ପୂର୍ବାଞ୍ଚଳ ଆଇଜିଙ୍କ ସମୀକ୍ଷା: ମାସକ ମଧ୍ୟରେ ବିଦା ହେବେ ବିଶୃଙ୍ଖଳିତ ପୋଲିସ ଅଧିକାରୀ

ବାରିପଦା ଅଫିସ,୨୬ା୧୦- ପୂର୍ବାଞ୍ଚଳ ପୋଲିସ ଆଇଜି ଦିପ୍ତେଶ କୁମାର ପଟ୍ଟନାୟକ ମୟୂରଭଞ୍ଜ ଜିଲାର ବିଭିନ୍ନ ଥାନା ଉପଖଣ୍ଡ କାର୍ଯ୍ୟାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଗତ ବୁଧବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୩ ଦିନ ଧରି ସେ ସମୀକ୍ଷା କରିଛନ୍ତି। ସମୀକ୍ଷା ବେଳେ ଜିଲାରେ ବିିଭିନ୍ନ ଥାନାରେ ତ୍ରୁଟି ବିଚ୍ୟୁତି ଥିବା ତାଙ୍କ ନଜରକୁ ଆସିଥିଲା। ଆସନ୍ତା ମାସକ ମଧ୍ୟରେ ଜିଲାରେ ଥିବା ବିଶୃଙ୍ଖଳିତ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ବିଦା ହେବେ। ଏନେଇ ବିଚାର ବିମର୍ଷ ଚାଲିଛି ବୋଲି ଶୁକ୍ରବାର ବାରିପଦା ସ୍ଥିତ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଜି ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଲୋକେ କିପରି ଭାବେ ପୋଲିସ ସେବା ଠିକ ଭାବେ ପାଇ ପାରିବେ ଏବଂ ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଠିକ ରହିବ ସେ ନେଇ ସମୀକ୍ଷା ବେଳେ ଅଧିକାରୀମାନଙ୍କୁ ପୋଲିସ ଆଇଜି ପଟ୍ଟନାୟକ ପାଠ ପଢ଼ାଇଛି।
ଏହି ଅବସରରେ ବାରିପଦା ସହରରେ ଟ୍ରାଫିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ନୂତନ ପିସିଆର ମୋଟର ସାଇକଲର ଶୁଭାରମ୍ଭ କରିବା ସହିତ ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଟ୍ରାଫିକ ପାଠ ବୁଝାଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟର ସର୍ବପୁରାତନ ସହର ବାରିପଦାର ମୁଖ୍ୟ ରାସ୍ତା ଗୁଡିକ ଜବର ଦଖଲରେ ରହିଛି। ଏହା ଛଡା ଜନସଂଖ୍ୟା ଓ ମୋଟର ଯାନ ବୃଦ୍ଧି ଫଳରେ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖା ଯାଉଛି। ବାରିପଦା ସହରରେ ୧୪ଟି ଟ୍ରାଫିକ ପୋଷ୍ଟ ଥିବା ବେଳେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ହୋମଗାର୍ଡମାନଙ୍କୁ ନେଇ ସହରରେ ଟ୍ରାଫିକ ନିୟନ୍ତ୍ରଣ କାର୍ଯ୍ୟ କରାଯାଉଛି। ଏହି ବ୍ୟବସ୍ଥାରେ ପରିବର୍ତ୍ତନ କରି ପୂର୍ବ କର୍ମଚାରୀମାନଙ୍କ ସହିତ ବର୍ତ୍ତମାନ ୩୦ ଜଣ ପୋଲିସ କର୍ମଚାରୀ ସହରର ଟ୍ରାଫିକ ଦାୟିତ୍ୱ ସମ୍ଭାଳିବେ। ସେହିପରି ପୂର୍ବରୁ ଦୁଇଟି ଟ୍ରାଫିକ ମୋଟର ସାଇକେଲ ଥିବା ବେଳେ ଶୁକ୍ରବାର ଆହୁରି ୨ଟି ମୋଟର ସାଇକେଲ ପ୍ରଦାନ କରାଯାଇଛି। ଗୋଟିଏ ପିସିଆର ଭ୍ୟାନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଆଗକୁ ପିସିଆର ମୋଟର ସାଇକଲ ଓ ପିସିଆର ଭ୍ୟାନ ସଂଖ୍ୟା ବୃଦ୍ଧି କରାଯିବ। ଏହି ସମସ୍ତ ଗାଡିରେ ଜିପିଏସ ଲଗାଯିବା ସହିତ ଟ୍ରାଫିକ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ ମଧ୍ୟ ସ୍ଥାପନ କରାଯିବ ବୋଲି ଆଇଜି ପଟ୍ଟନାୟକ କହିଛନ୍ତି। ଏହି ଖବରଦାତା ସମ୍ମିଳନୀରେ ମୟୂରଭଞ୍ଜ ଜିଲା ଆରକ୍ଷୀ ଅଧୀକ୍ଷ ପରମାର ସ୍ମିଥ ପୁରୁଷୋତ୍ତମଦାସ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଜିଲାସ୍ତରୀୟ ସ୍ୱାଧୀନତା ଦିବସ, ଗଞ୍ଜାମର ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ: ଆଇନ ମନ୍ତ୍ରୀ

ଛତ୍ରପୁର, ୧୫`୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରଠାରେ ଜିଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ…

ସିଂହ ରାଶିରେ ଏକାଠି ହେବେ ସୂର୍ଯ୍ୟ-ବୁଧ; ଧନ ଓ ସଫଳତାରେ ମିଳିବ ବଡ଼ ଲାଭ, ଏହି ୩ ରାଶିର ଗୋଲ୍ଡେନ୍ ଟାଇମ୍ ଆରମ୍ଭ…

ବୈଦିକ ଜ୍ୟୋତିଷ ଅନୁସାରେ, ଗ୍ରହମାନଙ୍କର ଗତି ଆମ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗ୍ରହମାନଙ୍କର ରାଜକୁମାର ବୁଧ, ଆସନ୍ତା ଅଗଷ୍ଟ ୨୨ ତାରିଖରେ ସନ୍ଧ୍ୟା…

ବଲାଙ୍ଗୀରରେ ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କହିଲେ ଏ ମାଟିର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ…

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଶନିବାର ୮୦ ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଉଚ୍ଚଶିକ୍ଷା, କ୍ରୀଡ଼ା ଓ…

ତେଲ ବଜାରରେ ବଡ଼ ହଲଚଲ, ଅଗଷ୍ଟ ୧୫ରେ କମିଲା ପେଟ୍ରୋଲ ଦର? ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୧୫।୮: ପେଟ୍ରୋଲ-ଡିଜେଲ ଦରକୁ ନେଇ ଶନିବାର ଏକ ନୂଆ ଅପଡେଟ୍ ଆସିଛି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ସମେତ ପେଟ୍ରୋଲିୟମ୍ ରପ୍ତାନି ଉପରେ ଲାଗୁଥିବା ‘ୱିଣ୍ଡଫଲ୍…

ପ୍ରଧାନମନ୍ତ୍ରୀଙ୍କ ସହିତ ଲାଲକିଲ୍ଲାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା କ୍ୟାପଟେନ ସୋନିଆ ସିଂହ ଚୌହାନ କିଏ? ଜାଣନ୍ତୁ ତାଙ୍କ ବିଷୟରେ

ନୂଆଦିଲ୍ଲୀ,୧୫।୮: ସ୍ବାଧୀନତା ଦିବସରେ, ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀରରୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି, ଏହି ଐତିହାସିକ ମୁହୂର୍ତ୍ତ ଉପରେ ସମଗ୍ର ଦେଶର ନଜର ରହିଥିଲା। 21 ତୋପ…

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଲାଲ୍‌କିଲ୍ଲାରେ ସ୍ୱାଧୀନତା ଦିବସ ସମାରୋହକୁ ଆସିଲେନି ରାହୁଲ ଗାନ୍ଧୀ, ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୧୫।୮: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ରାହୁଲ ଗାନ୍ଧୀ, କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ, ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନୁଷ୍ଠିତ ୮୦ତମ ସ୍ୱାଧୀନତା…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri