ବୁଟାଲାଇନ୍‌କୁ ବାସନ୍ଦ କରିଛି। ତେଣୁ ଦେଶ ଓ ବିଦେଶରେ ଖେଳାଯାଉଥିବା ସବୁ କ୍ରୀଡ଼ାରେ ଏହି ପଦାର୍ଥ ନିଷିଦ୍ଧ ହୋଇଛି। ସେ ବିସିସିଆଇ ନିଶା ନିବାରଣ ନିୟମ (ଏଡିଆର) ୨.୧ର ଉଲ୍ଲଂଘନ କରିଛନ୍ତି ବୋଲି ବୋର୍ଡ ତରଫରୁ କୁହାଯାଇଛି।
୧୯ ବର୍ଷୀୟ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ପୃଥ୍ବୀ ୨୦୧୮ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ଖେଳି ୨୩୭ ରନ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ଗୋଟିଏ ଶତକ ଓ ଅର୍ଦ୍ଧଶତକ ସାମିଲ ରହିଛଇ। ହିପ୍‌ ଇଞ୍ଜୁରି ବା ଅଣ୍ଟାରେ ଆଘାତ ସମସ୍ୟା କାରଣରୁ ରିହାବିଲିଟେସନରେ ରହିଛନ୍ତି। ଏବେ ସେ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ରିହାବିଲିଟେଶନ ପ୍ରକ୍ରିୟାରେ ସାମିଲ ରହିଛନ୍ତି। ଫଳରେ ସେ ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଦିନିକିଆ ସରିଜ ଓ ଟେଷ୍ଟ ସରିଜରେ ଭାରତ ଏ’ ଦଳରେ ସ୍ଥାନ ପାଇ ନ ଥିଲେ। ୧୯ ବର୍ଷରୁ କମ୍‌ ବିଶ୍ୱକପ ଚାମ୍ପିୟନ ଦଳର ସଦସ୍ୟ ପୃଥ୍ବୀ ଜଣେ ପ୍ରତିଭାସମ୍ପନ୍ନ ବ୍ୟାଟ୍ସମ୍ୟାନ ରୂପେ ବିବେଚିତ ହେଉଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟେଷ୍ଟ ପଦାର୍ପଣରେ ସେ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ଅଭ୍ୟାସ ମ୍ୟାଚ୍‌ ଅବସରରେ ସେ ଗୋଇଠିରେ ଆଘାତ ପାଇବା କାରଣରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ବଦେଶ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲେ ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର, ଚାଲିଥିଲା ଛାଡପତ୍ର ମାମଲା

ରିଚମଣ୍ଡ,୧୭।୪: ପୂର୍ବତନ ଭର୍ଜିନିଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଜଷ୍ଟିନ ଫେୟାରଫ୍ୟାକ୍ସଙ୍କ ସହ ଜଡିତ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ପୋଲିସ ଏବଂ କୋର୍ଟ ରେକର୍ଡ ଅନୁଯାୟୀ, ଫେୟାରଫ୍ୟାକ୍ସ…

ଖୁସିରେ ଗଦଗଦ ପାକିସ୍ତାନ! ଟ୍ରମ୍ପଙ୍କ ପରେ ଏହି ଦେଶ କଲା ଖୁବ ପ୍ରଶଂସା

ଇସଲାମାବାଦ,୧୭।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ପାକିସ୍ତାନକୁ ପ୍ରଶଂସା କରି କହିଛନ୍ତି ଯେ ଏହା ସଂଘର୍ଷ ରୋକିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ସେ ମନ୍ତବ୍ୟ…

“ଦୋସା ଇଡ୍‌ଲି ସାମ୍ବର ଚଟଣି” ଗୀତକୁ ନେଇ CSK-RCB ମଧ୍ୟରେ ବିବାଦ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୭।୪: : ଚଳିତ IPL ୨୦୨୬ ସିଜିନ ସମୟରେ ଚେନ୍ନାଇ ସୁପର କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଏକ ନୂତନ ବିବାଦ ଦେଖାଦେଇଛି। ଚେନ୍ନାଇ…

ପୁଣି ଉଛୁଳିଲା ଟ୍ରମ୍ପଙ୍କ ପାକିସ୍ତାନ ପ୍ରେମ, ଜାଣନ୍ତୁ ଏଥର କ’ଣ କହିଲେ

ଓ୍ବାଶିଂଟନ,୧୭।୪: ଗତ ଦେଢ଼ ମାସ ଧରି ମଧ୍ୟପ୍ରାଚ୍ୟରେ ଚାଲିଥିବା ବିସ୍ଫୋରକ ସଂଘର୍ଷ ମଧ୍ୟରେ, କୂଟନୈତିକ ଟେବୁଲରୁ ଗୁରୁତ୍ୱପୂର୍ଣ୍ଣ ଖବର ଏବେ ଛାଣି ହୋଇ ଆସୁଛି। ଆମେରିକା ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri