ପୂର୍ବଭାରତର ତ୍ରିବେଣୀ ବଳଙ୍ଗ, ଶୋଣ, ଗଙ୍ଗାହାର

ବାଲେଶ୍ୱର ଅଫିସ,୯।୩ – ବାଲେଶ୍ୱର ଜିଲା ସଦର ମହକୁମାରୁ ୫ କି.ମି. ଦୂରରେ ବଳଙ୍ଗ, ଶୋଣ, ଗଙ୍ଗାହାର ତିନୋଟି ନଦୀର ସଙ୍ଗମ ସ୍ଥଳ ଅବସ୍ଥିତ। ଉତ୍ତରରୁ ବଳଙ୍ଗ, ଦକ୍ଷିଣରୁ ଶୋଣ ଓ ଦକ୍ଷିଣ ଓ ଉତ୍ତର ମଧ୍ୟରୁ ଗଙ୍ଗାହାର ରେମୁଣା ବ୍ଲକ ମନ୍ଦାରପୁର ପଞ୍ଚାୟତର କାଠସଙ୍ଗଡ଼ା ଗ୍ରାମ ନିକଟରେ ଏକତ୍ର ହୋଇ ସୃଷ୍ଟି କରିଛନ୍ତି ପୂର୍ବଭାରତର ତ୍ରିବେଣୀ ସଙ୍ଗମ। ଏହି ପବିତ୍ର ସ୍ଥାନରେ ମହାକୁମ୍ଭ ଆୟୋଜନ ଲାଗି ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ ପକ୍ଷରୁ ଉଦ୍ୟମ ଜାରି ରହିଛି।
କିମ୍ବଦନ୍ତୀ ଅଛି ଯେ, ବୈଦିକ ଯୁଗରେ ଦଧିଚୀ ଋଷିଙ୍କ ଶିଷ୍ୟ ତଥା ପ୍ରଶ୍ନ ଉପନିଷଦର କର୍ତ୍ତା ଋଷି ପିପ୍ପଳାଦଙ୍କର ମୁଖ୍ୟ ପ୍ରଚାର କେନ୍ଦ୍ର ଥିଲା ଏହି ସ୍ଥାନ । ଏହାର ବିଭବ, ଗରିମା ଓ ମହତ୍ତ୍ୱ କ୍ରମେ ଲୁପ୍ତ ପ୍ରାୟ ଅବସ୍ଥାରେ ଥିଲା। ଆଧ୍ୟାମତ୍ିକ କ୍ଷେତ୍ର ଛଡ଼ା ଏହାର ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ସଭିଙ୍କୁ ଆନମନା କରିଥାଏ। ଏହି ତ୍ରିବେଣୀ ସଙ୍ଗମର ଐତିହ୍ୟକୁ ଲୋକଲୋଚନକୁ ଆଣିବା ପାଇଁ ସ୍ଥାନୀୟ ଲୋକଙ୍କୁ ନେଇ ଗଢାଯାଇଛି ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦ । ପ୍ରଥମଥର ଲାଗି ପରିଷଦ ପକ୍ଷରୁ ଆସନ୍ତା ୯ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଗଣ ପିତୃତର୍ପଣ ଓ ପିଣ୍ଡଦାନ ମହାଯଜ୍ଞ ଆୟୋଜନ କରାଯାଉଛି। ଉକ୍ତ ସ୍ଥାନର ଆଧ୍ୟାତ୍ମିକ ଓ ପୌରାଣିକ ମହତ୍ୱକୁ ଲୋକ ଲୋଚନକୁ ଆଣିବା ସହ ଅଞ୍ଚଳର ସାମଗ୍ରୀକ ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି।
ବାଲେଶ୍ୱର ଷ୍ଟେଶନରୁ ରେମୁଣା ଗୋଲେଇ ଦେଇ ବାରିପଦା ରାସ୍ତାରେ ଗଲେ ୧୬ନଂ. ଜାତୀୟ ରାଜପଥ ଉପରେ ବୁଢ଼ାବଳଙ୍ଗ ନଦୀର ସେତୁ ‘ବାରୁଣୀ ପୋଲ’ ଅତିକ୍ରମ କରିବାକୁ ପଡିଥାଏ। ଏହର ପଶ୍ଚିମ ଦିଗକୁ ମାତ୍ର ୧.୫ କି.ମି. ଦୂରରେ ମୟୂରଭଞ୍ଜ ଜିଲା ଶିମିଳିପାଳରୁ ପ୍ରବାହିତ ହୋଇ ଆସିଥିବା ବଳଙ୍ଗ, ଗଙ୍ଗାହାର ଓ ଶୋଣ ନଦୀର ପବିତ୍ର ତ୍ରିବେଣୀ ତୀର୍ଥ ବା ମିଳନ ସ୍ଥଳ ପଡେ। ସ୍ଥାନୀୟ ତ୍ରିବେଣୀ ତୀର୍ଥ ଉନ୍ନୟନ ପରିଷଦର ଆବାହକ ବାବାଜୀ ଦୟାନନ୍ଦ ଦାସ କହନ୍ତି, ଏହି ତୀର୍ଥ ସହ ସନାତନ ଧର୍ମର ପରମ୍ପରା ଓ ବିଶ୍ୱାସ ଜଡିତ । କୁମ୍ଭ ଶବ୍ଦର ଅର୍ଥ ସ୍ନାନଯୋଗ। ଏହି ଯୋଗରେ ଏଭଳି ତୀର୍ଥ ସ୍ଥାନରେ ସ୍ନାନ କଲେ ଅମୃତତ୍ତ୍ୱ ପ୍ରାପ୍ତି ହୁଏ। ଏଠାକାର କାଠସଙ୍ଗଡ଼ା, ହଳଦିଆ ଏବଂ ଦୁମୁଦା ଗ୍ରାମର ଭୌଗୋଳିକ ସୀମାରେ ଏହି ୩ଟି ନଦୀର ସଙ୍ଗମ ତୀର୍ଥରେ ବାରୁଣୀ ସ୍ନାନ ତିଥିରେ ବାରୁଣୀ ମେଳା ଅନୁଷ୍ଠିତ ହୋଇଆସୁଛି। ଅନ୍ୟାନ୍ୟ କର୍ମ ଯଥା ପିଣ୍ଡଦାନ, ଶ୍ରାଦ୍ଧ, ତର୍ପଣ, ଅସ୍ଥି ବିସର୍ଜନ ଆଦି କ୍ରିୟା ପ୍ରାୟ ହେଉ ନ ଥିଲା। ୨୦୧୬ ମସିହାରୁ ଅନେକ ସାଧୁସନ୍ଥ ଏବଂ ବାଲେଶ୍ୱର ଜିଲା ବ୍ରାହ୍ମଣ ମହାସଭାଙ୍କ ଦ୍ୱାରା ଉକ୍ତ କାର୍ଯ୍ୟ ପୁନଃ ପ୍ରବର୍ତ୍ତନ କରାଯାଇଛି। ଏହାର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏବେ ମହାକୁମ୍ଭ ପ୍ରକ୍ରିୟା ଆରମ୍ଭ କରାଯାଉଛି। ସ୍ଥାନୀୟ ବାସୀନ୍ଦା କବି ଚକ୍ରଧର ଦାସ କହନ୍ତି, ଏ ଅଞ୍ଚଳର ଆଦିବାସୀମାନେ ମକର ସଂକ୍ରାନ୍ତିରେ ଉକ୍ତ ସ୍ଥାନରେ ପିଣ୍ଡଦାନ କରିଥାନ୍ତି। ପରବର୍ତ୍ତୀ ଅବସ୍ଥାରେ ଏଠି ବାରୁଣୀ ମେଳା ଆୟୋଜିତ ହୋଇ ଆସୁଛି, ଯାହା ‘ତେମୁହାଣୀ’ ଭାବେ ପ୍ରସିଦ୍ଧ। କବିବର ରାଧାନାଥ ରାୟଙ୍କ ‘ଉଷା’ କାବ୍ୟରେ ଏସମ୍ପର୍କରେ ବର୍ଣ୍ଣନା ରହିଛି। ଏଭଳି ଏକ ସ୍ଥାନକୁ ପର୍ଯ୍ୟଟନ ବିଭାଗ ଅଣଦେଖା କରିବା ଅଞ୍ଚଳବାସୀଙ୍କୁ ଆଲୋଡିତ କରିଛି। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁଙ୍କୁ ପଚାରିବାରୁ କହିଛନ୍ତି, ତ୍ରିବେଣୀ ସଙ୍ଗମ ଅଞ୍ଚଳ ନେଇ ପର୍ଯ୍ୟଟନ ବିଭାଗକୁ କୌଣସି ଲିଖିତ ଆବେଦନ ଆସି ନାହଁି। ସ୍ଥାନୀୟ ଲୋକେ ନିର୍ଦ୍ଦିଷ୍ଟ ସ୍ଥାନର ଫଟୋ ଓ ନକ୍ସା ସହ ବିଧିବଦ୍ଧ ଭାବେ ଆବେଦନ କଲେ ବିଚାର କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବିତ, ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

ଅପହଞ୍ଚ ଅଞ୍ଚଳରେ ଆଇଏଏସ୍‌ ଅଧିକାରୀ: ପାହାଡ଼ ଚଢ଼ି ଆଦିବାସୀଙ୍କ ବୁଝିଲେ ଦୁଃଖ, ପ୍ରସ୍ତୁତ ହେଲା ବିକାଶର ବ୍ଲୁ-ପ୍ରିଣ୍ଟ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତି ଦୁର୍ଗମ ଥୁଆମୂଳ ରାମପୁର ବ୍ଲକର କନ୍ଦାଗୁଡ଼ା, କେନ୍ଦୁଗୁଡ଼ା ଓ ଦେର୍ଲାଠି ଭଳି ଅପହଞ୍ଚ ଗ୍ରାମଗୁଡ଼ିକରେ ପ୍ରଥମକରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧାଙ୍କୁ ଆକ୍ରମଣ: ଘରେ ଏକୁଟିଆ ଥିବାବେଳେ ଟାଣି ନେଇ…

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମର ଏନ.କସ୍ତୁରୀ ରେଡ୍ଡୀ(୭୦)ଙ୍କୁ ତାଙ୍କ ପଡୋଶୀ ଭି.ଭିକି ରେଡ୍ଡୀ,ଭି. ମାମି ରେଡ୍ଡୀ…

ତାମ୍ପରା ହ୍ରଦର ହେବ ପୁନଃରୁଦ୍ଧାର: ବିଧାୟକଙ୍କ ଉପସ୍ଥିତରେ ସମୀକ୍ଷା କଲେ ଜିଲାପାଳ

ଛତ୍ରପୁର,୬।୪(ଦିଲ୍ଲୀପ ସାମଲ): ଛତ୍ରପୁର ସହର ନିକଟରେ ଥିବା ତାମ୍ପରା ହ୍ରଦର ପୁନଃରୁଦ୍ଧାର l ତା’ସହିତ ତାମ୍ପରା ଓ ସମୁଦ୍ର ମଧ୍ୟରେ ନୋଳିଆନୁଆଁ ଗାଁ ବେଳାଭୂମି ରହିଛି l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri